ତପସ୍ବିନୀ-ସୁମିତ ପାରିବାରିକ ବିବାଦ ମାମଲା : ଜିଲ୍ଲା ଦୌରାଜଜ୍‌ଙ୍କ ରାୟ ବିରୋଧରେ ହାଇକୋର୍ଟ ଯିବେ ସୁମିତ

The Sakala Picture
Published On

ବ୍ରହ୍ମପୁର : ପୁରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ତପସ୍ବିନୀ ଏବଂ ସୁମିତଙ୍କ ବିବାଦର ରାୟ ଆଜି ଜିଲ୍ଲାକୋର୍ଟରୁ ଆସିଥିଲା। ଜିଲ୍ଲାକୋର୍ଟ ତାଙ୍କ ରାୟରେ ତପସ୍ୱିନୀଙ୍କୁ ତାଙ୍କ ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରେ ରହିବା ପାଇଁ ନିର୍ଦେଶ ଦେଇଥିଲେ। ଏଥି ସହିତ ତପସ୍ବିନୀଙ୍କୁ ମାସିକ ୧୭ ହଜାର ଟଙ୍କା ସ୍ୱାମୀ ସୁମିତ ଦେବେ ବୋଲି ମଧ୍ୟ ରାୟରେ ଶୁଣାଇଥିଲେ। କୋର୍ଟଙ୍କ ରାୟ ପରେ ତପସ୍ବିନୀ ଖୁସି ବ୍ୟକ୍ତ କରିବା ସହ ତାଙ୍କ ସ୍ବାମୀଙ୍କ ସହ ହସଖୁସିରେ ପୁଣିଥରେ […]

ବ୍ରହ୍ମପୁର : ପୁରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ତପସ୍ବିନୀ ଏବଂ ସୁମିତଙ୍କ ବିବାଦର ରାୟ ଆଜି ଜିଲ୍ଲାକୋର୍ଟରୁ ଆସିଥିଲା। ଜିଲ୍ଲାକୋର୍ଟ ତାଙ୍କ ରାୟରେ ତପସ୍ୱିନୀଙ୍କୁ ତାଙ୍କ ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରେ ରହିବା ପାଇଁ ନିର୍ଦେଶ ଦେଇଥିଲେ। ଏଥି ସହିତ ତପସ୍ବିନୀଙ୍କୁ ମାସିକ ୧୭ ହଜାର ଟଙ୍କା ସ୍ୱାମୀ ସୁମିତ ଦେବେ ବୋଲି ମଧ୍ୟ ରାୟରେ ଶୁଣାଇଥିଲେ। କୋର୍ଟଙ୍କ ରାୟ ପରେ ତପସ୍ବିନୀ ଖୁସି ବ୍ୟକ୍ତ କରିବା ସହ ତାଙ୍କ ସ୍ବାମୀଙ୍କ ସହ ହସଖୁସିରେ ପୁଣିଥରେ ସମୟ ବିତିବ ବୋଲି ଆଶାବ୍ୟକ୍ତ କରିଥିଲେ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ହେଲେ ଅନ୍ୟପଟେ ଜିଲ୍ଲା ଦୌରାଜଜ୍‌ଙ୍କ ରାୟରେ ଖୁସି ନାହାନ୍ତି ତପସ୍ବିନୀଙ୍କ ସ୍ବାମୀ ଡାକ୍ତର ସୁମିତ ସାହୁ।  ଜିଲ୍ଲା କୋର୍ଟରେ ରାୟ ବିରୋଧରେ ସୁମିତ୍ ହାଇକୋର୍ଟ ଯିବେ। ଏନେଇ ସୁମିତଙ୍କ ଓକିଲ ସୂଚନା ସୂଚନା ଦେଇଛନ୍ତି। ଜିଲ୍ଲା ଜଜ୍‌ କୋର୍ଟଙ୍କ ରାୟରେ ଆମେ  ସନ୍ତୁଷ୍ଟ ନାହୁଁ। ଜିଲ୍ଲା ଜଜ୍‌ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଂଜ କରିବୁ ବୋଲି ଡାକ୍ତର ସୁମିତ ସାହୁଙ୍କ ଓକିଲ ସୁରେନ୍ଦ୍ର ବେହେରା କହିଛନ୍ତି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର