ଚିନ୍ତା ବଢାଇଲା କରୋନା: ରାଜ୍ଯରୁ ଚିହ୍ନଟ ହେଲେ ୬୮୦ ଆକ୍ରାନ୍ତ, ୦-୧୮ ବର୍ଷ ବୟସ ମଧ୍ଯରେ ୧୧୯ ପଜିଟିଭ୍

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ପୁଣି ଥରେ ବଢୁଛି କରୋନା ସଂକ୍ରମଣ ହାର। ଦିନକୁ ଦିନ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ବଢି ବଢି ଚାଲିଛି କୋଭିଡ୍ ପଜିଟିଭଙ୍କ ସଂଖ୍ୟା । ଦୀର୍ଘ ଦିନ ପରେ ରାଜ୍ୟରେ ଲମ୍ବ ଡିଆଁ ମାରିଛି କରୋନା ସଂକ୍ରମଣ। ସଂକ୍ରମଣ ଗ୍ରାଫ୍ ରକେଟ୍‌ ଭଳି ଉପରକୁ ଉଠୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହେଲେ ଆଉ ୬୮୦ ଜଣ କୋଭିଡ୍ ପଜିଟିଭ୍ । ଏମାନଙ୍କ ମଧ୍ୟରୁ […]

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ପୁଣି ଥରେ ବଢୁଛି କରୋନା ସଂକ୍ରମଣ ହାର। ଦିନକୁ ଦିନ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ବଢି ବଢି ଚାଲିଛି କୋଭିଡ୍ ପଜିଟିଭଙ୍କ ସଂଖ୍ୟା । ଦୀର୍ଘ ଦିନ ପରେ ରାଜ୍ୟରେ ଲମ୍ବ ଡିଆଁ ମାରିଛି କରୋନା ସଂକ୍ରମଣ। ସଂକ୍ରମଣ ଗ୍ରାଫ୍ ରକେଟ୍‌ ଭଳି ଉପରକୁ ଉଠୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହେଲେ ଆଉ ୬୮୦ ଜଣ କୋଭିଡ୍ ପଜିଟିଭ୍ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୯୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୮୩ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୧୯ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୬୬୬୦ କୁ ବୃଦ୍ଧି ପାଇଥିବା ବେଳେ ୧୦୪୫୨୫୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୨୮୮୮ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର