ଉଦିତ୍‌ଙ୍କ କଣ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାର ବର୍ଣ୍ଣନା : ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ଓ ସୁଶାସନ ପାଇଁ ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ କରିଛନ୍ତି ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ୍ ନାରାୟଣ। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ଓ ସୁଶାସନ ପାଇଁ ସମଗ୍ର ଦେଶରେ ସେ ପ୍ରସିଦ୍ଧି ଲାଭ କରିଛନ୍ତି। ଏପରିକି ନବୀନ ପଟ୍ଟନାୟକଙ୍କ ସାରା ବିଶ୍ବରେ ପ୍ରଶଂସକ ଅଛନ୍ତି। ନବୀନଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟଶୈଳୀକୁ ତାଙ୍କୁ ସମସ୍ତଙ୍କଠୁ ଭିନ୍ନ କରିଛି ବୋଲି କହିଛନ୍ତି ଉଦିତ୍ ନାରାୟଣ। ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ପାଇଁ ନେତା ମାନେ ପ୍ରସ୍ତୁତ ହେଉଥିବା ବେଳେ […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ୍ ନାରାୟଣ। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ଓ ସୁଶାସନ ପାଇଁ ସମଗ୍ର ଦେଶରେ ସେ ପ୍ରସିଦ୍ଧି ଲାଭ କରିଛନ୍ତି। ଏପରିକି ନବୀନ ପଟ୍ଟନାୟକଙ୍କ ସାରା ବିଶ୍ବରେ ପ୍ରଶଂସକ ଅଛନ୍ତି। ନବୀନଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟଶୈଳୀକୁ ତାଙ୍କୁ ସମସ୍ତଙ୍କଠୁ ଭିନ୍ନ କରିଛି ବୋଲି କହିଛନ୍ତି ଉଦିତ୍ ନାରାୟଣ।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ପାଇଁ ନେତା ମାନେ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ଆରମ୍ଭ ହୋଇଗଲାଣି ମ୍ୟୁଜିକ୍ କମ୍ପୋଜ । ‘ହେ ନବିନ୍‌ ବାବୁ ଆମେ ତମ ଫ୍ୟାନ୍‌’ ଭଳି ଲୋକପ୍ରିୟ ଗୀତ ପରେ ଏବେ ପୁଣି ବଜାରକୁ ଆସୁଛି ମୁଖ୍ୟମନ୍ତ୍ରୀ ନବୀନ୍‌ ପଟ୍ଟନାୟକଙ୍କୁ ନେଇ ଆଉ ଏକ ଗୀତ । ଯାହାକୁ ଗାଇଛନ୍ତି ବଲିଉଡ୍‌ର ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣ । ସେ ଏହି ଗୀତ ଗାଇବା ପୂର୍ବରୁ ନବୀନଙ୍କୁ ସେ ଭୁରି ଭୁରି ପ୍ରଂଶସା କରିଛନ୍ତି । ନବୀନଙ୍କୁ ଦେଶର ନମ୍ବର ଓ୍ୱାନ୍ ମୁଖ୍ୟମନ୍ତ୍ରୀ କହିବା ସହ ତାଙ୍କ ସମ୍ପର୍କିତ ଗୀତ ଗାଉଥିବାରୁ ସେ ନିଜକୁ ସୌଭାଗ୍ୟ ମନେ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ପାଇଁ ମୁଖ୍ୟମନ୍ତ୍ରୀ ପ୍ରସିଦ୍ଧି ଲାଭ କରିଥିବା କହିଛନ୍ତି ଉଦିତ୍ ନାରାୟଣ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେଉ: ପ୍ରସନ୍ନ ଆଚାର୍ଯ୍ୟ

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

ଦେଶର ସବୁଠାରୁ ଲୋକପ୍ରିୟ ଏବଂ ଆଦରଣୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଏକ ଗୀତ ଗାଇବାର ସୌଭାଗ୍ୟ ମତେ ପ୍ରାପ୍ତ ହୋଇଛି । ଏହି ଗୀତରେ ଆମ ମୁଖ୍ୟମନ୍ତ୍ରୀ କେତେ ସ୍ୱଚ୍ଛ, ନିର୍ମଳ, ଲୋକ ଆଦୃତ ସେ ନେଇ ବର୍ଣ୍ଣନା କରାଯାଇଥିବା  ପ୍ରକାଶ କରିଛନ୍ତି ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ୍ ନାରାୟଣ। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି ଏହି ମ୍ୟୁଜିକ। ବିଶିଷ୍ଟ ଗୀତିକାର ତପୁ ନାୟକଙ୍କ ଏହି ଗୀତକୁ ମ୍ୟୁଜିକରେ ସଜାଇଛନ୍ତି ହାର୍ଟ ବ୍ରେକ ସେନ୍‌ସେସନ୍‌ କମ୍ପୋଜର ଜାପାନୀ ଭାଇ । ଭିଡିଓଟି ଆସନ୍ତାବର୍ଷ ରିଲିଜ ହେବ । ଏହି ଭିଡିଓରେ ବହୁ ରାଜନେତା ଓ ସିନେ ତାରକାଙ୍କୁ ଦେଖିବାକୁ ମିଳିବ ବୋଲି ଜଣାପଡିଛି।

ତେବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କୌଣସି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ, ଜୀବନଶୈଳୀ, ବ୍ୟକ୍ତିତ୍ୱ  ଲାଗି ପ୍ରଶଂସା କରିଆସିଛନ୍ତି । ପୂର୍ବରୁ ମଧ୍ୟ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ଦ କପିଲ୍ ଶର୍ମା ସୋ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା ଦେଖିବାକୁ ମିଳିଥିଲା । ସୋ’ର ଉପସ୍ଥାପକ ତଥା ପପୁଲାର କମେଡିଆନ କପିଲ ଶର୍ମା ଜାତୀୟ ହକି ଦଳରେ ଓଡିଶାର ଭୂମିକାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।

ନିକଟରେ ପ୍ରସାରିତ ହୋଇଥିବା ସୋ’ର ଏକ ଏପିସୋଡରେ ପହଞ୍ଚିଥିଲେ ଟୋକିଓ ହକି ହିରୋ ଉଭୟ ପୁରୁଷ ଓ ମହିଳା ହକି ଟିମ । ଏହି ଅବସରରେ କପିଲ ଶର୍ମା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ପ୍ରଶଂସା କରିଛନ୍ତି । ସେହିପରି ଟୋକିଓ ହିରୋଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଯୋଗେ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୋ ରେ କହିଥିଲେ, ଆଗାମୀ ପିଢିର ଖେଳାଳି ଦୁଇ ଟିମର ଖେଳାଳିଙ୍କ ଠାରୁ ପ୍ରେରଣା ପାଇ ଆଗକୁ ବଢ଼ିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଟୋକିଓରେ ସଫଳତା ଏକ ଆରମ୍ଭ ମାତ୍ର । ଆଗକୁ ଆହୁରି ସଫଳତାର ଶିଢ଼ି ଚଢ଼ିବା ବୋଲି କହି ଖେଳାଳିଙ୍କୁ ପ୍ରୋତ୍ସାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ହକିକୁ ସପୋର୍ଟ କରୁଥିବାରୁ କପିଲ ଶର୍ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ ।

28 Dec 2021 By The Sakala

ଉଦିତ୍‌ଙ୍କ କଣ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାର ବର୍ଣ୍ଣନା : ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ଓ ସୁଶାସନ ପାଇଁ ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ କରିଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ୍ ନାରାୟଣ। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ଓ ସୁଶାସନ ପାଇଁ ସମଗ୍ର ଦେଶରେ ସେ ପ୍ରସିଦ୍ଧି ଲାଭ କରିଛନ୍ତି। ଏପରିକି ନବୀନ ପଟ୍ଟନାୟକଙ୍କ ସାରା ବିଶ୍ବରେ ପ୍ରଶଂସକ ଅଛନ୍ତି। ନବୀନଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟଶୈଳୀକୁ ତାଙ୍କୁ ସମସ୍ତଙ୍କଠୁ ଭିନ୍ନ କରିଛି ବୋଲି କହିଛନ୍ତି ଉଦିତ୍ ନାରାୟଣ।

ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ପାଇଁ ନେତା ମାନେ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ଆରମ୍ଭ ହୋଇଗଲାଣି ମ୍ୟୁଜିକ୍ କମ୍ପୋଜ । ‘ହେ ନବିନ୍‌ ବାବୁ ଆମେ ତମ ଫ୍ୟାନ୍‌’ ଭଳି ଲୋକପ୍ରିୟ ଗୀତ ପରେ ଏବେ ପୁଣି ବଜାରକୁ ଆସୁଛି ମୁଖ୍ୟମନ୍ତ୍ରୀ ନବୀନ୍‌ ପଟ୍ଟନାୟକଙ୍କୁ ନେଇ ଆଉ ଏକ ଗୀତ । ଯାହାକୁ ଗାଇଛନ୍ତି ବଲିଉଡ୍‌ର ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣ । ସେ ଏହି ଗୀତ ଗାଇବା ପୂର୍ବରୁ ନବୀନଙ୍କୁ ସେ ଭୁରି ଭୁରି ପ୍ରଂଶସା କରିଛନ୍ତି । ନବୀନଙ୍କୁ ଦେଶର ନମ୍ବର ଓ୍ୱାନ୍ ମୁଖ୍ୟମନ୍ତ୍ରୀ କହିବା ସହ ତାଙ୍କ ସମ୍ପର୍କିତ ଗୀତ ଗାଉଥିବାରୁ ସେ ନିଜକୁ ସୌଭାଗ୍ୟ ମନେ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ପାଇଁ ମୁଖ୍ୟମନ୍ତ୍ରୀ ପ୍ରସିଦ୍ଧି ଲାଭ କରିଥିବା କହିଛନ୍ତି ଉଦିତ୍ ନାରାୟଣ ।

ଦେଶର ସବୁଠାରୁ ଲୋକପ୍ରିୟ ଏବଂ ଆଦରଣୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଏକ ଗୀତ ଗାଇବାର ସୌଭାଗ୍ୟ ମତେ ପ୍ରାପ୍ତ ହୋଇଛି । ଏହି ଗୀତରେ ଆମ ମୁଖ୍ୟମନ୍ତ୍ରୀ କେତେ ସ୍ୱଚ୍ଛ, ନିର୍ମଳ, ଲୋକ ଆଦୃତ ସେ ନେଇ ବର୍ଣ୍ଣନା କରାଯାଇଥିବା  ପ୍ରକାଶ କରିଛନ୍ତି ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ୍ ନାରାୟଣ। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି ଏହି ମ୍ୟୁଜିକ। ବିଶିଷ୍ଟ ଗୀତିକାର ତପୁ ନାୟକଙ୍କ ଏହି ଗୀତକୁ ମ୍ୟୁଜିକରେ ସଜାଇଛନ୍ତି ହାର୍ଟ ବ୍ରେକ ସେନ୍‌ସେସନ୍‌ କମ୍ପୋଜର ଜାପାନୀ ଭାଇ । ଭିଡିଓଟି ଆସନ୍ତାବର୍ଷ ରିଲିଜ ହେବ । ଏହି ଭିଡିଓରେ ବହୁ ରାଜନେତା ଓ ସିନେ ତାରକାଙ୍କୁ ଦେଖିବାକୁ ମିଳିବ ବୋଲି ଜଣାପଡିଛି।

ତେବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କୌଣସି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ, ଜୀବନଶୈଳୀ, ବ୍ୟକ୍ତିତ୍ୱ  ଲାଗି ପ୍ରଶଂସା କରିଆସିଛନ୍ତି । ପୂର୍ବରୁ ମଧ୍ୟ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ଦ କପିଲ୍ ଶର୍ମା ସୋ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା ଦେଖିବାକୁ ମିଳିଥିଲା । ସୋ’ର ଉପସ୍ଥାପକ ତଥା ପପୁଲାର କମେଡିଆନ କପିଲ ଶର୍ମା ଜାତୀୟ ହକି ଦଳରେ ଓଡିଶାର ଭୂମିକାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।

ନିକଟରେ ପ୍ରସାରିତ ହୋଇଥିବା ସୋ’ର ଏକ ଏପିସୋଡରେ ପହଞ୍ଚିଥିଲେ ଟୋକିଓ ହକି ହିରୋ ଉଭୟ ପୁରୁଷ ଓ ମହିଳା ହକି ଟିମ । ଏହି ଅବସରରେ କପିଲ ଶର୍ମା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ପ୍ରଶଂସା କରିଛନ୍ତି । ସେହିପରି ଟୋକିଓ ହିରୋଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଯୋଗେ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୋ ରେ କହିଥିଲେ, ଆଗାମୀ ପିଢିର ଖେଳାଳି ଦୁଇ ଟିମର ଖେଳାଳିଙ୍କ ଠାରୁ ପ୍ରେରଣା ପାଇ ଆଗକୁ ବଢ଼ିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଟୋକିଓରେ ସଫଳତା ଏକ ଆରମ୍ଭ ମାତ୍ର । ଆଗକୁ ଆହୁରି ସଫଳତାର ଶିଢ଼ି ଚଢ଼ିବା ବୋଲି କହି ଖେଳାଳିଙ୍କୁ ପ୍ରୋତ୍ସାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ହକିକୁ ସପୋର୍ଟ କରୁଥିବାରୁ କପିଲ ଶର୍ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର