ଏସଟିଏଫ ଓ ବନବିଭାଗର ମିଳିତ ଚଢାଉ: ୨ଟି କଲରାପତରିଆ ଛାଲ ଜବତ, ୨ ଗିରଫ

The Sakala Picture
Published On

ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲାର ବେତନଟୀରେ ଏସଟିଏଫର ରେଡ୍ । ୨ ବାଘ ଛାଲ ଜବତ ସହ ୨ ଜଣଙ୍କୁ ଧରିଛି ସ୍ୱତନ୍ତ୍ର ଟାସ୍କଫୋର୍ସ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେତନଟୀ ଏସସିବି ଜୁନିଅର କଲେଜ ରଗଢ଼ା ନିକଟରେ ରେଡ୍ କରିଥିଲା ଏସଟିଏଫ୍ ଓ ବେତନଟୀ ବନ ବିଭାଗ । ଅଭିଯୁକ୍ତଙ୍କ ଠାରୁ ୨ଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ମାମଲାରେ ଏସଟିଏଫ୍ ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା ଗାଁର ପ୍ରଶାନ୍ତ ମହାନ୍ତି ଓ […]

ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲାର ବେତନଟୀରେ ଏସଟିଏଫର ରେଡ୍ । ୨ ବାଘ ଛାଲ ଜବତ ସହ ୨ ଜଣଙ୍କୁ ଧରିଛି ସ୍ୱତନ୍ତ୍ର ଟାସ୍କଫୋର୍ସ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେତନଟୀ ଏସସିବି ଜୁନିଅର କଲେଜ ରଗଢ଼ା ନିକଟରେ ରେଡ୍ କରିଥିଲା ଏସଟିଏଫ୍ ଓ ବେତନଟୀ ବନ ବିଭାଗ । ଅଭିଯୁକ୍ତଙ୍କ ଠାରୁ ୨ଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ମାମଲାରେ ଏସଟିଏଫ୍ ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା ଗାଁର ପ୍ରଶାନ୍ତ ମହାନ୍ତି ଓ ବଡ଼ସାହି ଥାନା ଅନ୍ତର୍ଗତ ବାଲିଜୁଡ଼ାର ଗୋରା ବିନ୍ଧାଣୀଙ୍କୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତଙ୍କ ଠାରୁ ଅନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି । କଲରାପତରିଆ ଛାଲକୁ ଅଧିକ ତଦନ୍ତ ପାଇଁ ଡେରାଡୁନ୍ ସ୍ଥିତ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ସୂଚନା ଅନୁଯାୟୀ, ୨୦୨୦ରୁ ଏସଟିଏଫ୍ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଏଯାବତ୍ ୨୪ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ୧୨ଟି ହାତୀଦାନ୍ତ, ୭ଟି ହରିଣ ଛାଲ, ୯ଟି ବଜ୍ରକାପ୍ତା ଏବଂ ୧୫ କେଜି ବଜ୍ରକାପ୍ତା କାତି ଜବତ ହୋଇଛି । ମୋଟ ୫୪ ଜଣ ବନ୍ୟପ୍ରାଣୀ ଅପରାଧୀ ଗିରଫ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

06 Jan 2022 By The Sakala

ଏସଟିଏଫ ଓ ବନବିଭାଗର ମିଳିତ ଚଢାଉ: ୨ଟି କଲରାପତରିଆ ଛାଲ ଜବତ, ୨ ଗିରଫ

ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲାର ବେତନଟୀରେ ଏସଟିଏଫର ରେଡ୍ । ୨ ବାଘ ଛାଲ ଜବତ ସହ ୨ ଜଣଙ୍କୁ ଧରିଛି ସ୍ୱତନ୍ତ୍ର ଟାସ୍କଫୋର୍ସ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେତନଟୀ ଏସସିବି ଜୁନିଅର କଲେଜ ରଗଢ଼ା ନିକଟରେ ରେଡ୍ କରିଥିଲା ଏସଟିଏଫ୍ ଓ ବେତନଟୀ ବନ ବିଭାଗ । ଅଭିଯୁକ୍ତଙ୍କ ଠାରୁ ୨ଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ମାମଲାରେ ଏସଟିଏଫ୍ ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା ଗାଁର ପ୍ରଶାନ୍ତ ମହାନ୍ତି ଓ ବଡ଼ସାହି ଥାନା ଅନ୍ତର୍ଗତ ବାଲିଜୁଡ଼ାର ଗୋରା ବିନ୍ଧାଣୀଙ୍କୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତଙ୍କ ଠାରୁ ଅନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି । କଲରାପତରିଆ ଛାଲକୁ ଅଧିକ ତଦନ୍ତ ପାଇଁ ଡେରାଡୁନ୍ ସ୍ଥିତ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ ।

ସୂଚନା ଅନୁଯାୟୀ, ୨୦୨୦ରୁ ଏସଟିଏଫ୍ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଏଯାବତ୍ ୨୪ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ୧୨ଟି ହାତୀଦାନ୍ତ, ୭ଟି ହରିଣ ଛାଲ, ୯ଟି ବଜ୍ରକାପ୍ତା ଏବଂ ୧୫ କେଜି ବଜ୍ରକାପ୍ତା କାତି ଜବତ ହୋଇଛି । ମୋଟ ୫୪ ଜଣ ବନ୍ୟପ୍ରାଣୀ ଅପରାଧୀ ଗିରଫ ହୋଇଛନ୍ତି ।

https://www.thesakala.in/latest-odisha-news/stf-seized-two-leopard-skin-in-betanati-and-2-arrested/article-8191
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର