ବାତ୍ୟାରେ ଉପୁଡ଼ିଥିବା ଚନ୍ଦନ ଗଛକୁ ବିକିବେ ସରକାର , ମିଳିବ ୧ ହଜାର କୋଟି ଟଙ୍କା

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ଦୀର୍ଘଦିନ ହେଲା ଗଚ୍ଛିତ ପ୍ରାୟ ୮୧୦ ମେଟ୍ରିକ୍‍ ଟନ୍‍ ଲାଲ୍‍ ଚନ୍ଦନ କାଠକୁ ବିକ୍ରି ପାଇଁ ବାଟ ଫିଟିଛି। ଏହି କାଠ ବିକ୍ରି ହେଲେ ରାଜ୍ୟ ରାଜକୋଷକୁ ପ୍ରାୟ ୧ ହଜାର କୋଟି ଟଙ୍କା ରାଜସ୍ୱ ମିଳିବା ସମ୍ଭାବନା ରହିଛି। ପୂର୍ବରୁ ଏପରି ମୂଲ୍ୟବାନ କାଠ ରପ୍ତାନୀ କିମ୍ବା ବିକ୍ରି କ୍ଷେତ୍ରରେ କଠୋର ନିୟମ ରହିଥିବା ବେଳେ ବିଶେଷ ପରିସ୍ଥିତିରେ ରପ୍ତାନୀ ନିୟମକୁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ କୋହଳ କରାଯାଇଛି। ୨୦୧୮ […]

ଭୁବନେଶ୍ୱର : ରାଜ୍ୟରେ ଦୀର୍ଘଦିନ ହେଲା ଗଚ୍ଛିତ ପ୍ରାୟ ୮୧୦ ମେଟ୍ରିକ୍‍ ଟନ୍‍ ଲାଲ୍‍ ଚନ୍ଦନ କାଠକୁ ବିକ୍ରି ପାଇଁ ବାଟ ଫିଟିଛି। ଏହି କାଠ ବିକ୍ରି ହେଲେ ରାଜ୍ୟ ରାଜକୋଷକୁ ପ୍ରାୟ ୧ ହଜାର କୋଟି ଟଙ୍କା ରାଜସ୍ୱ ମିଳିବା ସମ୍ଭାବନା ରହିଛି। ପୂର୍ବରୁ ଏପରି ମୂଲ୍ୟବାନ କାଠ ରପ୍ତାନୀ କିମ୍ବା ବିକ୍ରି କ୍ଷେତ୍ରରେ କଠୋର ନିୟମ ରହିଥିବା ବେଳେ ବିଶେଷ ପରିସ୍ଥିତିରେ ରପ୍ତାନୀ ନିୟମକୁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ କୋହଳ କରାଯାଇଛି। ୨୦୧୮ ମସିହାରେ ତିତ୍‍ଲି ବାତ୍ୟା ସମୟରେ ପାରଳାଖେମୁଣ୍ଡି ବନାଞ୍ଚଳରେ ବହୁ ରକ୍ତଚନ୍ଦନ ଗଛ ଉପୁଡ଼ି ପଡ଼ିଥିଲା। ବନ ବିଭାଗ ପକ୍ଷରୁ ଏହାର କାଠଗୁଡ଼ିକୁ ସୁରକ୍ଷିତ ଭାବରେ ସଂଗ୍ରହ କରାଯାଇଥିଲା।

ଆହୁରି ପଢ଼ନ୍ତୁ: କରଞ୍ଜିଆ ବନଖଣ୍ଡରୁ ହାତୀ ଶାବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଗଚ୍ଛିତ ରକ୍ତଚନ୍ଦନ କାଠକୁ ବିକ୍ରି ନିମନ୍ତେ ରାଜ୍ୟ ସରକାର କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ମନ୍ତ୍ରାଳୟକୁ ଅନୁମତି ମାଗିଥିଲେ। ଏହାପରେ କେନ୍ଦ୍ର ସରକାର ଆଇଟିସି (ଏଚଏସ) ରପ୍ତାନୀ ନିୟମ ୨୦୧୮ରେ କୋହଳ କରିବା ସହ କାଠଗୁଡ଼ିକୁ ବିକ୍ରି ଅନୁମତି ପ୍ରଦାନ କରିଛନ୍ତି। ଏହି ଲାଲ୍‍ ଚନ୍ଦନ ଗଛ ପ୍ରସାଧନ ସାମଗ୍ରୀ ଭାବେ ବହୁଳ ବ୍ୟବହାର ହେଉଥିବା ବେଳେ ବିଭିନ୍ନ ପୂଜାକାର୍ଯ୍ୟ ଏବଂ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତିରେ ବ୍ୟାପକ ଭାବେ ବ୍ୟବହାର ହୋଇଥାଏ। ଏପରିକି ଚନ୍ଦନ କାଠକୁ ମଧ୍ୟ ବାଦ୍ୟଯନ୍ତ୍ରରେ ବ୍ୟବହାର କରାଯାଇଥାଏ। ଚାଇନା, ଜାପାନ, ସିଙ୍ଗାପୁର ପରି ଏସୀୟ ଦେଶମାନଙ୍କରେ ଏହି କାଠର ବହୁଳ ଚାହିଦା ରହିଛି। ସରକାରୀ ଭାବେ ଚନ୍ଦନ କାଠ କିଲୋଗ୍ରାମ ପ୍ରତି ୧୨ ହଜାରରୁ ୧୬ ହଜାର ଟଙ୍କା ବିକ୍ରି ହୋଇଥାଏ।

ଆହୁରି ପଢ଼ନ୍ତୁ: ଏରସମା ଶିଆଳି ବେଳାଭୂମି ନିକଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ନେଇଗଲେ ଦୁବୃର୍ତ୍ତ

ତେଣୁ ଉପରୋକ୍ତ ଚନ୍ଦନକାଠ ଅର୍ଥାତ୍‍ ୮୧୦ ମେଟ୍ରିକ୍‍ ଟନ୍‍କୁ ଯଦି ସରକାରୀ ମୂଲ୍ୟରେ ରାଜ୍ୟ ସରକାର ରପ୍ତାନୀ କରିବାରେ ସକ୍ଷମ ହୁଅନ୍ତି ତାହେଲେ ରାଜକୋଷକୁ ୯୦୦ରୁ ୧୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମିଳିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଖୁବ୍‍ ଶୀଘ୍ର ରାଜ୍ୟ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏହା ଉପରେ ପଦକ୍ଷେପ ନେବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ଏହି ଲାଲ୍‍ ଚନ୍ଦନ ପ୍ରଜାତିର ଗଛ ଦକ୍ଷିଣ ଭାରତର କିଛି ରାଜ୍ୟ ସହ ଦକ୍ଷିଣ ଓଡ଼ିଶାରେ ବହୁଳ ଭାବେ ଦେଖାଯାଇଥାଏ। ୨୦୧୭ ମସିହାରେ ଏହାର ରପ୍ତାନୀ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଥିଲେ। ଏହି ରକ୍ତ ଚନ୍ଦନ ଗଛକୁ ବିଲୁପ୍ତପ୍ରାୟ ଶ୍ରେଣୀରେ ରଖାଯାଇଥିବା ବେଳେ ଏହାର ବିକ୍ରି କରିବା ବେଆଇନ ଏବଂ ଏହା ପାଇଁ ଦଣ୍ଡବିଧାନ ମଧ୍ୟ ରହିଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ୨୨ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର