ଗ୍ରାମାଞ୍ଚଳର ଯୋଗାଯୋଗକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ, ୫୫ଟି ନୂଆ ବସ୍‌ଷ୍ଟାଣ୍ଡର ଭିତ୍ତି ପ୍ରସ୍ତର ସ୍ଥାପନକଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ଗ୍ରାମାଞ୍ଚଳର ଯୋଗାଯୋଗକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ।  ଗ୍ରାମୀଣ ସଂଯୋଗକୁ ସୁଦୃଢ କରିବା ସହ ଗାଁର ଲୋକମାନଙ୍କୁ ବିଭିନ୍ନ କାମରେ ସହରକୁ କିପରି ସହଜ, ସୁବିଧା ଓ ସୁରକ୍ଷିତ ଭାବରେ ଯାତାୟତ କରିବେ ସେ ନେଇ ସରକାର ଭିତ୍ତିଭୂମିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଆଜି ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୨୨ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ୫୫ଟି ବ୍ଲକ୍‌ ସ୍ତରୀୟ ବସ୍‌ଷ୍ଟାଣ୍ଡର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ଜିଲ୍ଲା ମୁଖ୍ୟାଳୟଠାରୁ […]

ଭୁବନେଶ୍ବର : ଗ୍ରାମାଞ୍ଚଳର ଯୋଗାଯୋଗକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ।  ଗ୍ରାମୀଣ ସଂଯୋଗକୁ ସୁଦୃଢ କରିବା ସହ ଗାଁର ଲୋକମାନଙ୍କୁ ବିଭିନ୍ନ କାମରେ ସହରକୁ କିପରି ସହଜ, ସୁବିଧା ଓ ସୁରକ୍ଷିତ ଭାବରେ ଯାତାୟତ କରିବେ ସେ ନେଇ ସରକାର ଭିତ୍ତିଭୂମିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଆଜି ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୨୨ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ୫୫ଟି ବ୍ଲକ୍‌ ସ୍ତରୀୟ ବସ୍‌ଷ୍ଟାଣ୍ଡର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ଜିଲ୍ଲା ମୁଖ୍ୟାଳୟଠାରୁ ଦୂରତା, ଅର୍ଥନୈତିକ କାର୍ଯ୍ୟକଳାପ, ପର୍ଯ୍ୟଟକଙ୍କ ଆଗ୍ରହର ସ୍ଥାନ, ବିଦ୍ୟମାନ ଯୋଗାଯୋଗ ସୁବିଧା ଏବଂ ଅନ୍ୟାନ୍ୟ କାରଣକୁ ଦୃଷ୍ଟିରେ ରଖି ଏହି ବସ୍ ଷ୍ଟାଣ୍ଡଗୁଡିକ ବ୍ଲକ୍ ସ୍ତରରେ ସ୍ଥାପନ କରାଯିବ । କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୯ଟି ବ୍ଲକ ସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। କଟକ, ଗଜପତି, ଝାରସୁଗୁଡ଼ା, କନ୍ଧମାଳ, ମୟୂରଭଂଜରେ ସର୍ବନିମ୍ନ ଗୋଟିଏ ଲେଖାଏଁ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗ୍ରାମୀଣ ଯୋଗାଯୋଗକୁ ତାଙ୍କ ସରକାର ପାଇଁ ସର୍ବଦା ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି।  ନୂଆ ବସ୍‌ଷ୍ଟାଣ୍ଡ ହେଲେ ଗ୍ରାମାଞ୍ଚଳର ଲୋକମାନେ ଅନେକ ମାତ୍ରାରେ ଉପକୃତ ହେବେ । ରାଜ୍ୟରେ ବିକାଶ କ୍ଷେତ୍ରରେ ଏହା ବେଶ ସହାୟକ ହେବ । ୫୫ଟି ବ୍ଲକ୍‌ ସ୍ତରୀୟ ବସ୍‌ଷ୍ଟାଣ୍ଡ ରାଜ୍ୟର ଗ୍ରାମୀଣ ଲୋକଙ୍କୁ ଉନ୍ନତ ଯୋଗାଯୋଗ ଭିତ୍ତିଭୂମି ସହିତ ଯୋଡିବ ଏବଂ ସେମାନଙ୍କୁ ବହୁ ପରିମାଣରେ ଉପକୃତ କରିବ। ରାଜ୍ୟର ଯୋଗାଯୋଗ କ୍ଷେତ୍ରରେ ଏହା ଆଉ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ସମଗ୍ର ଓଡିଶାକୁ ସଂଯୋଗ କରିବା ପାଇଁ ପ୍ରୟାସ ଜାରିରହିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘OSRTC ପକ୍ଷରୁ କମ୍ୟୁନିକେସନ ନେଟଓ୍ବର୍କକୁ ଆହୁରି ମଜବୁତ କରିବା ପାଇଁ ରାଜ୍ୟର କୋଣ ଅନୁକୋଣକୁ ବସ୍‌ ସଂଯୋଗ ତଥା ଅନ୍ୟାନ୍ୟ ସୁବିଧାସୁଯୋଗ ଯୋଗାଇ ଦେବାକୁ ଉଦ୍ୟମ ଜାରି ରହିଛି’ । ଭିତ୍ତିଭୂମି ବିକାଶ ତଥା ପ୍ରଭାବଶାଳୀ ଯୋଗାଯୋଗ ନେଟୱାର୍କର ଏକୀକରଣ ମାଧ୍ୟମରେ ଲୋକଙ୍କୁ ସଂଯୋଗ କରିବାରେ ନୂତନ ପଦକ୍ଷେପ ନିଆଯାଉଛି।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ଗ୍ରାମାଞ୍ଚଳର ଲୋକଙ୍କୁ ଉନ୍ନତ ଯୋଗାଯୋଗ ଭିତ୍ତିଭୂମି ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଦୂରଦୃଷ୍ଟି ରହିଛି ତାହା ହାସଲ କରିବା ପାଇଁ ତାଙ୍କ ବିଭାଗ ସର୍ବଦା କାର୍ଯ୍ୟ କରୁଛି।ରାଜ୍ୟର ପରିବହନ କ୍ଷେତ୍ରରେ ବହୁତ ପରିବର୍ତ୍ତନ ଆସିଛି। ଏଥି ସହିତ ବର୍ତ୍ତମାନ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି ଯାହା ଦ୍ବାରା ଆଗକୁ ପରିବହନ କ୍ଷେତ୍ରରେ ବହୁ ପରିବର୍ତ୍ତନ ହେବ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T)  ଭି କେ ପାଣ୍ଡିଆନ୍ ପରିଚାଳନା କରିଥିଲେ। ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ଶାସନ ସଚିବ  ମଧୁସୁଦନ ପାଢୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ OSRTC ର CMD ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା କଲେକ୍ଟର ଏବଂ ପରିବହନ ଅଧିକାରୀ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର