ଫେରୁଛି ସାଇବର ଅପରାଧୀଙ୍କ କବ୍‌ଜାରୁ ଅର୍ଥ; ୬ ମାସରେ ଜବତ ହେଲାଣି ୩୭ ଲକ୍ଷ ଟଙ୍କା

The Sakala Picture
Published On

କଟକ: ସାଇବର ଅପରାଧ ଦନିକୁ ଦିନ ବଢ଼ିବାରେ ଲାଗିଛି। ବିଭିନ୍ନ ଉପାୟରେ ସାଇବର ଅପରାଧୀମାନେ ଟଙ୍କା ଠକି ନେଉଛନ୍ତି। କଟକ ସହରରେ ମଧ୍ୟ ପ୍ରତିଦିନ କେହି ନା କେହି ଠକାମିର ଶିକାର ହେଉଛନ୍ତି। ଏପରି ଅଭିଯୋଗ ସଂଖ୍ୟା ବଢ଼ୁଥିବାବେଳେ ଠକାମିର ଶିକାର ହେଉଥିବା କିଛି ବ୍ୟକ୍ତିଙ୍କୁ ଆଶ୍ୱସ୍ତି ମିଳିଛି। ଠକାମିର ଶିକାର ହେବା ଜାଣିବା ପରେ ତୁରନ୍ତ ପୁଲିସ ସହ ଯୋଗଯୋଗ କଲେ ଠକଙ୍କଠାରୁୁ ଟଙ୍କା ଫେରାଇ ଆଣିବାର ସମ୍ଭାବନା ରହିଛି। କାରଣ ଗତ ୬ମାସ ମଧ୍ୟରେ […]

କଟକ: ସାଇବର ଅପରାଧ ଦନିକୁ ଦିନ ବଢ଼ିବାରେ ଲାଗିଛି। ବିଭିନ୍ନ ଉପାୟରେ ସାଇବର ଅପରାଧୀମାନେ ଟଙ୍କା ଠକି ନେଉଛନ୍ତି। କଟକ ସହରରେ ମଧ୍ୟ ପ୍ରତିଦିନ କେହି ନା କେହି ଠକାମିର ଶିକାର ହେଉଛନ୍ତି। ଏପରି ଅଭିଯୋଗ ସଂଖ୍ୟା ବଢ଼ୁଥିବାବେଳେ ଠକାମିର ଶିକାର ହେଉଥିବା କିଛି ବ୍ୟକ୍ତିଙ୍କୁ ଆଶ୍ୱସ୍ତି ମିଳିଛି। ଠକାମିର ଶିକାର ହେବା ଜାଣିବା ପରେ ତୁରନ୍ତ ପୁଲିସ ସହ ଯୋଗଯୋଗ କଲେ ଠକଙ୍କଠାରୁୁ ଟଙ୍କା ଫେରାଇ ଆଣିବାର ସମ୍ଭାବନା ରହିଛି। କାରଣ ଗତ ୬ମାସ ମଧ୍ୟରେ କଟକ ସହରାଞ୍ଚଳ ପୁଲିସ ସାଇବର ଅପରାଧୀଙ୍କ କବଳରୁ ୩୭ ଲକ୍ଷ ଟଙ୍କା ଜବତ କରି ଅଭିଯୋଗକାରୀଙ୍କୁ ଫେରସ୍ତ କରିଛି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ସାଇବର ଅପରାଧୀମାନେ ପ୍ରତିଦିନ ନୂଆନୂଆ ତରିକାରେ ଜନସାଧାରଣଙ୍କୁ ପ୍ରଲୋଭିତ କରି ନିଜ ଜାଲରେ ଫସାଇବା ପରେ ଟଙ୍କା ଠକି ନେଉଛନ୍ତି। ସାଇବର ଠକେଇର ଶିକାର ହେଲେ କେବଳ କ୍ରାଇମ୍‍ବ୍ରାଞ୍ଚର ସାଇବର ସେଲ ପୂର୍ବରୁ ଏହାର ତଦନ୍ତ କରୁଥିଲା। ଗୋଟିଏ ମାତ୍ର ସାଇବର ଥାନା ରହିଥିବାରୁ ଏଠାରେ ସବୁ ମାମଲାର ତଦନ୍ତ କରିବା ସମ୍ଭବପର ହେଉ ନଥିଲା। କେବଳ ବଡବଡ ଠକେଇ ତଥା ୧୦ଲକ୍ଷ ଟଙ୍କରୁ ଊର୍ଦ୍ଧ୍ବ ଠକେଇ ଅଭିଯୋଗ ଆସିଲେ କ୍ରାଇମ୍‍ବ୍ରାଞ୍ଚ ଏହାର ତଦନ୍ତ କରୁଥିଲା। ଅନ୍ୟ ମାମଲାଗୁଡ଼ିକର ତଦନ୍ତ ଲାଗି କ୍ରାଇମ୍‍ବ୍ରାଞ୍ଚ ଡିସିପି କିମ୍ବା ଜିଲ୍ଲା ଏସ୍‍ପିଙ୍କ ନିକଟକୁ ପଠାଉଥିଲା। ଏହି ପ୍ରକିୟାରେ ତଦନ୍ତ ଆରମ୍ଭ ହେଉ ହେଉ ୧୫ଦନରୁ ଅଧିକ ସମୟ ଲାଗିଯାଇଥାଏ। ଏହାର ତଦନ୍ତ କଲେ ମଧ୍ୟ ସାଇବର ଅପରଧୀଙ୍କୁ ଧରିବା କିମ୍ବା ସେମାନଙ୍କ ନିକଟରୁ ଟଙ୍କା ଫେରାଇ ଆଣିବା ସମ୍ଭବ ହେଉ ନଥିଲା। ଫଳରେ ୧୦ଲକ୍ଷ ଟଙ୍କାରୁ କମ ଅର୍ଥ ହରାଇ ଠକାମିର ଶିକାର ହେଉଥିବା ବ୍ୟକ୍ତି ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି କଟକ କମିସନରେଟ ପୁଲିସ ପକ୍ଷରୁ ୬ମାସ ପୂର୍ବେ ସାଇବର ସେଲ କାର୍ଯ୍ୟକ୍ଷମ ହୋଇଥିଲା। କିଛି ବଛା ବଛା ଅଧିକାରୀଙ୍କୁ ସାଇବର ଅପରାଧ ନିୟନ୍ତ୍ରଣ ସଂକ୍ରାନ୍ତ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଥିଲା। କମିସନରେଟ୍‍ ପୁଲିସର ଏହି ସାଇବର ସେଲରେ ଅଭିଯୋଗ ସଂଖ୍ୟା ବଢ଼ିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଏପର୍ଯ୍ୟନ୍ତ ଠକାମିର ଶିକାର ହୋଇଥିବା ୧୧୨ରୁ ଅଧିକ ବ୍ୟକ୍ତି ସାଇବର ସେଲରେ ଅଭିଯୋଗ କରିଥିବା ବେଳେ ୬୦ଲକ୍ଷରୁ ଅଧକ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ଆସିଛି। ଅଧିକାଂଶ ଠକେଇ କ୍ରେଡିଟ୍‍କାର୍ଡ ଓ କେୱାଇସି ସଂଯୋଗ କରିବା ଆଳରେ ହୋଇଥିବା ଦେଖିବାକୁ ମିଳିଛି। ତନ୍ମଧ୍ୟରେ ଜଗତପୁର ଅଞ୍ଚଳର ଦିଲ୍ଲୀପ ସାହୁ ସର୍ବାଧିକ ୩୮ଲକ୍ଷ ଟଙ୍କା ଠକାମିର ଶିକାର ହୋଇଥିଲେ। ଠକମାନେ ତାଙ୍କ ଜମିରେ ଟାୱାର ବସାଇବା ଭଳି ଲୋଭ ଦାୟକ ଅଫର ଦେଇ ଟଙ୍କା ଠକି ନେଇଥିଲେ। ତେବେ ଏହି ମାମଲାରେ ପୁଲିସ ପଶ୍ଚିମବଙ୍ଗରୁ ଏକ ସାଇବର ଠକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲା।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଗତ ୬ମାସ ମଧ୍ୟରେ ଠକାମିର ଶିକାର ହୋଇ ଅଭିଯୋଗ ଆଣିଥିବା ୧୧୨ଜଣଙ୍କ ମଧ୍ୟରୁ କଟକ ପୁଲିସ ୩୨ଜଣ ଅଭିଯୋଗକାରୀଙ୍କ ଠକେଇ ଅର୍ଥରୁ ୩୭ଲକ୍ଷ ଟଙ୍କା ଫେରାଇ ଆଣିବାରେ ସଫଳ ହୋଇଛି। କଟକ କମିସନରେଟ୍‍ ସାଇବର ସେଲ ଡିସିପି ପ୍ରତୀକ ସିଂହଙ୍କ ପ୍ରତକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହେଉଛି। ସେଲରେ ଇନ୍ସପେକ୍ଟର ରେଣୁବାଳା ତ୍ରପାଠୀଙ୍କ ନେତୃତ୍ୱରେ ଏସ୍‍ଆଇ ଗଣେଶ ସାହୁ, ଅନିଲ ଦାସ ଓ ସୌମ୍ୟ ଦାସ ସାଇବର ଅପରାଧ ମାମଲାର ତଦନ୍ତ କରୁଥିବା ବେଳେ ସ୍ପେସାଲବ୍ରାଞ୍ଚ ଏସିପି ଅଜୟ ଦାସ ପ୍ରମୁଖ ସହଯୋଗ ଯୋଗାଇ ଦେଉଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅପରାଧ ଘଟିବାର ୨୪ଘଣ୍ଟା ମଧ୍ୟରେ ଯେଉଁ ସବୁ ଅଭିଯୋଗ ଆସିଛି ଏହାର ତଦନ୍ତ କରି ପୁଲିସ ଅପରାଧୀଙ୍କ କବଳରୁ ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି। କାରଣ ଅପରାଧୀମାନେ ଯେ କୌଣସି ଉପାୟରେ ବି ଟଙ୍କା ଠକିନେଲେ ସେମାନେ ନିଜ ଅକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିବା ଲାଗି ପ୍ରାୟ ୨୪ଘଣ୍ଟା ସମୟ ଲାଗିଥାଏ। କାରଣ ସେମାନେ କୌଣସି ଥାର୍ଡପାର୍ଟି (ଯେ କୌଣସି ଅନଲାଇନ୍‍ ସଂସ୍ଥା) ଦ୍ୱାରା ମନି ଟ୍ରାନ୍ସଫର କରିଥାନ୍ତି। ଏହି ସମୟ ମଧ୍ୟରେ ଅଭିଯୋଗ ମିଳିଲେ ପୁଲିସ ବ୍ୟାଙ୍କ ଓ ଥାର୍ଡପାଟି କର୍ତ୍ତୃପକ୍ଷଙ୍କ ସହାୟତାରେ ଠକେଇ ହେଉଥିବା ଉକ୍ତ ଟଙ୍କାକୁ ଠକଙ୍କ ପାଖକୁ ଯିବା ପୂର୍ବରୁ ଅଟକାଇ ଦେଇଥାଏ। ମାତ୍ର ଥରେ ଠକଙ୍କ ପାଖକୁ ଟଙ୍କା ଚାଲିଗଲେ ଏହାକୁ ଫେରାଇ ଆଣିବା କଷ୍ଟକର ହୋଇପଡ଼ିଥାଏ। ତେଣୁ ଯେ କୌଣସି ବ୍ୟକ୍ତି ସାଇବର ଠକାମୀର ଶିକାର ହେଉଛନ୍ତି ସେମାନେ ତୁରନ୍ତ ସାଇବର ସେଲ ସହ ଯୋଗଯୋଗ କରିବା ଆବଶ୍ୟକ ବୋଲି ଡିସିପି ସିଂହ କହିଛନ୍ତି। ଏଥିସହ ଅନ୍ୟମାମଲାରେ ମଧ୍ୟ ଖୁବ୍‍ଶୀଘ୍ର ଟଙ୍କା ଫେରାଇ ଆଣିବାକୁ ପ୍ରକ୍ରିୟା ଜାରି ରହିଛି। ତେବେ ପ୍ରତ୍ୟେକ ଜନସାଧାରଣ ସଚେତନ ହେଲେ ଯାଇ ସାଇବର ଅପରାଧ ହ୍ରାସ ପାଇବ ବୋଲି ସେ କହିଛନ୍ତି।

29 Aug 2021 By The Sakala

https://www.thesakala.in/latest-odisha-news/money-is-coming-back-from-the-clutches-of-cyber-criminals/article-4998
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର