ଜୀବନ ସଂଗ୍ରାମରେ ୧୯ ମାସର ଶିଶୁ; ଚିକିତ୍ସା ପାଇଁ ଲୋଡ଼ା ୧୬ କୋଟି ଟଙ୍କା

The Sakala Picture
Published On

କଟକ: ଜୀବନ ସହ ସଂଗ୍ରାମ କରୁଛି ୧୯ ମାସର ଶିଶୁ ରାଜବୀର। ୧୩ ମାସ ହେବ ସେ ସ୍ପାଇନାଲ ମସ୍କୁଲାର ଆଟ୍ରୋପି ରୋଗରେ ପୀଡ଼ିତ। ଯଦି ଚିକିତ୍ସା କରାଯିବ ତାହେଲେ ବିଦେଶରୁ ଆସିବ ଏ ଏ କ୍ସ ଭି ଏ ସ୍ – ୧୦୧୦ ଇଞ୍ଜେକସନ। ଯାହାର ମୂଲ୍ୟ ୨୧ଲକ୍ଷ ୨୫ହଜାର ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପାଖାପାଖି ୧୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା। ଏତେ ଟଙ୍କା ଯୋଗାଡ଼ କରିବା ଶିଶୁଟିର ପରିବାର ପାଇଁ ଅସମ୍ଭବ ହୋଇ […]

କଟକ: ଜୀବନ ସହ ସଂଗ୍ରାମ କରୁଛି ୧୯ ମାସର ଶିଶୁ ରାଜବୀର। ୧୩ ମାସ ହେବ ସେ ସ୍ପାଇନାଲ ମସ୍କୁଲାର ଆଟ୍ରୋପି ରୋଗରେ ପୀଡ଼ିତ। ଯଦି ଚିକିତ୍ସା କରାଯିବ ତାହେଲେ ବିଦେଶରୁ ଆସିବ ଏ ଏ କ୍ସ ଭି ଏ ସ୍ – ୧୦୧୦ ଇଞ୍ଜେକସନ। ଯାହାର ମୂଲ୍ୟ ୨୧ଲକ୍ଷ ୨୫ହଜାର ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପାଖାପାଖି ୧୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା। ଏତେ ଟଙ୍କା ଯୋଗାଡ଼ କରିବା ଶିଶୁଟିର ପରିବାର ପାଇଁ ଅସମ୍ଭବ ହୋଇ ପଡ଼ିଥିବାରୁ ସେମାନେ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି । ସରକାରୀ ସ୍ତରରେ ସହାୟତା ମିଳିବାକୁ ଅପେକ୍ଷା କରିଛନ୍ତି। ଏହାଛଡ଼ା ‘ଗିଭ୍ ଲାଇଫ୍’ ଟୁ ରାଜବୀର’ ନାମରେ ପବ୍ଲିକ ପଣ୍ଟିଂ ଆରମ୍ଭ ହୋଇ ସାରିଛି।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

କନ୍ଧମାଳ ଜିଲ୍ଲାର କୁଳମଣି ରଣା ଓ ତମଲିକା ଦାସଙ୍କ ପୁଅ ରାଜବୀର। ଜନ୍ମରୁ ପ୍ରଥମ କିଛି ମାସ ରାଜବୀର ସ୍ବାଭାବିକ ଥିଲା। ଏହାପରେ ତା’ର ଶରୀର ଠିକ ଭାବେ ଚଳପ୍ରଚଳ କରୁ ନଥିବା ପରିବାର ଲୋକେ ଦେଖିଥିଲେ । କୁଳମଣି ବେଙ୍ଗାଲୁରୁରେ ଡେଲିଭରୀ ସଂସ୍ଥାରେ କାର୍ଯ୍ୟକରନ୍ତି। ଏଣୁ ଗତ ମାସରେ ବେଙ୍ଗାଲୁରୁର ବାପଟିଷ୍ଟ ହସ୍ପିଟାଲରେ ରାଜବୀରର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେ ସ୍ପାଇନାଲ ମସ୍କୁଲାର ଆଟ୍ରୋପି(ଏସ୍ଏମଏ ଟାଇପ-୨)ରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ତେବେ ଏହା ଏକ ବଂଶଗତ ଅସୁସ୍ଥତା ବୋଲି ଡାକ୍ତର କହିଛନ୍ତି । ଚିକିତ୍ସା ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବା ବାପା କୁଳମଣିଙ୍କ ପକ୍ଷେ ସମ୍ଭବପର ନୁହେଁ। ବେଙ୍ଗାଲୁରୁରୁ ଫେରି ରାଜବୀରକୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଗତ ୩ ଦିନ ହେବ ସେ ଏସ୍‌ସିବି ମେଡ଼ିକାଲ ଟ୍ରମା କାଜୁଆଲ୍‌ର ଦ୍ୱିତୀୟ ମହଲାରେ ରହି ଚିକିତ୍ସିତ ହେଉଥିଲା। ଡିସଚାର୍ଜ କରାଯାଇ ନଥିଲେ ସୁଦ୍ଧା ସୋମବାର ରାଜବୀରକୁ ଏସ୍‌ସିବି ମେଡ଼ିକାଲରୁ ନେଇ ତା’ର ବାପା-ମା ଚାଲି ଯାଇଛନ୍ତି। ଏବେ ଟଙ୍କା ଯୋଗାଡ଼ କରିବାକୁ ଚେଷ୍ଟା କରୁଛୁ ବୋଲି ବାପା କୁଳମଣି କହିଛନ୍ତି। ରାଜ୍ୟ ସରକାର ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

07 Dec 2021 By The Sakala

ଜୀବନ ସଂଗ୍ରାମରେ ୧୯ ମାସର ଶିଶୁ; ଚିକିତ୍ସା ପାଇଁ ଲୋଡ଼ା ୧୬ କୋଟି ଟଙ୍କା

କଟକ: ଜୀବନ ସହ ସଂଗ୍ରାମ କରୁଛି ୧୯ ମାସର ଶିଶୁ ରାଜବୀର। ୧୩ ମାସ ହେବ ସେ ସ୍ପାଇନାଲ ମସ୍କୁଲାର ଆଟ୍ରୋପି ରୋଗରେ ପୀଡ଼ିତ। ଯଦି ଚିକିତ୍ସା କରାଯିବ ତାହେଲେ ବିଦେଶରୁ ଆସିବ ଏ ଏ କ୍ସ ଭି ଏ ସ୍ – ୧୦୧୦ ଇଞ୍ଜେକସନ। ଯାହାର ମୂଲ୍ୟ ୨୧ଲକ୍ଷ ୨୫ହଜାର ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପାଖାପାଖି ୧୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା। ଏତେ ଟଙ୍କା ଯୋଗାଡ଼ କରିବା ଶିଶୁଟିର ପରିବାର ପାଇଁ ଅସମ୍ଭବ ହୋଇ ପଡ଼ିଥିବାରୁ ସେମାନେ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି । ସରକାରୀ ସ୍ତରରେ ସହାୟତା ମିଳିବାକୁ ଅପେକ୍ଷା କରିଛନ୍ତି। ଏହାଛଡ଼ା ‘ଗିଭ୍ ଲାଇଫ୍’ ଟୁ ରାଜବୀର’ ନାମରେ ପବ୍ଲିକ ପଣ୍ଟିଂ ଆରମ୍ଭ ହୋଇ ସାରିଛି।

କନ୍ଧମାଳ ଜିଲ୍ଲାର କୁଳମଣି ରଣା ଓ ତମଲିକା ଦାସଙ୍କ ପୁଅ ରାଜବୀର। ଜନ୍ମରୁ ପ୍ରଥମ କିଛି ମାସ ରାଜବୀର ସ୍ବାଭାବିକ ଥିଲା। ଏହାପରେ ତା’ର ଶରୀର ଠିକ ଭାବେ ଚଳପ୍ରଚଳ କରୁ ନଥିବା ପରିବାର ଲୋକେ ଦେଖିଥିଲେ । କୁଳମଣି ବେଙ୍ଗାଲୁରୁରେ ଡେଲିଭରୀ ସଂସ୍ଥାରେ କାର୍ଯ୍ୟକରନ୍ତି। ଏଣୁ ଗତ ମାସରେ ବେଙ୍ଗାଲୁରୁର ବାପଟିଷ୍ଟ ହସ୍ପିଟାଲରେ ରାଜବୀରର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେ ସ୍ପାଇନାଲ ମସ୍କୁଲାର ଆଟ୍ରୋପି(ଏସ୍ଏମଏ ଟାଇପ-୨)ରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ତେବେ ଏହା ଏକ ବଂଶଗତ ଅସୁସ୍ଥତା ବୋଲି ଡାକ୍ତର କହିଛନ୍ତି । ଚିକିତ୍ସା ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବା ବାପା କୁଳମଣିଙ୍କ ପକ୍ଷେ ସମ୍ଭବପର ନୁହେଁ। ବେଙ୍ଗାଲୁରୁରୁ ଫେରି ରାଜବୀରକୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଗତ ୩ ଦିନ ହେବ ସେ ଏସ୍‌ସିବି ମେଡ଼ିକାଲ ଟ୍ରମା କାଜୁଆଲ୍‌ର ଦ୍ୱିତୀୟ ମହଲାରେ ରହି ଚିକିତ୍ସିତ ହେଉଥିଲା। ଡିସଚାର୍ଜ କରାଯାଇ ନଥିଲେ ସୁଦ୍ଧା ସୋମବାର ରାଜବୀରକୁ ଏସ୍‌ସିବି ମେଡ଼ିକାଲରୁ ନେଇ ତା’ର ବାପା-ମା ଚାଲି ଯାଇଛନ୍ତି। ଏବେ ଟଙ୍କା ଯୋଗାଡ଼ କରିବାକୁ ଚେଷ୍ଟା କରୁଛୁ ବୋଲି ବାପା କୁଳମଣି କହିଛନ୍ତି। ରାଜ୍ୟ ସରକାର ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର