ଟ୍ରାଫିକ ନିୟମକୁ ଖାତିର ନାହିଁ , ୨୫ କୋଟି ଦେଲେଣି ରାଜଧାନୀବାସୀ

The Sakala Picture
Published On

ଭୁବନେଶ୍ୱର,୬।୯(ସମିସ): ଟ୍ରାଫିକ୍‍ ନିୟମ ଭାଙ୍ଗିଥିବା ଅମାନିଆଙ୍କ ବିରୋଧରେ ଟ୍ରାଫିକ୍‍ ପୁଲିସ ଦୁଇ ବର୍ଷରେ ମୋଟା ରକମର ଜରିମାନା ଆଦାୟ କରିଛି। ରାଜଧାନୀରୁ ଟ୍ରାଫିକ୍‍ ପୁଲିସ ୨୫ କୋଟି ୩୪ଲକ୍ଷ ୪୮ ହଜାର ୧ଶହ ଟଙ୍କା ଆଦାୟ କରିଛି। ୨୦୨୦ରେ ୧୩ କୋଟି ୫୦ ଲକ୍ଷ ଆଦାୟ କରାଯାଇଥିବା ବେଳେ ୨୦୨୧ରେ ୧୧କୋଟି ୮୩ଲକ୍ଷ ୬୫ ହଜାରେ ୭ଶହ ଟଙ୍କା ଆଦାୟ ହୋଇଛି। ବିଧାନସଭାରେ ବିଧାୟକ ସୌଭିକ୍‍ ବିଶ୍ୱାଳଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏଭଳି […]

ଭୁବନେଶ୍ୱର,୬।୯(ସମିସ): ଟ୍ରାଫିକ୍‍ ନିୟମ ଭାଙ୍ଗିଥିବା ଅମାନିଆଙ୍କ ବିରୋଧରେ ଟ୍ରାଫିକ୍‍ ପୁଲିସ ଦୁଇ ବର୍ଷରେ ମୋଟା ରକମର ଜରିମାନା ଆଦାୟ କରିଛି। ରାଜଧାନୀରୁ ଟ୍ରାଫିକ୍‍ ପୁଲିସ ୨୫ କୋଟି ୩୪ଲକ୍ଷ ୪୮ ହଜାର ୧ଶହ ଟଙ୍କା ଆଦାୟ କରିଛି। ୨୦୨୦ରେ ୧୩ କୋଟି ୫୦ ଲକ୍ଷ ଆଦାୟ କରାଯାଇଥିବା ବେଳେ ୨୦୨୧ରେ ୧୧କୋଟି ୮୩ଲକ୍ଷ ୬୫ ହଜାରେ ୭ଶହ ଟଙ୍କା ଆଦାୟ ହୋଇଛି। ବିଧାନସଭାରେ ବିଧାୟକ ସୌଭିକ୍‍ ବିଶ୍ୱାଳଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏଭଳି ଉତ୍ତର ରଖିଛନ୍ତି। ସେ ଉତ୍ତରରେ କହିଛନ୍ତି ଯେ, ବିନା ହେଲେମେଟରେ ଯାଇଥିବା ଅମାନିଆଙ୍କ ଠାରୁ ଦୁଇ ବର୍ଷରେ ୧୮କୋଟି ୪ଲକ୍ଷ ୯ ହଜାର ୯ଶହ ଟଙ୍କା ଆଦାୟ କରାଯାଇଛି। ବିନା ସିଟ୍‍ବେଲଟ୍‍ରେ ଗାଡି ଚଲାଉଥିବା ବ୍ୟକ୍ତିଙ୍କ ଠାରୁ ୧କୋଟି ୨୧ଲକ୍ଷ ୨୧ହଜାର ୫ଶହ ଟଙ୍କା ଆଦାୟ କରାଯାଇଛି।

ଆହୁରି ପଢ଼ନ୍ତୁ: ଦେହରେ କିରୋସିନ ଢାଳି ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ସେହିଭଳି ବିନା ମାସ୍କରେ ବୁଲୁଥିବା ବ୍ୟକ୍ତିଙ୍କ ଠାରୁ ଦୁଇ ବର୍ଷରେ ୧୧ଲକ୍ଷ ୮୬ହଜାର ୮ଶହ ଟଙ୍କା ଆଦାୟ ହୋଇଛି। ୨୦୨୦ରେ ବିନା ହେଲମେଟ ଯାଉଥିବା ଅନାମିଆଙ୍କ ଠାରୁ ୮କୋଟି ୮୪ଲକ୍ଷ ୬ଶହ ଟଙ୍କା ଆଦାୟ ହୋଇଛି। ବିନା ମାସ୍କରେ ବୁଲୁଥିବା ଅମାନିଆଙ୍କ ଠାରୁ ୮ଲକ୍ଷ ୬୮ ହଜାର ୮ଶହ ଟଙ୍କା ଆଦାୟ ହୋଇଛି। ୨୦୨୦ରେ ବିନା ସିଟ୍‍ବେଲ୍ଟରେ ଗାଡି ଚଲାଉଥିବା ବ୍ୟକ୍ତିଙ୍କ ଠାରୁ ୬୫ ଲକ୍ଷ ୧୫ ହଜାର୪ଶହ ଟଙ୍କା ଆଦାୟ କରାଯାଇଥିବା ବେଳେ ୨୦୨୧ରେ ୫୬ଲକ୍ଷ ୬ ହଜାର ୧ଶହ ଟଙ୍କା ଆଦାୟ ହୋଇଥିଲା ସେହିଭଳି ୨୦୨୧ରେ ବିନା ହେଲମେଟରେ ଗାଡି ଚାଳନା କରୁଥିବା ଅମାନିଆଙ୍କ ଠାରୁ ୯ କୋଟି ୨୦ ଲକ୍ଷ ୯ ହଜାର ୩ଶହ ଟଙ୍କା ଆଦାୟ ହୋଇଛି। ବିନା ମାସ୍କରେ ବୁଲୁଥିବା ଅମାନିଆଙ୍କ ଠାରୁ ୩ଲକ୍ଷ ୧୮ ହଜାର ଟଙ୍କା ଆଦାୟ କରାଯାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତା ୨୮ତାରିଖ ଯାଏଁ କାଳବୈଶାଖୀ ବର୍ଷା, ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ସେହିଭଳି କଟକରୁ ଟ୍ରାଫିକ ନିୟମ ଭାଙ୍ଗିଥିବା ଅମାନିଆଙ୍କ ଠାରୁ ଦୁଇ ବର୍ଷରେ ୩କୋଟି ୬୫ଲକ୍ଷ ୩୬ ହଜାର ୫ଶହ ଟଙ୍କା ଆଦାୟ କରାଯାଇଛି। ୨୦୨୦ରେ ୨କୋଟି ୫୨ଲକ୍ଷ ୭୩ହଜାର ଟଙ୍କା ଜରିମାନା ଭାବେ ଆଦାୟ କରାଯାଇଥିବା ବେଳେ ୨୦୨୧ରେ ୧କୋଟି ୧୨ଲକ୍ଷ ୬୩ ହଜାର ୫ଶହ ଟଙ୍କା ଆଦାୟ କରାଯାଇଛି। ବିନା ହେଲେମେଟରେ ଯାଇଥିବା ଅନାମିଆଙ୍କ ଠାରୁ ଦୁଇ ବର୍ଷରେ ୧କୋଟି ୪୧ ଲକ୍ଷ ୮୩ ହଜାର ୫ଶହଟଙ୍କା ଆଦାୟ ହୋଇଛି। ୨୦୨୦ରେ ବିନା ସିଟ୍‍ ବେଲରେ ଗାଡି ଚାଳନା କରିଥିବା ବ୍ୟକ୍ତିଙ୍କ ଠାରୁ ୧ଲକ୍ଷ ୬୯ ହଜାର ୫ଶହ ଟଙ୍କା ଆଦାୟ କରାଯାଇଥିବା ବେଳେ ୨୦୨୧ରେ ମାତ୍ର ବିନା ସିଟ୍‍ବେଲ୍ଟରେ ଯାଇଥିବା ଅମାନିଆଙ୍କ ନିକଟରୁ ୧୯ ହଜାର ଟଙ୍କା ଆଦାୟ କରାଯାଇଛି। ଦୁଇ ବର୍ଷରେ ବିନା ମାସ୍କରେ ବୁଲୁଥିବା ଅମାନିଆଙ୍କ ଠାରୁ ୭୯ ଲକ୍ଷ ୯୮ ହଜାର ୧୬୦ ଟଙ୍କା ଆଦାୟ ହୋଇଛି। ୨୦୨୦ରେ ୭୪ ଲକ୍ଷ ୬୪ ହଜାର ୬୦ ଟଙ୍କା ଆଦାୟ ହୋଇଥିବା ବେଳେ ୨୦୨୧ରେ ୫ଲକ୍ଷ ୩୪ ୧ଶହ ଟଙ୍କା ଆଦାୟ କରାଯାଇଛି।

ଆହୁରି ପଢ଼ନ୍ତୁ: ଦେଶର ଗର୍ବ 'କଳିଙ୍ଗ ଷ୍ଟାଡ଼ିଅମ': ପ୍ରଥମଥର ପାଇଁ ଭାରତ ୨୦୨୮ରେ ଆୟୋଜନ କରିବ ବିଶ୍ୱ ଆଥଲେଟିକ୍‌ ଚମ୍ପିଆନସିପ୍‌

07 Sep 2021 By The Sakala

ଟ୍ରାଫିକ ନିୟମକୁ ଖାତିର ନାହିଁ , ୨୫ କୋଟି ଦେଲେଣି ରାଜଧାନୀବାସୀ

ଭୁବନେଶ୍ୱର,୬।୯(ସମିସ): ଟ୍ରାଫିକ୍‍ ନିୟମ ଭାଙ୍ଗିଥିବା ଅମାନିଆଙ୍କ ବିରୋଧରେ ଟ୍ରାଫିକ୍‍ ପୁଲିସ ଦୁଇ ବର୍ଷରେ ମୋଟା ରକମର ଜରିମାନା ଆଦାୟ କରିଛି। ରାଜଧାନୀରୁ ଟ୍ରାଫିକ୍‍ ପୁଲିସ ୨୫ କୋଟି ୩୪ଲକ୍ଷ ୪୮ ହଜାର ୧ଶହ ଟଙ୍କା ଆଦାୟ କରିଛି। ୨୦୨୦ରେ ୧୩ କୋଟି ୫୦ ଲକ୍ଷ ଆଦାୟ କରାଯାଇଥିବା ବେଳେ ୨୦୨୧ରେ ୧୧କୋଟି ୮୩ଲକ୍ଷ ୬୫ ହଜାରେ ୭ଶହ ଟଙ୍କା ଆଦାୟ ହୋଇଛି। ବିଧାନସଭାରେ ବିଧାୟକ ସୌଭିକ୍‍ ବିଶ୍ୱାଳଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏଭଳି ଉତ୍ତର ରଖିଛନ୍ତି। ସେ ଉତ୍ତରରେ କହିଛନ୍ତି ଯେ, ବିନା ହେଲେମେଟରେ ଯାଇଥିବା ଅମାନିଆଙ୍କ ଠାରୁ ଦୁଇ ବର୍ଷରେ ୧୮କୋଟି ୪ଲକ୍ଷ ୯ ହଜାର ୯ଶହ ଟଙ୍କା ଆଦାୟ କରାଯାଇଛି। ବିନା ସିଟ୍‍ବେଲଟ୍‍ରେ ଗାଡି ଚଲାଉଥିବା ବ୍ୟକ୍ତିଙ୍କ ଠାରୁ ୧କୋଟି ୨୧ଲକ୍ଷ ୨୧ହଜାର ୫ଶହ ଟଙ୍କା ଆଦାୟ କରାଯାଇଛି।

ସେହିଭଳି ବିନା ମାସ୍କରେ ବୁଲୁଥିବା ବ୍ୟକ୍ତିଙ୍କ ଠାରୁ ଦୁଇ ବର୍ଷରେ ୧୧ଲକ୍ଷ ୮୬ହଜାର ୮ଶହ ଟଙ୍କା ଆଦାୟ ହୋଇଛି। ୨୦୨୦ରେ ବିନା ହେଲମେଟ ଯାଉଥିବା ଅନାମିଆଙ୍କ ଠାରୁ ୮କୋଟି ୮୪ଲକ୍ଷ ୬ଶହ ଟଙ୍କା ଆଦାୟ ହୋଇଛି। ବିନା ମାସ୍କରେ ବୁଲୁଥିବା ଅମାନିଆଙ୍କ ଠାରୁ ୮ଲକ୍ଷ ୬୮ ହଜାର ୮ଶହ ଟଙ୍କା ଆଦାୟ ହୋଇଛି। ୨୦୨୦ରେ ବିନା ସିଟ୍‍ବେଲ୍ଟରେ ଗାଡି ଚଲାଉଥିବା ବ୍ୟକ୍ତିଙ୍କ ଠାରୁ ୬୫ ଲକ୍ଷ ୧୫ ହଜାର୪ଶହ ଟଙ୍କା ଆଦାୟ କରାଯାଇଥିବା ବେଳେ ୨୦୨୧ରେ ୫୬ଲକ୍ଷ ୬ ହଜାର ୧ଶହ ଟଙ୍କା ଆଦାୟ ହୋଇଥିଲା ସେହିଭଳି ୨୦୨୧ରେ ବିନା ହେଲମେଟରେ ଗାଡି ଚାଳନା କରୁଥିବା ଅମାନିଆଙ୍କ ଠାରୁ ୯ କୋଟି ୨୦ ଲକ୍ଷ ୯ ହଜାର ୩ଶହ ଟଙ୍କା ଆଦାୟ ହୋଇଛି। ବିନା ମାସ୍କରେ ବୁଲୁଥିବା ଅମାନିଆଙ୍କ ଠାରୁ ୩ଲକ୍ଷ ୧୮ ହଜାର ଟଙ୍କା ଆଦାୟ କରାଯାଇଛି।

ସେହିଭଳି କଟକରୁ ଟ୍ରାଫିକ ନିୟମ ଭାଙ୍ଗିଥିବା ଅମାନିଆଙ୍କ ଠାରୁ ଦୁଇ ବର୍ଷରେ ୩କୋଟି ୬୫ଲକ୍ଷ ୩୬ ହଜାର ୫ଶହ ଟଙ୍କା ଆଦାୟ କରାଯାଇଛି। ୨୦୨୦ରେ ୨କୋଟି ୫୨ଲକ୍ଷ ୭୩ହଜାର ଟଙ୍କା ଜରିମାନା ଭାବେ ଆଦାୟ କରାଯାଇଥିବା ବେଳେ ୨୦୨୧ରେ ୧କୋଟି ୧୨ଲକ୍ଷ ୬୩ ହଜାର ୫ଶହ ଟଙ୍କା ଆଦାୟ କରାଯାଇଛି। ବିନା ହେଲେମେଟରେ ଯାଇଥିବା ଅନାମିଆଙ୍କ ଠାରୁ ଦୁଇ ବର୍ଷରେ ୧କୋଟି ୪୧ ଲକ୍ଷ ୮୩ ହଜାର ୫ଶହଟଙ୍କା ଆଦାୟ ହୋଇଛି। ୨୦୨୦ରେ ବିନା ସିଟ୍‍ ବେଲରେ ଗାଡି ଚାଳନା କରିଥିବା ବ୍ୟକ୍ତିଙ୍କ ଠାରୁ ୧ଲକ୍ଷ ୬୯ ହଜାର ୫ଶହ ଟଙ୍କା ଆଦାୟ କରାଯାଇଥିବା ବେଳେ ୨୦୨୧ରେ ମାତ୍ର ବିନା ସିଟ୍‍ବେଲ୍ଟରେ ଯାଇଥିବା ଅମାନିଆଙ୍କ ନିକଟରୁ ୧୯ ହଜାର ଟଙ୍କା ଆଦାୟ କରାଯାଇଛି। ଦୁଇ ବର୍ଷରେ ବିନା ମାସ୍କରେ ବୁଲୁଥିବା ଅମାନିଆଙ୍କ ଠାରୁ ୭୯ ଲକ୍ଷ ୯୮ ହଜାର ୧୬୦ ଟଙ୍କା ଆଦାୟ ହୋଇଛି। ୨୦୨୦ରେ ୭୪ ଲକ୍ଷ ୬୪ ହଜାର ୬୦ ଟଙ୍କା ଆଦାୟ ହୋଇଥିବା ବେଳେ ୨୦୨୧ରେ ୫ଲକ୍ଷ ୩୪ ୧ଶହ ଟଙ୍କା ଆଦାୟ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର