ବାତ୍ଯାର ରୂପ ନେଇପାରେ ସମ୍ଭାବ୍ଯ ଲଘୁଚାପ

The Sakala Picture
Published On

ଭୁବନେଶ୍ବର: ଆସନ୍ତା ୯ ତାରିଖ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ବାତ୍ୟାର ରୂପ ନେଇପାରେ। ଲଘୁଚାପ ସୃଷ୍ଟି ପରେ ଏହା ଶକ୍ତିଶାଳୀ ହେବ। ୧୦ ରାତି କିମ୍ବା ୧୧ ତାରିଖ ସକାଳେ ଲଘୁଚାପଟି ବାତ୍ୟାରେ ପରିଣତ ହୋଇପାରେ। ବାତ୍ୟା ସୃଷ୍ଟି ହେବା ନେଇ ବର୍ତ୍ତମାନ ସବୁ ପ୍ରକାର ସ୍ଥିତି ଅନୁକୂଳ ରହିଛି। ସମୁଦ୍ର ତାପମାତ୍ରା ଅଧିକ ଥିବା ସହିତ ବର୍ତ୍ତମାନ ବାତ୍ୟା ସିଜିନ ଜାରି ରହିଛି । ତେଣୁ ସମ୍ଭାବ୍ୟ ଲଘୁଚାପଟି ବାତ୍ୟାରେ […]

ଭୁବନେଶ୍ବର: ଆସନ୍ତା ୯ ତାରିଖ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ବାତ୍ୟାର ରୂପ ନେଇପାରେ। ଲଘୁଚାପ ସୃଷ୍ଟି ପରେ ଏହା ଶକ୍ତିଶାଳୀ ହେବ। ୧୦ ରାତି କିମ୍ବା ୧୧ ତାରିଖ ସକାଳେ ଲଘୁଚାପଟି ବାତ୍ୟାରେ ପରିଣତ ହୋଇପାରେ। ବାତ୍ୟା ସୃଷ୍ଟି ହେବା ନେଇ ବର୍ତ୍ତମାନ ସବୁ ପ୍ରକାର ସ୍ଥିତି ଅନୁକୂଳ ରହିଛି। ସମୁଦ୍ର ତାପମାତ୍ରା ଅଧିକ ଥିବା ସହିତ ବର୍ତ୍ତମାନ ବାତ୍ୟା ସିଜିନ ଜାରି ରହିଛି । ତେଣୁ ସମ୍ଭାବ୍ୟ ଲଘୁଚାପଟି ବାତ୍ୟାରେ ପରିଣତ ହୋଇପାରେ ବୋଲି ବିଭିନ୍ନ ମଡେଲ୍ ଆଶଙ୍କା ପ୍ରକାଶ କରିଛି।

ଆହୁରି ପଢ଼ନ୍ତୁ: ଜେଲ୍‌ରେ ପଡ଼ିଲା ହାତଗଣ୍ଠି, ଜୀବନସାଥୀ ହେଲେ ଦୁଇ ବିଚାରାଧୀନ କଏଦୀ

ଯଦି ଏହି ଲଘୁଚାପ ବାତ୍ୟାରେ ପରିଣତ ହୁଏ ତେବେ ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ରହିବ ନାହିଁ ବୋଲି ପ୍ରାଥମିକ ଆକଳନ କରାଯାଇଛି। ବାତ୍ୟାଟି ତାମିଲନାଡୁ ଓ ଶ୍ରୀଲଙ୍କା ଆଡ଼କୁ ମୁହାଁଇବା ସହିତ ଉତ୍ତର ତାମିଲନାଡୁରେ ସ୍ଥଳଭାଗ ଅତିକ୍ରମ କରିବାର ଅଧିକ ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ମଡେଲ ସହିତ ବିଦେଶୀ ପାଣିପାଗ ବୈଜ୍ଞାନିକମାନେ ମତ ଦେବା ସହିତ ସମ୍ଭାବ୍ୟ ସ୍ଥିତି ଉପରେ ତୀକ୍ଷ୍ଣ ନଜର
ରଖିଛନ୍ତି।

୯ ତାରିଖ ସୃଷ୍ଟି ହେବାକୁ ଥିବା ଲଘୁଚାପ ଟି ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ଜିଏଫଏସ୍ ମଡେଲ୍ ସହିତ ଗ୍ଲୋବାଲ ଜିଫିଏସ୍ ଓ ଏନ୍‌ସିଏମଆର୍‌ଡବ୍ଲ୍ୟୁଏଫର ଏନ୍‌କମ୍ ମଡେଲ୍ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ମଡେଲ୍‌ଗୁଡ଼ିକ ସହିତ ଘରୋଇ ପାଣିପାଗ ସଂସ୍ଥା ‘ଆକ୍ୟୱେଦର’ର ଆନ୍ତର୍ଜାତିକ ଫୋର୍କାଷ୍ଟି ମ୍ୟାନେଜର ଜ୍ୟାସନ ନିକୋଲାସ ମଧ୍ୟ ବାତ୍ୟା ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ନିକୋଲାସ ଟୁଇଟ୍ ଯୋଗେ ଲେଖିଛନ୍ତି ଯେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା ସ୍ଥଳଭାଗ ଅତିକ୍ରମ କରିବା ପୂର୍ବରୁ ଅବପାତ କିମ୍ବା ବାତ୍ୟାର ରୂପ ନେବ। ସମ୍ଭବତଃ ଏହା ଦକ୍ଷିଣପୂର୍ବ ଭାରତ କିମ୍ବା ଶ୍ରୀଲଙ୍କା ଉପକୂଳରେ ସ୍ଥଳ ଭାଗ ଅତିକ୍ରମ କରିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

ଅନ୍ୟପଟେ ୧୪ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକି ପ୍ରଥମେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହେବ।୧୭ ତାରିଖ ସକାଳ ସୁଦ୍ଧ। ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ । ୧୭ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ। ପରବର୍ତ୍ତି ସମୟରେ ଏହା ଆହୁରି ଘନୀଭୂତ ହୋଇ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ସମ୍ଭବତଃ ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇପାରେ ବୋଲି ଜିଏଫ୍ଏସ୍ ମଡେଲ୍‌ର ପ୍ରାଥମିକ ଆକଳନରୁ ଜଣାପଡ଼ୁଛି । ତେବେ ଯଦି ଦ୍ବିତୀୟ ଲଘୁଚାପ ଟି ବାତ୍ୟାରେ ପରିଣତ ହୁଏ ଓଡ଼ିଶା ଉପରୁ ବିପଦ ଏଡ଼ାଇ ଦିଆଯାଇ ନ ପାରେ ବୋଲି ମଡେଲ୍‌ଗୁଡ଼ିକ ଆକଳନ କରିଛନ୍ତି। ବର୍ତ୍ତମାନ ବିଶୁଭରେଖା ଆଖାପଖରେ ସକ୍ରିୟ ରହୁଥିବା ପୂର୍ବ ପଶ୍ଚିମ ବାଦଲଖଣ୍ଡଗୁଡ଼ିକର ପ୍ରଭାବ ଅଧିକ ରହିଛି । ଯାହାଦ୍ବାରା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି କରାଇବାରେ ଯଥେଷ୍ଟ ସହାୟକ ହେଉଛି। ପରବର୍ତ୍ତି ସମୟରେ ଏହି ଲଘୁଚାପକୁ ବାତ୍ୟାରେ ପରିଣତ କରାଇବାରେ ମଧ୍ୟ ଏହା ବଳ ଯୋଗାଉଛି।

08 Nov 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର