ମନରେଗା କାମକରି ବର୍ଷେହେଲା ମିଳୁନି ମଜୁରି

The Sakala Picture
Published On

ପଣ୍ଡାପଡ଼ା : କେନ୍ଦୁଝର ଘଟଗାଁ ବ୍ଳକ ବଳଭଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ନୁଦୁରୁପଡ଼ା ଗ୍ରାମରେ ମନରେଗା ଯୋଜନାରେ ୪୦ରୁ ଅଧିକ ବ୍ୟକ୍ତି କାମକରି ଏକବର୍ଷ ବିତିଥିଲେ ହେଁ ମଜୁରି ଟଙ୍କା ପାଇନଥିବା ଅଭିଯୋଗ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ସ୍କୁଲଛକ ଠାରୁ ଧାନବେଣୀ ରାସ୍ତାର ଉନ୍ନତିକରଣ ପାଇଁ ୧୦ଲକ୍ଷ ଟଙ୍କାର ଅଟକଳ ପରିମାଣ ରହିଥିଲା। ବର୍ଷାଜଳ ଅମଳ ପ୍ରକଳ୍ପ ବାରହାଣ୍ଡିଆ ନୁଦୁରୁପଡ଼ା କାର୍ଯ୍ୟ ପାଇଁ୧୦ଲକ୍ଷ ଟଙ୍କାର ଅଟକଳ କରାଯାଇ ଜବକାର୍ଡଧାରୀଙ୍କ ଦ୍ୱାରା କାମ ହୋଇଥିଲା। ଏହି କାମକୁ ୧ବର୍ଷ […]

ପଣ୍ଡାପଡ଼ା : କେନ୍ଦୁଝର ଘଟଗାଁ ବ୍ଳକ ବଳଭଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ନୁଦୁରୁପଡ଼ା ଗ୍ରାମରେ ମନରେଗା ଯୋଜନାରେ ୪୦ରୁ ଅଧିକ ବ୍ୟକ୍ତି କାମକରି ଏକବର୍ଷ ବିତିଥିଲେ ହେଁ ମଜୁରି ଟଙ୍କା ପାଇନଥିବା ଅଭିଯୋଗ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ସ୍କୁଲଛକ ଠାରୁ ଧାନବେଣୀ ରାସ୍ତାର ଉନ୍ନତିକରଣ ପାଇଁ ୧୦ଲକ୍ଷ ଟଙ୍କାର ଅଟକଳ ପରିମାଣ ରହିଥିଲା। ବର୍ଷାଜଳ ଅମଳ ପ୍ରକଳ୍ପ ବାରହାଣ୍ଡିଆ ନୁଦୁରୁପଡ଼ା କାର୍ଯ୍ୟ ପାଇଁ୧୦ଲକ୍ଷ ଟଙ୍କାର ଅଟକଳ କରାଯାଇ ଜବକାର୍ଡଧାରୀଙ୍କ ଦ୍ୱାରା କାମ ହୋଇଥିଲା। ଏହି କାମକୁ ୧ବର୍ଷ ପୂରିଲାଣି। କିନ୍ତୁ ବହୁ ଜବକାର୍ଡଧାରୀଙ୍କୁ କାମ ଅନୁସାରେ ମଜୁରି ଅର୍ଥ ମିଳି ନ ଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ଗ୍ରାମର ଶ୍ରୀକୃଷ୍ଣ ସେନାପତି, ମିନା ନାଏକ, ସୁକୁରୀ ନାଏକ, ସାରତି ନାଏକ, ରମଣୀ ନାଏକ, ପିଙ୍କୁ ଦଳେଇ, ସୁରଥ ନାଏକ, ଦେବାନନ୍ଦ ନାଏକ, ନିଶାକର ନାଏକ, ଦୁର୍ଯ୍ୟୋଧନ ସେନାପତି, ଯଦୁମଣି ନାଏକ, କୀର୍ତନ ନାଏକ, କ୍ଷୀରୋଦ ନାଏକ, ମନୋହର ନାଏକ, ସୁଲେନ ନାଏକ, ତ୍ରିବେଣୀ ନାଏକ, କସ୍ତୁରୀ ନାଏକ, ନଳିତା ନାଏକ ଓ ପ୍ରତିମା ନାଏକଙ୍କ ସମେତ ବହୁ ଶ୍ରମିକ ପାଉଣା ପାଇ ନଥିବା ଦର୍ଶାଇଛନ୍ତି। ଏ ସମ୍ପର୍କରେ କାର୍ଯ୍ୟ ଦାୟିତ୍ୱରେ ଥିବା ଗ୍ରାମ ରୋଜଗାର ସେବକ ଶରତ ନାଏକଙ୍କୁ ପଚାରିବାରୁ ପେମେଟ ହୋଇଛି। ଆଧାରବେସ ପେମେଟ ହୋଇଥିବାରୁ ହିତାଧିକାରୀଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ଟଙ୍କା ଯାଇଥାଇପାରେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ବ୍ଲକର କନିଷ୍ଠ ଯନ୍ତ୍ରୀ ଭୋଳାନାଥ ମହାନ୍ତିଙ୍କୁ ବୁଝିବାରୁ ପେମେଣ୍ଟ କରାଯାଇଛି। ଯଦି ସେଭଳି କାହାର ସମସ୍ୟା ହୋଇଛି ସମାଧାନ କରାଯିବ ବୋଲି ସୂଚାଇଛନ୍ତି। ବର୍ତ୍ତମାନ ନୁଦୁରୁପଡ଼ା ତାରିଣୀ ମନ୍ଦିର ଛକ ନିକଟରୁ ଗାଁ ଭିତରକୁ ଶୁକ୍ରବାରଠାରୁ ଏକ ରାସ୍ତା କାମ ଚାଲିଛି। ଏନେଇ ସୂଚନା ଫଳକ ନଥିବାରୁ ବ୍ୟୟ ଅଟକଳ ଓ କାମ ସମ୍ପର୍କରେ ଲୋକେ ଜାଣିପାରୁନାହାଁନ୍ତିି। ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସୂଚନା ଫଳକ ତିଆରି ପରେ କାମ ଆରମ୍ଭ କରିବାକୁ ସେ ଜିଆରଏସଙ୍କୁ କହିଥିବା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ୱାଇଁ

06 Sep 2021 By The Sakala

ମନରେଗା କାମକରି ବର୍ଷେହେଲା ମିଳୁନି ମଜୁରି

ପଣ୍ଡାପଡ଼ା : କେନ୍ଦୁଝର ଘଟଗାଁ ବ୍ଳକ ବଳଭଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ନୁଦୁରୁପଡ଼ା ଗ୍ରାମରେ ମନରେଗା ଯୋଜନାରେ ୪୦ରୁ ଅଧିକ ବ୍ୟକ୍ତି କାମକରି ଏକବର୍ଷ ବିତିଥିଲେ ହେଁ ମଜୁରି ଟଙ୍କା ପାଇନଥିବା ଅଭିଯୋଗ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ସ୍କୁଲଛକ ଠାରୁ ଧାନବେଣୀ ରାସ୍ତାର ଉନ୍ନତିକରଣ ପାଇଁ ୧୦ଲକ୍ଷ ଟଙ୍କାର ଅଟକଳ ପରିମାଣ ରହିଥିଲା। ବର୍ଷାଜଳ ଅମଳ ପ୍ରକଳ୍ପ ବାରହାଣ୍ଡିଆ ନୁଦୁରୁପଡ଼ା କାର୍ଯ୍ୟ ପାଇଁ୧୦ଲକ୍ଷ ଟଙ୍କାର ଅଟକଳ କରାଯାଇ ଜବକାର୍ଡଧାରୀଙ୍କ ଦ୍ୱାରା କାମ ହୋଇଥିଲା। ଏହି କାମକୁ ୧ବର୍ଷ ପୂରିଲାଣି। କିନ୍ତୁ ବହୁ ଜବକାର୍ଡଧାରୀଙ୍କୁ କାମ ଅନୁସାରେ ମଜୁରି ଅର୍ଥ ମିଳି ନ ଥିବା କୁହାଯାଇଛି।

ଗ୍ରାମର ଶ୍ରୀକୃଷ୍ଣ ସେନାପତି, ମିନା ନାଏକ, ସୁକୁରୀ ନାଏକ, ସାରତି ନାଏକ, ରମଣୀ ନାଏକ, ପିଙ୍କୁ ଦଳେଇ, ସୁରଥ ନାଏକ, ଦେବାନନ୍ଦ ନାଏକ, ନିଶାକର ନାଏକ, ଦୁର୍ଯ୍ୟୋଧନ ସେନାପତି, ଯଦୁମଣି ନାଏକ, କୀର୍ତନ ନାଏକ, କ୍ଷୀରୋଦ ନାଏକ, ମନୋହର ନାଏକ, ସୁଲେନ ନାଏକ, ତ୍ରିବେଣୀ ନାଏକ, କସ୍ତୁରୀ ନାଏକ, ନଳିତା ନାଏକ ଓ ପ୍ରତିମା ନାଏକଙ୍କ ସମେତ ବହୁ ଶ୍ରମିକ ପାଉଣା ପାଇ ନଥିବା ଦର୍ଶାଇଛନ୍ତି। ଏ ସମ୍ପର୍କରେ କାର୍ଯ୍ୟ ଦାୟିତ୍ୱରେ ଥିବା ଗ୍ରାମ ରୋଜଗାର ସେବକ ଶରତ ନାଏକଙ୍କୁ ପଚାରିବାରୁ ପେମେଟ ହୋଇଛି। ଆଧାରବେସ ପେମେଟ ହୋଇଥିବାରୁ ହିତାଧିକାରୀଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ଟଙ୍କା ଯାଇଥାଇପାରେ କହିଛନ୍ତି।

ବ୍ଲକର କନିଷ୍ଠ ଯନ୍ତ୍ରୀ ଭୋଳାନାଥ ମହାନ୍ତିଙ୍କୁ ବୁଝିବାରୁ ପେମେଣ୍ଟ କରାଯାଇଛି। ଯଦି ସେଭଳି କାହାର ସମସ୍ୟା ହୋଇଛି ସମାଧାନ କରାଯିବ ବୋଲି ସୂଚାଇଛନ୍ତି। ବର୍ତ୍ତମାନ ନୁଦୁରୁପଡ଼ା ତାରିଣୀ ମନ୍ଦିର ଛକ ନିକଟରୁ ଗାଁ ଭିତରକୁ ଶୁକ୍ରବାରଠାରୁ ଏକ ରାସ୍ତା କାମ ଚାଲିଛି। ଏନେଇ ସୂଚନା ଫଳକ ନଥିବାରୁ ବ୍ୟୟ ଅଟକଳ ଓ କାମ ସମ୍ପର୍କରେ ଲୋକେ ଜାଣିପାରୁନାହାଁନ୍ତିି। ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସୂଚନା ଫଳକ ତିଆରି ପରେ କାମ ଆରମ୍ଭ କରିବାକୁ ସେ ଜିଆରଏସଙ୍କୁ କହିଥିବା ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର