ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ଼ ଘଟଣା: ବିଜେପିକୁ ଜଗନ୍ନାଥ ସଂସ୍କୃତିର ପାଠ ପଢ଼ାଇଲେ ପ୍ରଣବ

The Sakala Picture
Published On

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଶିଳାନ୍ୟାସ ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ଼ ଘଟଣା । ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଂସ୍କୃତିର ପାଠ ପଢ଼ାଇଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଧର୍ମେନ୍ଦ୍ରଙ୍କୁ ଟ୍ୱିଟ୍ କରି ପ୍ରଣବ ଲେଖିଛନ୍ତି, ଭାଇ ଆପଣ ବିଜେପିର ଜଣେ ବରିଷ୍ଠ ନେତା । ମୋର ବିନମ୍ର ଅନୁରୋଧ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି ଏହି ଘୃଣ୍ୟ କାର୍ଯ୍ଯକୁ ନିନ୍ଦା କରିବା ସହ ସେହି ଭୁଲ୍ […]

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଶିଳାନ୍ୟାସ ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ଼ ଘଟଣା । ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଂସ୍କୃତିର ପାଠ ପଢ଼ାଇଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଧର୍ମେନ୍ଦ୍ରଙ୍କୁ ଟ୍ୱିଟ୍ କରି ପ୍ରଣବ ଲେଖିଛନ୍ତି, ଭାଇ ଆପଣ ବିଜେପିର ଜଣେ ବରିଷ୍ଠ ନେତା । ମୋର ବିନମ୍ର ଅନୁରୋଧ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି ଏହି ଘୃଣ୍ୟ କାର୍ଯ୍ଯକୁ ନିନ୍ଦା କରିବା ସହ ସେହି ଭୁଲ୍ କରିଥିବା ରାଜ୍ୟ ବିଜେପିର ଲୋକଙ୍କୁ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପାର୍ଥନା କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଆପଣଙ୍କ ଦଳ ବିଜେପି ସବୁ ବେଳେ ହିନ୍ଦୁ ସଂସ୍କାର ଓ ସଂସ୍କୃତି ବିଷୟରେ ଗୁରୁତ୍ୱ ଦେଇ ଆସିଛି । ଜଗନ୍ନାଥ ସଂସ୍କୃତି ହେଉଛି ଓଡ଼ିଆ ଜାତିର ପରିଚୟ । ମହାପ୍ରଭୁଙ୍କ ସେବା କରି ଆସିଥିବା ଲୋକଙ୍କ ଉପରେ ଆମିଷ ଦ୍ରବ୍ୟ ନିକ୍ଷେପ କରିବା ଓଡ଼ିଆ ଜାତି ଏବଂ କୋଟି କୋଟି ଓଡ଼ିଆଙ୍କୁ ମର୍ମାହତ କରିଛି । ଆପଣ ଜାଣିଛନ୍ତି ଏବଂ ସାରା ଓଡ଼ିଶାବାସୀଙ୍କ ବିଶ୍ୱାସ ଯିଏ ଜଗନ୍ନାଥ ଦର୍ଶନ କରି ବଡ଼ଦାଣ୍ଡରୁ ଫେରିଛି ତାର ପାଦ ଧରି ନମସ୍କାର କରାଯାଏ । କାରଣ ଶରଧା ବାଲି ତା ପାଦରେ ଲାଗିଥାଏ ।

କିନ୍ତୁ ଲଜ୍ଜାର ବିଷୟ ଆପଣଙ୍କ ଦଳର ଜଣେ ନେତା ଏହି ଘୃଣ୍ୟ କାର୍ୟ୍ୟ ଆମିଷ (ଅଣ୍ଡାମାଡ଼) କରିଥିବାର ବାହାବା ନେଉଛନ୍ତି । ପୁରୀ ଗଜପତିଙ୍କ ଦ୍ୱାରା କରାଯାଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ ସମସ୍ତ ଦଳର ନେତା ଏବଂ ଆପଣଙ୍କ ଦଳର ପୁରୀ ବିଧାୟକ ଯୋଗ ଦେଇଥିଲେ । ସେଥିରେ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ । ଏହି ମହତ୍ କାର୍ଯ୍ଯରେ ଯୋଗ ଦେଇ ଫେରୁଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପରେ କିଛି ଦୁର୍ବୃତ୍ତ ଅଣ୍ଡାମାଡ଼ କରିଥିଲେ। ଏହା ଅତ୍ୟନ୍ତ ଲଜ୍ଜାକର ବିଷୟ।

25 Nov 2021 By The Sakala

ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ଼ ଘଟଣା: ବିଜେପିକୁ ଜଗନ୍ନାଥ ସଂସ୍କୃତିର ପାଠ ପଢ଼ାଇଲେ ପ୍ରଣବ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଶିଳାନ୍ୟାସ ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ଼ ଘଟଣା । ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଂସ୍କୃତିର ପାଠ ପଢ଼ାଇଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଧର୍ମେନ୍ଦ୍ରଙ୍କୁ ଟ୍ୱିଟ୍ କରି ପ୍ରଣବ ଲେଖିଛନ୍ତି, ଭାଇ ଆପଣ ବିଜେପିର ଜଣେ ବରିଷ୍ଠ ନେତା । ମୋର ବିନମ୍ର ଅନୁରୋଧ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି ଏହି ଘୃଣ୍ୟ କାର୍ଯ୍ଯକୁ ନିନ୍ଦା କରିବା ସହ ସେହି ଭୁଲ୍ କରିଥିବା ରାଜ୍ୟ ବିଜେପିର ଲୋକଙ୍କୁ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପାର୍ଥନା କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ।

ଆପଣଙ୍କ ଦଳ ବିଜେପି ସବୁ ବେଳେ ହିନ୍ଦୁ ସଂସ୍କାର ଓ ସଂସ୍କୃତି ବିଷୟରେ ଗୁରୁତ୍ୱ ଦେଇ ଆସିଛି । ଜଗନ୍ନାଥ ସଂସ୍କୃତି ହେଉଛି ଓଡ଼ିଆ ଜାତିର ପରିଚୟ । ମହାପ୍ରଭୁଙ୍କ ସେବା କରି ଆସିଥିବା ଲୋକଙ୍କ ଉପରେ ଆମିଷ ଦ୍ରବ୍ୟ ନିକ୍ଷେପ କରିବା ଓଡ଼ିଆ ଜାତି ଏବଂ କୋଟି କୋଟି ଓଡ଼ିଆଙ୍କୁ ମର୍ମାହତ କରିଛି । ଆପଣ ଜାଣିଛନ୍ତି ଏବଂ ସାରା ଓଡ଼ିଶାବାସୀଙ୍କ ବିଶ୍ୱାସ ଯିଏ ଜଗନ୍ନାଥ ଦର୍ଶନ କରି ବଡ଼ଦାଣ୍ଡରୁ ଫେରିଛି ତାର ପାଦ ଧରି ନମସ୍କାର କରାଯାଏ । କାରଣ ଶରଧା ବାଲି ତା ପାଦରେ ଲାଗିଥାଏ ।

କିନ୍ତୁ ଲଜ୍ଜାର ବିଷୟ ଆପଣଙ୍କ ଦଳର ଜଣେ ନେତା ଏହି ଘୃଣ୍ୟ କାର୍ୟ୍ୟ ଆମିଷ (ଅଣ୍ଡାମାଡ଼) କରିଥିବାର ବାହାବା ନେଉଛନ୍ତି । ପୁରୀ ଗଜପତିଙ୍କ ଦ୍ୱାରା କରାଯାଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ ସମସ୍ତ ଦଳର ନେତା ଏବଂ ଆପଣଙ୍କ ଦଳର ପୁରୀ ବିଧାୟକ ଯୋଗ ଦେଇଥିଲେ । ସେଥିରେ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ । ଏହି ମହତ୍ କାର୍ଯ୍ଯରେ ଯୋଗ ଦେଇ ଫେରୁଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପରେ କିଛି ଦୁର୍ବୃତ୍ତ ଅଣ୍ଡାମାଡ଼ କରିଥିଲେ। ଏହା ଅତ୍ୟନ୍ତ ଲଜ୍ଜାକର ବିଷୟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର