ରାଜ୍ଯରେ ଚିହ୍ନଟ ହେଲେ ଆଉ ୬୩୮ ନୂଆ କରୋନା ଆକ୍ରାନ୍ତ, ୦-୧୮ ବର୍ଷ ବୟସ ୯୩ପଜିଟିଭ୍

The Sakala Picture
Published On

ଭୁବନେଶ୍ୱର:ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୬୩୮ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ଯରୁ କ୍ୱାରେଣ୍ଟାଇନରୁ ୩୭୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୬୬ ଜଣ ରହିଛି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୨୮୦୫ କୁ ବୃଦ୍ଧି ପାଇଥିବା ବେଳେ ୯୯୭୭୯୦ ସଂକ୍ରମିତ ସୁସ୍ଥ ହେଲେଣି । ଏବେ ରାଜ୍ୟରେ ଆଉ ୬୯୦୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ […]

ଭୁବନେଶ୍ୱର:ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୬୩୮ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ଯରୁ କ୍ୱାରେଣ୍ଟାଇନରୁ ୩୭୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୬୬ ଜଣ ରହିଛି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୨୮୦୫ କୁ ବୃଦ୍ଧି ପାଇଥିବା ବେଳେ ୯୯୭୭୯୦ ସଂକ୍ରମିତ ସୁସ୍ଥ ହେଲେଣି । ଏବେ ରାଜ୍ୟରେ ଆଉ ୬୯୦୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୯୩ ଜଣ ପଜିଟିଭ ରହିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୭ ଜଣ, ବାଲେଶ୍ୱର ଜିଲ୍ଲାରୁ ୩୩ଜଣ, ବରଗଡ଼ ଜିଲ୍ଲାରୁ ୭ଜଣ, ଭଦ୍ରକ ଜିଲ୍ଲାରୁ ୧୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୨ଜଣ, ବୌଦ୍ଧ ଜିଲ୍ଲାରୁ ୧ ଜଣ, କଟକ ଜିଲ୍ଲାରୁ ୬୬ ଜଣ, ଦେବଗଡ଼ ଜିଲ୍ଲାରୁ ୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୯ଜଣ, ଗଜପତି ଜିଲ୍ଲାରୁ ୯ , ଗଞ୍ଜାମ ଜିଲ୍ଲାରୁ ୪ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୨ଜଣ, ଯାଜପୁର ଜିଲ୍ଲାରୁ ୩୨ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨ଜଣ, କଳାହାଣ୍ଡି ଜିଲ୍ଲାରୁ ୨ଜଣ , କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫ ଜଣ, କେନ୍ଦୁଝର ଜିଲ୍ଲାରୁ ୧୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୪୫ ଜଣ, କୋରାପୁଟ ଜିଲ୍ଲାରୁ ୩ଜଣ, ମାଲକାନଗିରି ଜିଲ୍ଲାରୁ ୫ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୪ ଜଣ, ନୟାଗଡ଼ ଜିଲ୍ଲାରୁ ୨ଜଣ, ପୁରୀ ଜିଲ୍ଲାରୁ ୧୮ଜଣ, ରାୟଗଡ଼ ଜିଲ୍ଲାରୁ ୪ ଜଣ, ସମ୍ବଲପୁର ଜିଲ୍ଲାରୁ ୧୪ ଜଣ, ସୋନେପୁର ୨ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୫ ଜଣ, ଷ୍ଟେଟ ପୁଲ୍‌ରୁ ୫୨ ଜଣ ରହିଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ରାଜ୍ଯରେ 7 ଜଣ ଆକ୍ରାନ୍ତଙ୍କ ମୃତ୍ଯୁ ଘଟିଛି ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର