ମନୋରଞ୍ଜନ
ଓଡ଼ିଶା
ପର୍ଯ୍ୟଟକଙ୍କ ପାଇଁ ଆସନ୍ତାକାଲିଠୁ ଖୋଲିବ ଶିମିଳିପାଳ, ରାତ୍ରୀ ଯାପନ ପାଇଁ କରିପାରିବେ ଅନଲାଇନ୍ ବୁକିଂ
ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଆସନ୍ତାକାଲି ନଭେମ୍ବର ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଏଠାକୁ ଆସିବାକୁ ଥିବା ପର୍ଯ୍ୟଟକମାନେ କୋଭିଡ-୧୯ ନିୟମାବଳୀକୁ ଅନୁସରଣ କରିବା ବାଧ୍ୟତାମୂଳକ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକଙ୍କ ଏମ ଜଗଜୟାନନ୍ଦ କହିଛନ୍ତି । ଦୈନିକ ଚାରି ଚକିଆ ଯାନ(କାର ବ୍ୟତୀତ) ଯଶିପୁର କଳିଆଣି ତନଖି ଫାଟକ ଓ ବାରିପଦା ପିଠାବଟା ତନଖି ଫାଟକ ଦେଇ ଅଭୟାରଣ୍ୟ ଭିତରକୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯିବ। ଉକ୍ତ […]
ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଆସନ୍ତାକାଲି ନଭେମ୍ବର ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଏଠାକୁ ଆସିବାକୁ ଥିବା ପର୍ଯ୍ୟଟକମାନେ କୋଭିଡ-୧୯ ନିୟମାବଳୀକୁ ଅନୁସରଣ କରିବା ବାଧ୍ୟତାମୂଳକ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକଙ୍କ ଏମ ଜଗଜୟାନନ୍ଦ କହିଛନ୍ତି ।
ଦୈନିକ ଚାରି ଚକିଆ ଯାନ(କାର ବ୍ୟତୀତ) ଯଶିପୁର କଳିଆଣି ତନଖି ଫାଟକ ଓ ବାରିପଦା ପିଠାବଟା ତନଖି ଫାଟକ ଦେଇ ଅଭୟାରଣ୍ୟ ଭିତରକୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯିବ। ଉକ୍ତ ଦୁଇ ତନଖି ଫାଟକରେ ପ୍ରବେଶ ଅନୁମତି ପତ୍ର ସକାଳ ୬ଟାରୁ ୯ ଟା ପର୍ଯ୍ୟନ୍ତ ବୁକିଂ କାଉଣ୍ଟରରେ ଉପଲବ୍ଧ ରହିବ । ପ୍ରତି ପର୍ଯ୍ୟଟକଙ୍କ ପିଛା ୧୦୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଥିବା ବେଳେ, ମାର୍ଗଦର୍ଶିକା ଅନୁପାଳନ ସହିତ ଅଭୟାରଣ୍ୟକୁ ସ୍ବଚ୍ଛ ରଖିବା ପାଇଁ ପର୍ଯ୍ୟଟକ ମାନେ ଭିତରକୁ ପ୍ରବେଶ ସମୟରେ ନିଜ ସାଥିରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନି ସଂଯୋଗକାରୀ ସାମଗ୍ରୀ ଆଦି ନେବା ଉପରେ କଟକଣା ଜାରି କରାଯିବ। ଶିମିଳିପାଳରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀ ଯାପନ ପାଇଁ ପର୍ଯ୍ୟଟକମାନେ www.ecotourodisha.com ୱେବସାଇଟରେ ଅଗ୍ରୀମ ବୁକିଂ କରି ପାରିବେ।
ଚଳିତ ଥର ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଦୁଃସାହାସିକ କ୍ରୀଡା, ଜଙ୍ଗଲ ସଫାରୀ ଓ ମାଉଣ୍ଟେନ ସାଇକେଲିଂ ଭଳି କିଛି ନୂଆ ଧରଣର କ୍ରୀଡାକୁ ସାମିଲ କରିଛନ୍ତି । ଏଥିପାଇଁ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଚଳିତ ବର୍ଷ ଶିମିଳିପାଳରେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବ ମାଉଣ୍ଟେନ ସାଇକେଲିଂ । ତା’ଛଡା ଶିମିଳିପାଳ ଭିତରେ ଥିବା ବିଭିନ୍ନ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ଭଲିବଲ, ବ୍ୟାଡମିଣ୍ଟନ, କ୍ୟାରମ ଚେସ ଆଦି ସହ ନେଟୱାର୍କର ସୁବିଧା କରାଯାଇଛି।
ପର୍ଯ୍ୟଟକମାନେ ପ୍ରତି ଗାଡିରେ ଜଣେ ବିଭାଗୀୟ ଗାଇଡଙ୍କୁ ନିୟମ ଅନୁଯାୟୀ ସାଙ୍ଗରେ ନେବାକୁ ପଡିବ । ବୁଲାବୁଲି ସାରି ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ୪ଟା ପୂର୍ବରୁ ଚହଲା ଛାଡିବାକୁ ନିର୍ଦ୍ଦେଶ ରହିଛି। ଯଦି କୌଣସି କାରଣବଶତଃ ଅଭୟାରଣ୍ୟ ମଧ୍ୟରେ ଗାଡି ଖରାପ ହେଲେ ପର୍ଯ୍ୟଟକମାନଙ୍କୁ ବାରିପଦା ଓ ଯଶିପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ଅଗ୍ରୀମ ଟଙ୍କା ଜମା ଦେବାକୁ ନିୟମ ରହିଛି। ରାତ୍ରୀ ରହଣି ପାଇଁ କୋର ଏରିଆର ଜାମୁଆଣି, କୁମାରୀ, ରାମତୀର୍ଥ ଗୁଡ ଗୁଡିଆ ଆଦି ସ୍ଥାନରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ କୁଆଁରୀ ଗାଁ ନିକଟରେ ବାଉଁଶ କୁଟୀର ବ୍ୟବସ୍ଥା ମଧ୍ୟ କରାଯାଇଛି।
ସୂଚନାଯୋଗ୍ୟଯେ ପ୍ରତିବର୍ଷ ବର୍ଷା ଋତୁ ପାଇଁ ଜୁନ ମାସ ୧୫ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ହୋଇଥାଏ । ପୁନଃ ନଭେମ୍ବର ପହିଲାରେ ଖୋଲିଥାଏ ।
31 Oct 2021
By The Sakala

⊕ https://www.thesakala.in/latest-odisha-news/shimlipal-will-open-for-tourists-from-tomorrow/article-6498