କଅଁଳ କାନ୍ଧରେ ପରିବାର ବୋଝ: ପିଲାମାନେ ଅନଲାଇନରେ ପାଠ ପଢୁଥିବା ବେଳେ ଖାଦ୍ୟ ମୁଠାଏ ପାଇଁ ଚନ୍ଦନଙ୍କ ସଙ୍ଘର୍ଷ

The Sakala Picture
Published On

ଭୁବନେଶ୍ବର : କଅଁଳ କାନ୍ଧରେ ପରିବାର ବୋଝ। ପିଲାମାନେ ଅନଲାଇନରେ ପାଠ ପଢୁଥିବା ବେଳେ କେଉଁଠାକୁ ଖାଦ୍ୟ ସନ୍ଧାନରେ ଯିବେ ତାହା ଚିନ୍ତା କରନ୍ତି। ଯେଉଁ ବୟସରେ ସାଙ୍ଗସାଥୀ ମେଳରେ ଖେଳ କୁଦରେ ସମୟ ବିତାଇବା କଥା ସେହି ସମୟ ବିତୁଛି ଘରର ୬ପ୍ରାଣୀଙ୍କ ପେଟ ଚିନ୍ତାରେ। କେତେବେଳେ ଅଳିଆ ଗଦା ତ ଆଉ କେତେବେଳେ ପରିବା ହାଟ। ହାଟରେ ଫିଙ୍ଗା ଯାଉଥିବା ନଷ୍ଟ ପରିବା ଭିତରୁ ଖୋଜାପଡ଼େ ଅଧାନଷ୍ଟ ପରିବା  ଯାହା ତାଙ୍କ ପାଇଁ ଅମୁଲମୂଲ। […]

ଭୁବନେଶ୍ବର : କଅଁଳ କାନ୍ଧରେ ପରିବାର ବୋଝ। ପିଲାମାନେ ଅନଲାଇନରେ ପାଠ ପଢୁଥିବା ବେଳେ କେଉଁଠାକୁ ଖାଦ୍ୟ ସନ୍ଧାନରେ ଯିବେ ତାହା ଚିନ୍ତା କରନ୍ତି। ଯେଉଁ ବୟସରେ ସାଙ୍ଗସାଥୀ ମେଳରେ ଖେଳ କୁଦରେ ସମୟ ବିତାଇବା କଥା ସେହି ସମୟ ବିତୁଛି ଘରର ୬ପ୍ରାଣୀଙ୍କ ପେଟ ଚିନ୍ତାରେ। କେତେବେଳେ ଅଳିଆ ଗଦା ତ ଆଉ କେତେବେଳେ ପରିବା ହାଟ। ହାଟରେ ଫିଙ୍ଗା ଯାଉଥିବା ନଷ୍ଟ ପରିବା ଭିତରୁ ଖୋଜାପଡ଼େ ଅଧାନଷ୍ଟ ପରିବା  ଯାହା ତାଙ୍କ ପାଇଁ ଅମୁଲମୂଲ। ବାପା ଭିନ୍ନକ୍ଷମ ହୋଇଥିବାରୁ ୧୩ବର୍ଷ ବୟସୟରେ ୫ପ୍ରାଣୀଙ୍କ ପେଟକୁ ଦାନା ଯୋଗାଉଛନ୍ତି ଚନ୍ଦନ ଦାସ ।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ସ୍ଥାନୀୟ ଗୋପବନ୍ଧୁ ନଗରରେ ବାପା, ମା’, ଜେଜେବାପା ଓ ଦୁଇ ସାନ ଭାଇ ଭଉଣୀଙ୍କ ସହ ରୁହନ୍ତି ଚନ୍ଦନ। ବାପା ରାମ ଦାସଙ୍କର ୨ଟି ହାତ ସମ୍ପୂର୍ଣ୍ଣ ଅକାମୀ ହୋଇଥିବାରୁ ଦିବ୍ୟାଙ୍ଗ ଜୀବନ ବିତାଉଛନ୍ତି। ଜେଜେ ବାପା ବି ପରିଣତ ବୟସରେ। ୨ଛୋଟ ଛୁଆଙ୍କୁ ଛାଡ଼ି ମା’ ମଧ୍ୟ କୌଣସି କାମ କରିବାକୁ ସମୟ ପାଇ ପାରୁନାହାନ୍ତି। ଫଳରେ ୬ପ୍ରାଣୀଙ୍କ ପାଇଁ ଚୁଲିମୁଣ୍ଡକୁ ଖାଦ୍ୟ ସାମଗ୍ରୀ ଯୋଗାଇବାର ଦାୟିତ୍ବ ନେଇଛନ୍ତି ଚନ୍ଦନ। ଯେଉଁଦିନ ଚନ୍ଦନ କିଛି ନ ଆଣେ ସେଦିନ ଚୁଲି ଜଳେନି। ତେଣୁ ପାଠପଢ଼ା ବଦଳରେ ବିଭିନ୍ନ ସ୍ଥାନରୁ ଜରି, ବୋତଲ ଗୋଟାଇ ତାହାକୁ ବିକ୍ରି କରିନ୍ତି ଚନ୍ଦନ। ଯାହା ମିଳେ ସେଥିରେ ତେଜରାତି ସାମଗ୍ରୀ କିଣିଥାନ୍ତି । ଯେ ପର୍ଯ୍ୟନ୍ତ କିଛି ନ ମିଳେ ସେ ପର୍ଯ୍ୟନ୍ତ ଘରକୁ ଖାଲି ହାତରେ ଫେରନ୍ତି ନାହିଁ। ଅନେକ ସମୟରେ ସ୍ଥାନୀୟ ହାଟରେ ଜଗି ରହି ପନିପରିବା ଗୋଟାଇ ଆଣନ୍ତି । ନ ହେଲେ ବିଭିନ୍ନ ର ହୋଟେଲ ସାମ୍ନାରେ ଥିବା ଡଷ୍ଟବିନ୍‌ରେ ଫିଙ୍ଗା ଯାଇଥିବା ଖାଦ୍ୟକୁ ଠା ଆଦର ସହିତ ଘରକୁ ନେଇ ଆସନ୍ତି। କେବଳ ଖାଇବା ନୁହେଁ ଜ ମୁଣ୍ଡ ଗୁଞ୍ଜିବାକୁ ମଧ୍ୟ ଛପରଟେ ନାହିଁ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

ଜେଜେବାପାଙ୍କ ତିଆରି ହୋଇଥିବା ଘର ଅଧାପନ୍ତରିଆ ଭାବେ ପଡ଼ିଛି। ଲଗାଣ ବର୍ଷାରେ ଘର ଭିତରେ ଢ଼ୁ ଢ଼ୁ ବର୍ଷା ପାଣି ପଡ଼ୁଥିବାରୁ ରାତି ରାତି ଅନିଦ୍ରା ହେଉଛନ୍ତି ସମସ୍ତେ। ସରକାରୀ ବାବୁଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ରାଜନେତାଙ୍କୁ ଏସମ୍ପର୍କରେ ଜଣାଇଥିଲେ ବି କେହି ଗୁରୁତ୍ବ ଦେଉନଥିବା ଚନ୍ଦନଙ୍କ ମା’ କହିଛନ୍ତି। ବାପା ତ ଅକ୍ଷମ। ପୁଅକୁ ନେଇ ଅନେକ ସ୍ଵପ୍ନ ଦେଖୁଥିଲି । ହେଲେ ମୋ ପୁଅ ଯଦି ଏହି ବୟସରୁ ପାଠପଢ଼ା ଛାଡ଼ି ଘର ଦାୟିତ୍ବ ନେବ ତେବେ ତାହାର ଭବଷ୍ୟତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ସରକାର ଆମକୁ ସାହାଯ୍ୟ କଲେ ଆମେ ଘର ନିକଟରେ ଏକ ଦୋକାନ କରି ଚଳିବୁ ଆଉ ମୋ ପୁଅ ପାଠ ପଢ଼ିପାରିବ ବୋଲି ନିବେଦନ କରିଛନ୍ତି ଚନ୍ଦନଙ୍କ ମା’ ।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

30 Sep 2021 By The Sakala

କଅଁଳ କାନ୍ଧରେ ପରିବାର ବୋଝ: ପିଲାମାନେ ଅନଲାଇନରେ ପାଠ ପଢୁଥିବା ବେଳେ ଖାଦ୍ୟ ମୁଠାଏ ପାଇଁ ଚନ୍ଦନଙ୍କ ସଙ୍ଘର୍ଷ

ଭୁବନେଶ୍ବର : କଅଁଳ କାନ୍ଧରେ ପରିବାର ବୋଝ। ପିଲାମାନେ ଅନଲାଇନରେ ପାଠ ପଢୁଥିବା ବେଳେ କେଉଁଠାକୁ ଖାଦ୍ୟ ସନ୍ଧାନରେ ଯିବେ ତାହା ଚିନ୍ତା କରନ୍ତି। ଯେଉଁ ବୟସରେ ସାଙ୍ଗସାଥୀ ମେଳରେ ଖେଳ କୁଦରେ ସମୟ ବିତାଇବା କଥା ସେହି ସମୟ ବିତୁଛି ଘରର ୬ପ୍ରାଣୀଙ୍କ ପେଟ ଚିନ୍ତାରେ। କେତେବେଳେ ଅଳିଆ ଗଦା ତ ଆଉ କେତେବେଳେ ପରିବା ହାଟ। ହାଟରେ ଫିଙ୍ଗା ଯାଉଥିବା ନଷ୍ଟ ପରିବା ଭିତରୁ ଖୋଜାପଡ଼େ ଅଧାନଷ୍ଟ ପରିବା  ଯାହା ତାଙ୍କ ପାଇଁ ଅମୁଲମୂଲ। ବାପା ଭିନ୍ନକ୍ଷମ ହୋଇଥିବାରୁ ୧୩ବର୍ଷ ବୟସୟରେ ୫ପ୍ରାଣୀଙ୍କ ପେଟକୁ ଦାନା ଯୋଗାଉଛନ୍ତି ଚନ୍ଦନ ଦାସ ।

ସ୍ଥାନୀୟ ଗୋପବନ୍ଧୁ ନଗରରେ ବାପା, ମା’, ଜେଜେବାପା ଓ ଦୁଇ ସାନ ଭାଇ ଭଉଣୀଙ୍କ ସହ ରୁହନ୍ତି ଚନ୍ଦନ। ବାପା ରାମ ଦାସଙ୍କର ୨ଟି ହାତ ସମ୍ପୂର୍ଣ୍ଣ ଅକାମୀ ହୋଇଥିବାରୁ ଦିବ୍ୟାଙ୍ଗ ଜୀବନ ବିତାଉଛନ୍ତି। ଜେଜେ ବାପା ବି ପରିଣତ ବୟସରେ। ୨ଛୋଟ ଛୁଆଙ୍କୁ ଛାଡ଼ି ମା’ ମଧ୍ୟ କୌଣସି କାମ କରିବାକୁ ସମୟ ପାଇ ପାରୁନାହାନ୍ତି। ଫଳରେ ୬ପ୍ରାଣୀଙ୍କ ପାଇଁ ଚୁଲିମୁଣ୍ଡକୁ ଖାଦ୍ୟ ସାମଗ୍ରୀ ଯୋଗାଇବାର ଦାୟିତ୍ବ ନେଇଛନ୍ତି ଚନ୍ଦନ। ଯେଉଁଦିନ ଚନ୍ଦନ କିଛି ନ ଆଣେ ସେଦିନ ଚୁଲି ଜଳେନି। ତେଣୁ ପାଠପଢ଼ା ବଦଳରେ ବିଭିନ୍ନ ସ୍ଥାନରୁ ଜରି, ବୋତଲ ଗୋଟାଇ ତାହାକୁ ବିକ୍ରି କରିନ୍ତି ଚନ୍ଦନ। ଯାହା ମିଳେ ସେଥିରେ ତେଜରାତି ସାମଗ୍ରୀ କିଣିଥାନ୍ତି । ଯେ ପର୍ଯ୍ୟନ୍ତ କିଛି ନ ମିଳେ ସେ ପର୍ଯ୍ୟନ୍ତ ଘରକୁ ଖାଲି ହାତରେ ଫେରନ୍ତି ନାହିଁ। ଅନେକ ସମୟରେ ସ୍ଥାନୀୟ ହାଟରେ ଜଗି ରହି ପନିପରିବା ଗୋଟାଇ ଆଣନ୍ତି । ନ ହେଲେ ବିଭିନ୍ନ ର ହୋଟେଲ ସାମ୍ନାରେ ଥିବା ଡଷ୍ଟବିନ୍‌ରେ ଫିଙ୍ଗା ଯାଇଥିବା ଖାଦ୍ୟକୁ ଠା ଆଦର ସହିତ ଘରକୁ ନେଇ ଆସନ୍ତି। କେବଳ ଖାଇବା ନୁହେଁ ଜ ମୁଣ୍ଡ ଗୁଞ୍ଜିବାକୁ ମଧ୍ୟ ଛପରଟେ ନାହିଁ ।

ଜେଜେବାପାଙ୍କ ତିଆରି ହୋଇଥିବା ଘର ଅଧାପନ୍ତରିଆ ଭାବେ ପଡ଼ିଛି। ଲଗାଣ ବର୍ଷାରେ ଘର ଭିତରେ ଢ଼ୁ ଢ଼ୁ ବର୍ଷା ପାଣି ପଡ଼ୁଥିବାରୁ ରାତି ରାତି ଅନିଦ୍ରା ହେଉଛନ୍ତି ସମସ୍ତେ। ସରକାରୀ ବାବୁଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ରାଜନେତାଙ୍କୁ ଏସମ୍ପର୍କରେ ଜଣାଇଥିଲେ ବି କେହି ଗୁରୁତ୍ବ ଦେଉନଥିବା ଚନ୍ଦନଙ୍କ ମା’ କହିଛନ୍ତି। ବାପା ତ ଅକ୍ଷମ। ପୁଅକୁ ନେଇ ଅନେକ ସ୍ଵପ୍ନ ଦେଖୁଥିଲି । ହେଲେ ମୋ ପୁଅ ଯଦି ଏହି ବୟସରୁ ପାଠପଢ଼ା ଛାଡ଼ି ଘର ଦାୟିତ୍ବ ନେବ ତେବେ ତାହାର ଭବଷ୍ୟତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ସରକାର ଆମକୁ ସାହାଯ୍ୟ କଲେ ଆମେ ଘର ନିକଟରେ ଏକ ଦୋକାନ କରି ଚଳିବୁ ଆଉ ମୋ ପୁଅ ପାଠ ପଢ଼ିପାରିବ ବୋଲି ନିବେଦନ କରିଛନ୍ତି ଚନ୍ଦନଙ୍କ ମା’ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର