ଆଜି ମହାପ୍ରଭୁଙ୍କ ପଇତାଲାଗି, ଅପରାହ୍ଣ ୪ଟାରୁ ବନ୍ଦ ରହିବ ଦର୍ଶନ
ପୁରୀ: ଆଜି ମାର୍ଗଶୀର କୃଷ୍ଣଦଶମୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଅପରାହ୍ନରେ ଏହି ନୀତି ସମ୍ପନ୍ନ ହେବ। ଏହି ଉପଲକ୍ଷେ ସୋମବାର ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମଙ୍ଗଳବାର ସକାଳୁ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ବିଶେଷ ସୂଚନା । Special announcement. pic.twitter.com/I7jHSe9vKH — Shree Jagannatha Temple Office, Puri (@SJTA_Puri) November 28, […]
ପୁରୀ: ଆଜି ମାର୍ଗଶୀର କୃଷ୍ଣଦଶମୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଅପରାହ୍ନରେ ଏହି ନୀତି ସମ୍ପନ୍ନ ହେବ। ଏହି ଉପଲକ୍ଷେ ସୋମବାର ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମଙ୍ଗଳବାର ସକାଳୁ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।
ବିଶେଷ ସୂଚନା ।
Special announcement. pic.twitter.com/I7jHSe9vKH
ଆହୁରି ପଢ଼ନ୍ତୁ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ: ବିଜେଡି କହିଲା, 'ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ'— Shree Jagannatha Temple Office, Puri (@SJTA_Puri) November 28, 2021
ରତ୍ନସିଂହାସନରେ ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି ଏକ ଗୁପ୍ତ ନୀତି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ସ୍ୱତନ୍ତ୍ର ସେବା ଅନୁଷ୍ଠିତ ହୋଇଥାଏ । ପାଟ କନାର ପଇତାକୁ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥାଏ । ଶ୍ରୀଜଗନ୍ନାଥଙ୍କୁ ହଳଦିଆ, ବଡ଼ଠାକୁରଙ୍କୁ ସବୁଜ ଓ ଦେବୀ ସୁଭଦ୍ରାଙ୍କୁ ନାଲି ରଙ୍ଗର ପଇତା ଲାଗି କରାଯାଏ ।
ଆଜି ମହାପ୍ରଭୁଙ୍କ ପଇତାଲାଗି, ଅପରାହ୍ଣ ୪ଟାରୁ ବନ୍ଦ ରହିବ ଦର୍ଶନ
ପୁରୀ: ଆଜି ମାର୍ଗଶୀର କୃଷ୍ଣଦଶମୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଅପରାହ୍ନରେ ଏହି ନୀତି ସମ୍ପନ୍ନ ହେବ। ଏହି ଉପଲକ୍ଷେ ସୋମବାର ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମଙ୍ଗଳବାର ସକାଳୁ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।
ବିଶେଷ ସୂଚନା ।
Special announcement. pic.twitter.com/I7jHSe9vKH
— Shree Jagannatha Temple Office, Puri (@SJTA_Puri) November 28, 2021