କାଲିଠୁ ୧୫ରୁ ୧୮ ବର୍ଷ ପିଲାଙ୍କ କୋଭିଡ ଟିକାକରଣ, ୮ରୁ ମାଟ୍ରିକ ପିଲା ନେବେ ଟିକା

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ କାଲିଠାରୁ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହେବ । ଏହି ବର୍ଗର ପିଲାଙ୍କ କୋଭିଡ ଟିକାକରଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜାନୁଆରୀ ୮ରୁ ମାଟ୍ରିକ ପିଲାଙ୍କୁ ଟିକା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । କାଲିଠପ ଏକାଦଶ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ । ଆସନ୍ତା ୫ରୁ ୮ ତାରିଖ ଯାଏଁ ମାଟ୍ରିକ ସମ୍ମେଟିଭ […]

ଭୁବନେଶ୍ବର : ରାଜ୍ୟରେ କାଲିଠାରୁ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହେବ । ଏହି ବର୍ଗର ପିଲାଙ୍କ କୋଭିଡ ଟିକାକରଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜାନୁଆରୀ ୮ରୁ ମାଟ୍ରିକ ପିଲାଙ୍କୁ ଟିକା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । କାଲିଠପ ଏକାଦଶ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ । ଆସନ୍ତା ୫ରୁ ୮ ତାରିଖ ଯାଏଁ ମାଟ୍ରିକ ସମ୍ମେଟିଭ -୧ ପରୀକ୍ଷା ହେବ । ତେଣୁ ପରୀକ୍ଷା ସରିଲେ ମାଟ୍ରିକ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହେବ ।ତେବେ ଏନେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଟିକାକରଣ ପାଇଁ ଶିକ୍ଷା ବିଭାଗ ସହ ସମନ୍ୱୟ ରଖିବାକୁ ଜିଲ୍ଲାପାଳ ଓ ସିଡିଏଓଙ୍କୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

ଟିକାକରଣ ନେଇ  ଗତକାଲିଠାରୁ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ ଆଜି ସୁଦ୍ଧା ୩.୫ ଲକ୍ଷରୁ ଊର୍ଦ୍ଧ୍ବ ୧୫ ରୁ ୧୮ ବର୍ଷ ବୟସ ବର୍ଗର ହିତାଧିକାରୀ ପଞ୍ଜିକରଣ କରାଇଥିବା ଜଣାପଡ଼ିଛି। ତେବେ ଜାନୁଆରି ମାସ ଭିତରେ ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ସ୍କୁଲରେ ୧୫ରୁ ୧୮ ବର୍ଷ ପିଲାଙ୍କ ତାଲିକା ପ୍ରସ୍ତୁତ କରି ସିଡିଏମଓଙ୍କ ସହ ଯୋଗାଯୋଗ କରିବେ ପ୍ରଧାନ ଶିକ୍ଷକ । ତାଲିକା ଅନୁସାରେ ସ୍କୁଲରେ ଟିକାକରଣର ବ୍ୟବସ୍ଥା କରିବେ ସିଡିଏମଓ । କ୍ୟାମ୍ପ ଓ ଟିକାକରଣ ନେଇ ସ୍କୁଲଗୁଡିକ ସହ ଯୋଗ କରିବେ।

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

02 Jan 2022 By The Sakala

କାଲିଠୁ ୧୫ରୁ ୧୮ ବର୍ଷ ପିଲାଙ୍କ କୋଭିଡ ଟିକାକରଣ, ୮ରୁ ମାଟ୍ରିକ ପିଲା ନେବେ ଟିକା

ଭୁବନେଶ୍ବର : ରାଜ୍ୟରେ କାଲିଠାରୁ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହେବ । ଏହି ବର୍ଗର ପିଲାଙ୍କ କୋଭିଡ ଟିକାକରଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜାନୁଆରୀ ୮ରୁ ମାଟ୍ରିକ ପିଲାଙ୍କୁ ଟିକା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । କାଲିଠପ ଏକାଦଶ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ । ଆସନ୍ତା ୫ରୁ ୮ ତାରିଖ ଯାଏଁ ମାଟ୍ରିକ ସମ୍ମେଟିଭ -୧ ପରୀକ୍ଷା ହେବ । ତେଣୁ ପରୀକ୍ଷା ସରିଲେ ମାଟ୍ରିକ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହେବ ।ତେବେ ଏନେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଟିକାକରଣ ପାଇଁ ଶିକ୍ଷା ବିଭାଗ ସହ ସମନ୍ୱୟ ରଖିବାକୁ ଜିଲ୍ଲାପାଳ ଓ ସିଡିଏଓଙ୍କୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଟିକାକରଣ ନେଇ  ଗତକାଲିଠାରୁ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ ଆଜି ସୁଦ୍ଧା ୩.୫ ଲକ୍ଷରୁ ଊର୍ଦ୍ଧ୍ବ ୧୫ ରୁ ୧୮ ବର୍ଷ ବୟସ ବର୍ଗର ହିତାଧିକାରୀ ପଞ୍ଜିକରଣ କରାଇଥିବା ଜଣାପଡ଼ିଛି। ତେବେ ଜାନୁଆରି ମାସ ଭିତରେ ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ସ୍କୁଲରେ ୧୫ରୁ ୧୮ ବର୍ଷ ପିଲାଙ୍କ ତାଲିକା ପ୍ରସ୍ତୁତ କରି ସିଡିଏମଓଙ୍କ ସହ ଯୋଗାଯୋଗ କରିବେ ପ୍ରଧାନ ଶିକ୍ଷକ । ତାଲିକା ଅନୁସାରେ ସ୍କୁଲରେ ଟିକାକରଣର ବ୍ୟବସ୍ଥା କରିବେ ସିଡିଏମଓ । କ୍ୟାମ୍ପ ଓ ଟିକାକରଣ ନେଇ ସ୍କୁଲଗୁଡିକ ସହ ଯୋଗ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର