ପ୍ରତିକୂଳ ପାଗ ସତ୍ୱେ ଆଜି ସୁନ୍ଦରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ; ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ

The Sakala Picture
Published On

ଭୁବନେଶ୍ୱର: କୌଣସି ପୁଞ୍ଜିପତି କି ଧନୀକ ବର୍ଗ ନୁହେଁ; ବରଂ ଜୀବନଜୀବିକା ସଂଘର୍ଷ ଭିତରେ ଥିବା ଖଟିଖିଆ, ମେହନତୀ ମଣିଷ ହାତରେ ତା’ର ଏବଂ ତା’ ପରିବାରର ସ୍ବାସ୍ଥ୍ୟ ସେବାର ଚାବି ଧରାଇବା ଲାଗି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅତ୍ୟନ୍ତ ପ୍ରତିକୂଳ ପାଗ ସତ୍ତ୍ଵେ ରାଉରକେଲା ଯାଉଛନ୍ତି। ରାଜ୍ୟ ସରକାର ସ୍ବାସ୍ଥ୍ୟ ନିରାପତ୍ତାକୁ ଅଧିକ ସୁଦୃଢ଼ କରିବା ସହିତ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ ଲାଗି ଯେଉଁ ଉତ୍ତରଦାୟିତ ନେଇଛନ୍ତି, ସେହି କ୍ରମରେ ସୁନ୍ଦରଗଡ଼ […]

ଭୁବନେଶ୍ୱର: କୌଣସି ପୁଞ୍ଜିପତି କି ଧନୀକ ବର୍ଗ ନୁହେଁ; ବରଂ ଜୀବନଜୀବିକା ସଂଘର୍ଷ ଭିତରେ ଥିବା ଖଟିଖିଆ, ମେହନତୀ ମଣିଷ ହାତରେ ତା’ର ଏବଂ ତା’ ପରିବାରର ସ୍ବାସ୍ଥ୍ୟ ସେବାର ଚାବି ଧରାଇବା ଲାଗି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅତ୍ୟନ୍ତ ପ୍ରତିକୂଳ ପାଗ ସତ୍ତ୍ଵେ ରାଉରକେଲା ଯାଉଛନ୍ତି। ରାଜ୍ୟ ସରକାର ସ୍ବାସ୍ଥ୍ୟ ନିରାପତ୍ତାକୁ ଅଧିକ ସୁଦୃଢ଼ କରିବା ସହିତ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ ଲାଗି ଯେଉଁ ଉତ୍ତରଦାୟିତ ନେଇଛନ୍ତି, ସେହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟାଯିବ। ଫଳରେ ଗାଁ ଗଣ୍ଡା, ପଡ଼ା ବା ଉପାନ୍ତ ଅଞ୍ଚଳରେ ବାସ କରୁଥିବା ଅନୁସୂଚିତ ଜନଜାତି ବର୍ଗର ଆବାଳବୃଦ୍ଧବନିତା ଚିକିତ୍ସା ଅଭାବରୁ ଜୀବନ ମରଣ ଦୋଛକି ଭିତରେ ଆଉ ଧନ୍ଦି ହେବେ ନାହିଁ ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ସୁନ୍ଦରଗଡ଼ ଗସ୍ତ ଅବସରରେ ଆଜି ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ସୁନ୍ଦରଗଡ଼ ଜିଲ୍ଲାରେ ୪ ଲକ୍ଷ ୩୬ ହଜାର ୯୪୮ କାର୍ଡ ବଣ୍ଟନ କରାଯିବ । ଜିଲ୍ଲାର ୧୫ ଲଷ ୯ ହଜାର ୮୨୧ ଜଣ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଇବେ । ଆଜି ସୁନ୍ଦରଗଡ଼ ଜିଲ୍ଲାର ୫୫୦ଟି ସ୍ଥାନରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୨ ଜଣ ମନ୍ତ୍ରୀ ଉପସ୍ଥିତ ରହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା କରାଯାଇଛି । ଆଜି ଦିନ ୧୧ଟାରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ୧୧ଟା ୫ରେ ରାଉରକେଲା ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲ ଅଡିଟୋରିୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ସେହିପରି ୫୮୦ କୋଟି ୮୨ ଲଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୭୬ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ଏହାସହ ୨୦୪ କୋଟି ୧୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର