ମାସେ ହେଲାଣି ଶ୍ବଶୁର ଘର ସାମ୍ନାରେ ବୋହୁ, ତଳ କୋର୍ଟ ରାୟ ବିରୋଧରେ ଜିଲ୍ଲାକୋର୍ଟରେ ଅପିଲ୍ କଲେ ତପସ୍ୱିନୀଙ୍କ ଓକିଲ

The Sakala Picture
Published On

ବ୍ରହ୍ମପୁର : ବହୁଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାଦ ଘଟଣାକୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଆଲୋଚନା ଜାରି ରହିଛି। ଏହାରି ମଧ୍ୟରେ ଶ୍ୱଶୁର ଘର ସମ୍ମୁଖରେ ତପସ୍ୱିନୀଙ୍କ ଧାରଣାକୁ ଠିକ୍ ମାସେ ପୂରିଛି। ନଭେମ୍ବର ୨୨ରେ ତପସ୍ୱିନୀ ବୋହୁ ବେଶରେ ତାଙ୍କ ସହଯୋଗୀ ପ୍ରମିଳା ତ୍ରିପାଠୀଙ୍କ ସହ ଶ୍ୱଶୁର ଘରକୁ ଆସିଥିଲେ। ସେତେବେଳ କେହି ତାଙ୍କୁ ଗ୍ରହଣ ନ କରିବାରୁ ସେ ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ। ନଭେମ୍ବର ୨୨ ରୁ ଡିସେମ୍ବର ୨୨ ପର୍ଯ୍ୟନ୍ତ ତପସ୍ୱିନୀ […]

ବ୍ରହ୍ମପୁର : ବହୁଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାଦ ଘଟଣାକୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଆଲୋଚନା ଜାରି ରହିଛି। ଏହାରି ମଧ୍ୟରେ ଶ୍ୱଶୁର ଘର ସମ୍ମୁଖରେ ତପସ୍ୱିନୀଙ୍କ ଧାରଣାକୁ ଠିକ୍ ମାସେ ପୂରିଛି। ନଭେମ୍ବର ୨୨ରେ ତପସ୍ୱିନୀ ବୋହୁ ବେଶରେ ତାଙ୍କ ସହଯୋଗୀ ପ୍ରମିଳା ତ୍ରିପାଠୀଙ୍କ ସହ ଶ୍ୱଶୁର ଘରକୁ ଆସିଥିଲେ। ସେତେବେଳ କେହି ତାଙ୍କୁ ଗ୍ରହଣ ନ କରିବାରୁ ସେ ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ। ନଭେମ୍ବର ୨୨ ରୁ ଡିସେମ୍ବର ୨୨ ପର୍ଯ୍ୟନ୍ତ ତପସ୍ୱିନୀ ଏବଂ ସୁମିତଙ୍କ ବିବାଦ କେବଳ ବ୍ରହ୍ମପୁର ନୁହେଁ ସାରା ରାଜ୍ୟବାସୀଙ୍କ ପାଇଁ ଆଲୋଚନାର ବିଷୟ ପାଲଟିଛି। ଏହି ମାସକ ମଧ୍ୟରେ ସାମାନ୍ୟ ଚିତ୍ର ବଦଳିଛି। ତପସ୍ୱିନୀ ଶ୍ୱଶୁର ଘର ସମ୍ମୁଖରେ ଧାରଣା ଦେବା ପରେ କୋର୍ଟଙ୍କ ନିର୍ଦ୍ଦେଶରେ ଆସିକା ଚିନିକଳରେ ସ୍ୱମୀଙ୍କ ସହ ରହିଥିଲେ। ପରେ ପୁଣି ଶ୍ୱଶୁର ଘର ବାରଣ୍ଡାରେ ଧାରଣା ଦେଇଛନ୍ତି। ଦୁଇଦିନ ପୂର୍ବେ ସ୍ଥାନୀୟ ମହିଳାମାନେ ଉତ୍ୟେକ୍ତ ହୋଇ ତାଙ୍କ ଶ୍ୱଶୁର ଘରର ମୁଖ୍ୟ ଗେଟ୍ ଭାଙ୍ଗି ତପସ୍ୱିନୀଙ୍କୁ ଭିତରକୁ ନେଇଥିଲେ। ହେଲେ ଭିତର କବାଟ ବନ୍ଦ ରହିଥିବା ଯୋଗୁଁ ତପସ୍ୱିନୀ ବାରଣ୍ଡାରେ ଧାରଣାରେ ବସିଛନ୍ତି।

ଆହୁରି ପଢ଼ନ୍ତୁ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା

ଅନ୍ୟପଟେ ଉଭୟ ପତି-ପତ୍ନୀ ଏବଂ ଶ୍ୱଶୁରଙ୍କ ମଧ୍ୟରେ ସୋସିଆଲ୍ ମିଡିଆରେ ଯୁଦ୍ଧ ଯୋରଦାର ଚାଲିଛି। ତପସ୍ୱିନୀଙ୍କୁ ଶ୍ୱଶୁର ଘରେ ରଖିବା ପାଇଁ ତପସ୍ୱିନୀଙ୍କ ଓକିଲ ଯେଉଁ ପିଟିସନ ଦେଇଥିଲେ ତାହାର କୌଣସି ରାୟ ଆସିନଥିବା ଯୋଗୁଁ ଏହାକୁ ନେଇ ଉପର କୋର୍ଟରେ ଆଇନଜୀବୀ ଦୀପକ ପଟ୍ଟନାୟକ ଅପିଲ କରିଥିବା ସୂଚନା ଦେଇଛନ୍ତି। ଆସିକା ଚିନିକଳ ଅତିଥି ଭବନରେ ଏକାଠି ୭ଦିନ ରହିବା ପରେ ଆଜି ପର୍ଯ୍ୟନ୍ତ ସୁମିତଙ୍କ ପତ୍ତା ନାହିଁ। ଏହାକୁ ନେଇ ସୁମିତଙ୍କ ଓକିଲ ଦୀପକ ପଟ୍ଟନାୟକ ଏସଡିଜେଏମ୍ଙ୍କ କୋର୍ଟରେ ଏକ ପିଟିସନ ଦାଖଲ କରିବା ସହ ସୁମିତ୍ କୋର୍ଟ ଆଦେଶ ଅବମାନନା କରିବା ସହ ତାଙ୍କର ପତ୍ତା ନଥିବା ଯୋଗୁଁ ଧାରଣାରେ ବସିଥିବା ତପସ୍ୱିନୀ ଶ୍ୱଶୁର ଘରକୁ ଯିବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ। ଏହାକୁ ସୁମିତଙ୍କ ଓକିଲ ବିରୋଧ କରିଥିଲେ। ଚଳିତ ମାସ ୨୦ ତାରିଖରେ ଏସଡିଜେଏମ୍ ତପସ୍ୱିନୀ କେଉଁଠି ରହିବେ ସେ ନେଇ କୌଣସି ରାୟ ନ ଦେଇଥିବା ବେଳେ ୯ ତାରିଖରେ ଦେଇଥିବା ରାୟର ପୁନରାବୃତି କରିଥିଲେ। ତପସ୍ୱିନୀଙ୍କୁ ତାଙ୍କ ସ୍ୱାମୀ ସୁମିତ ଭଡା ଘରେ ନେଇ ରଖି ପତ୍ନୀର ମର୍ଯ୍ୟାଦା ଦେଇ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଉଲ୍ଲେଖ କରିଥିଲେ।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

ତେବେ ସୁମିତଙ୍କ କୌଣସି ପତ୍ତା ନଥିବା ଯୋଗୁଁ ତପସ୍ୱିନୀ ପୁଣି ପ୍ରମିଳାଦେବୀଙ୍କ ସହ ଶ୍ୱଶୁର ଘର ବାରଣ୍ଡାରେ ଧାରଣାରେ ବସିଥିଲେ। ପୁଲିସ ତପସ୍ୱିନୀଙ୍କୁ ସୁରକ୍ଷା ଦେଇ ବସିଥିଲେ। ତାଙ୍କ ସ୍ୱାମୀ ଡାକ୍ତର ସୁମିତଙ୍କୁ ପାଇବା ପରେ ହିଁ ଧାରଣାରୁ ଉଠିବେ ବୋଲି ତପସ୍ୱିନୀ କହିଛନ୍ତି। ଅନ୍ୟପଟେ ଉକ୍ତ ଅଂଚଳରେ ୨୭ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିଥିବା ଯୋଗୁଁ ଉକ୍ତ ଅଂଚଳ ପୁରା ଶୂନଶାନ୍ ହୋଇ ରହିଛି। ଏହି ଘଟଣାର ଅନ୍ତ କଣ ଘଟିବ ସେ ନେଇ କେହି ମଧ୍ୟ କିଛି କହିପାରୁନଥିବା ବେଳେ ପୁଣି ଚଳିତ ମାସ ୨୭ ତାରିଖରେ ଉପରକୋର୍ଟରେ ହେବାକୁ ଥିବା ରାୟ ଉପରେ ସମସ୍ତଙ୍କ ନଜର ରହିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

22 Dec 2021 By The Sakala

ମାସେ ହେଲାଣି ଶ୍ବଶୁର ଘର ସାମ୍ନାରେ ବୋହୁ, ତଳ କୋର୍ଟ ରାୟ ବିରୋଧରେ ଜିଲ୍ଲାକୋର୍ଟରେ ଅପିଲ୍ କଲେ ତପସ୍ୱିନୀଙ୍କ ଓକିଲ

ବ୍ରହ୍ମପୁର : ବହୁଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାଦ ଘଟଣାକୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଆଲୋଚନା ଜାରି ରହିଛି। ଏହାରି ମଧ୍ୟରେ ଶ୍ୱଶୁର ଘର ସମ୍ମୁଖରେ ତପସ୍ୱିନୀଙ୍କ ଧାରଣାକୁ ଠିକ୍ ମାସେ ପୂରିଛି। ନଭେମ୍ବର ୨୨ରେ ତପସ୍ୱିନୀ ବୋହୁ ବେଶରେ ତାଙ୍କ ସହଯୋଗୀ ପ୍ରମିଳା ତ୍ରିପାଠୀଙ୍କ ସହ ଶ୍ୱଶୁର ଘରକୁ ଆସିଥିଲେ। ସେତେବେଳ କେହି ତାଙ୍କୁ ଗ୍ରହଣ ନ କରିବାରୁ ସେ ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ। ନଭେମ୍ବର ୨୨ ରୁ ଡିସେମ୍ବର ୨୨ ପର୍ଯ୍ୟନ୍ତ ତପସ୍ୱିନୀ ଏବଂ ସୁମିତଙ୍କ ବିବାଦ କେବଳ ବ୍ରହ୍ମପୁର ନୁହେଁ ସାରା ରାଜ୍ୟବାସୀଙ୍କ ପାଇଁ ଆଲୋଚନାର ବିଷୟ ପାଲଟିଛି। ଏହି ମାସକ ମଧ୍ୟରେ ସାମାନ୍ୟ ଚିତ୍ର ବଦଳିଛି। ତପସ୍ୱିନୀ ଶ୍ୱଶୁର ଘର ସମ୍ମୁଖରେ ଧାରଣା ଦେବା ପରେ କୋର୍ଟଙ୍କ ନିର୍ଦ୍ଦେଶରେ ଆସିକା ଚିନିକଳରେ ସ୍ୱମୀଙ୍କ ସହ ରହିଥିଲେ। ପରେ ପୁଣି ଶ୍ୱଶୁର ଘର ବାରଣ୍ଡାରେ ଧାରଣା ଦେଇଛନ୍ତି। ଦୁଇଦିନ ପୂର୍ବେ ସ୍ଥାନୀୟ ମହିଳାମାନେ ଉତ୍ୟେକ୍ତ ହୋଇ ତାଙ୍କ ଶ୍ୱଶୁର ଘରର ମୁଖ୍ୟ ଗେଟ୍ ଭାଙ୍ଗି ତପସ୍ୱିନୀଙ୍କୁ ଭିତରକୁ ନେଇଥିଲେ। ହେଲେ ଭିତର କବାଟ ବନ୍ଦ ରହିଥିବା ଯୋଗୁଁ ତପସ୍ୱିନୀ ବାରଣ୍ଡାରେ ଧାରଣାରେ ବସିଛନ୍ତି।

ଅନ୍ୟପଟେ ଉଭୟ ପତି-ପତ୍ନୀ ଏବଂ ଶ୍ୱଶୁରଙ୍କ ମଧ୍ୟରେ ସୋସିଆଲ୍ ମିଡିଆରେ ଯୁଦ୍ଧ ଯୋରଦାର ଚାଲିଛି। ତପସ୍ୱିନୀଙ୍କୁ ଶ୍ୱଶୁର ଘରେ ରଖିବା ପାଇଁ ତପସ୍ୱିନୀଙ୍କ ଓକିଲ ଯେଉଁ ପିଟିସନ ଦେଇଥିଲେ ତାହାର କୌଣସି ରାୟ ଆସିନଥିବା ଯୋଗୁଁ ଏହାକୁ ନେଇ ଉପର କୋର୍ଟରେ ଆଇନଜୀବୀ ଦୀପକ ପଟ୍ଟନାୟକ ଅପିଲ କରିଥିବା ସୂଚନା ଦେଇଛନ୍ତି। ଆସିକା ଚିନିକଳ ଅତିଥି ଭବନରେ ଏକାଠି ୭ଦିନ ରହିବା ପରେ ଆଜି ପର୍ଯ୍ୟନ୍ତ ସୁମିତଙ୍କ ପତ୍ତା ନାହିଁ। ଏହାକୁ ନେଇ ସୁମିତଙ୍କ ଓକିଲ ଦୀପକ ପଟ୍ଟନାୟକ ଏସଡିଜେଏମ୍ଙ୍କ କୋର୍ଟରେ ଏକ ପିଟିସନ ଦାଖଲ କରିବା ସହ ସୁମିତ୍ କୋର୍ଟ ଆଦେଶ ଅବମାନନା କରିବା ସହ ତାଙ୍କର ପତ୍ତା ନଥିବା ଯୋଗୁଁ ଧାରଣାରେ ବସିଥିବା ତପସ୍ୱିନୀ ଶ୍ୱଶୁର ଘରକୁ ଯିବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ। ଏହାକୁ ସୁମିତଙ୍କ ଓକିଲ ବିରୋଧ କରିଥିଲେ। ଚଳିତ ମାସ ୨୦ ତାରିଖରେ ଏସଡିଜେଏମ୍ ତପସ୍ୱିନୀ କେଉଁଠି ରହିବେ ସେ ନେଇ କୌଣସି ରାୟ ନ ଦେଇଥିବା ବେଳେ ୯ ତାରିଖରେ ଦେଇଥିବା ରାୟର ପୁନରାବୃତି କରିଥିଲେ। ତପସ୍ୱିନୀଙ୍କୁ ତାଙ୍କ ସ୍ୱାମୀ ସୁମିତ ଭଡା ଘରେ ନେଇ ରଖି ପତ୍ନୀର ମର୍ଯ୍ୟାଦା ଦେଇ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଉଲ୍ଲେଖ କରିଥିଲେ।

ତେବେ ସୁମିତଙ୍କ କୌଣସି ପତ୍ତା ନଥିବା ଯୋଗୁଁ ତପସ୍ୱିନୀ ପୁଣି ପ୍ରମିଳାଦେବୀଙ୍କ ସହ ଶ୍ୱଶୁର ଘର ବାରଣ୍ଡାରେ ଧାରଣାରେ ବସିଥିଲେ। ପୁଲିସ ତପସ୍ୱିନୀଙ୍କୁ ସୁରକ୍ଷା ଦେଇ ବସିଥିଲେ। ତାଙ୍କ ସ୍ୱାମୀ ଡାକ୍ତର ସୁମିତଙ୍କୁ ପାଇବା ପରେ ହିଁ ଧାରଣାରୁ ଉଠିବେ ବୋଲି ତପସ୍ୱିନୀ କହିଛନ୍ତି। ଅନ୍ୟପଟେ ଉକ୍ତ ଅଂଚଳରେ ୨୭ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିଥିବା ଯୋଗୁଁ ଉକ୍ତ ଅଂଚଳ ପୁରା ଶୂନଶାନ୍ ହୋଇ ରହିଛି। ଏହି ଘଟଣାର ଅନ୍ତ କଣ ଘଟିବ ସେ ନେଇ କେହି ମଧ୍ୟ କିଛି କହିପାରୁନଥିବା ବେଳେ ପୁଣି ଚଳିତ ମାସ ୨୭ ତାରିଖରେ ଉପରକୋର୍ଟରେ ହେବାକୁ ଥିବା ରାୟ ଉପରେ ସମସ୍ତଙ୍କ ନଜର ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର