ଅନୁଗୁଳ ଓ ତାଳଚେର ଟ୍ରାକ୍‌ରୁ ଲାଇନ୍‌ଚ୍ୟୁତ୍‌ ହେଲା ମାଲବାହୀ ଟ୍ରେନ୍‌, ୧୨ ଟ୍ରେନ ବାତିଲ

The Sakala Picture
Published On

ଅନୁଗୁଳ: ଟ୍ରାକ୍‌ରୁ ଖସିଲା ମାଲବାହୀ ଟ୍ରେନ୍ । ଅନୁଗୁଳ-ତାଳଚେର ରୋଡ୍‌ ଷ୍ଟେସନ ମଧ୍ୟରେ ଗତ ରାତି ପ୍ରାୟ ୨ଟା ୫୦ରେ ଏକ ଗହମ ବୋଝେଇ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଯାଇଛି । ଲଗାଣ ବର୍ଷା ଯୋଗୁ ଅନୁଗୁଳ-ତାଳଚେର ରୋଡର ଭୋଗବେରଣୀ ନିକଟସ୍ଥ ଏକ ପୋଲ ଦବି ଯିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଫଳରେ ମାଲବାହୀ ଟ୍ରେନ୍‌ର ଇଞ୍ଜିନ୍ ସମେତ ୫ରୁ ଅଧିକ ବଗି ଟ୍ରାକ୍ରୁ ଖସି ଯାଇଥିବା ସୂଚନା ମିଳିଛି। ଯେଉଁଥିପାଇଁ ୧୨ଟି […]

ଅନୁଗୁଳ: ଟ୍ରାକ୍‌ରୁ ଖସିଲା ମାଲବାହୀ ଟ୍ରେନ୍ । ଅନୁଗୁଳ-ତାଳଚେର ରୋଡ୍‌ ଷ୍ଟେସନ ମଧ୍ୟରେ ଗତ ରାତି ପ୍ରାୟ ୨ଟା ୫୦ରେ ଏକ ଗହମ ବୋଝେଇ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଯାଇଛି । ଲଗାଣ ବର୍ଷା ଯୋଗୁ ଅନୁଗୁଳ-ତାଳଚେର ରୋଡର ଭୋଗବେରଣୀ ନିକଟସ୍ଥ ଏକ ପୋଲ ଦବି ଯିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଫଳରେ ମାଲବାହୀ ଟ୍ରେନ୍‌ର ଇଞ୍ଜିନ୍ ସମେତ ୫ରୁ ଅଧିକ ବଗି ଟ୍ରାକ୍ରୁ ଖସି ଯାଇଥିବା ସୂଚନା ମିଳିଛି। ଯେଉଁଥିପାଇଁ ୧୨ଟି ଟ୍ରେନର ଚଳାଚଳ ବାତିଲ ହୋଇଥିବା ବେଳେ ୮ଟି ଟ୍ରେନ୍‌ର ଗତିପଥ ବଦଳିଥିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡିଛି। ଟ୍ରେନର ବଗି ଗୁଡ଼ିକ ଟ୍ରକ୍ ଉପରେ ପଡିଥିବାରୁ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ରେଳୱେର ବରିଷ୍ଠ ଅଧିକାରୀ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ସ୍ଥିତି ଯାଞ୍ଚ କରୁଛନ୍ତି ଏବଂ ଏହି ରୁଟ୍ ଟ୍ରେନ୍ ଯାତ୍ରା ଆରମ୍ଭ କରିବା ପାଇଁ ମରାମତି କାର୍ଯ୍ୟ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର