ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସୁଧାର ଦାବିରେ ବିଧାନସଭା ଘେରଉ କରିବ ବିଜେଡି, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିଧାନସଭା ଘେରାଉ କରାଯିବ। ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରସଙ୍ଗ ନେଇ ରବିବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଇପ୍ସିତା ସାହୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ମଶାନକୁ ଯିବା ପାଇଁ ନାହିଁ ରାସ୍ତା, ଶବ ସତ୍କାର କରିବାକୁ ଉଛୁଳା ନଈ ପାର୍ ହେଉଛନ୍ତି ସମ୍ପର୍କୀୟ

ସଭାପତି ଚିନ୍ମୟ ସାହୁ କହିଛନ୍ତି ଯେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ଥିବା ବେଳେ ତାହା ରାଜ୍ୟ ସରକାର ପ୍ରତ୍ୟାହାର କରିଲେ ନାହିଁ। ଆସନ୍ତା କିଛି ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ। ତେବେ ତ୍ରୁଟି ପୂର୍ଣ୍ଣ ପୁସ୍ତକ ପଢ଼ି ଛାତ୍ରଛାତ୍ରୀମାନେ କିପରି ପରୀକ୍ଷା ଦେବେ। ବିଜେପି ସରକାର ଏନ୍‌ଇପି ଲାଗୁ କରି ଅହେତୁକ ବିଳମ୍ୱରେ ପାଠ୍ୟ ପୁସ୍ତକ ପ୍ରଦାନ କରିଥିଲେ। ପିଲାଙ୍କ ଭବିଷ୍ୟତ ସହ ଖେଳି ବିଳମ୍ୱରେ ମଧ୍ୟ ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରଦାନ କରିଲେ। ନୂତନ ପୁସ୍ତକ ପ୍ରକାଶନ କରିବା ଟେଣ୍ଡର ମଧ୍ୟ କେନ୍ଦ୍ର ସରକାରଙ୍କ ପ୍ରଭାବଶାଳୀ ବିଜେପି ନେତାଙ୍କୁ ପ୍ରଦାନ କରାଯାଇଥିଲା। ଉକ୍ତ ପ୍ରକାଶନ ଟଙ୍କାକୁ ସୁରୁଖୁରୁରେ ପ୍ରଦାନ କରାଇବା ପାଇଁ ତ୍ରୁଟିଗୁଡିକ ପ୍ରତି ରାଜ୍ୟ ସରକାର ଆଖି ବୁଜି ଦେଇଛନ୍ତି। ପୁସ୍ତକ ପ୍ରକାଶନରେ ୩୮୦କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏହି ଦୁର୍ନୀତିରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ସାମିଲ୍‌ ରହିଛନ୍ତି। ପୁସ୍ତକ ପ୍ରତ୍ୟାହାର, ଉଚ୍ଚସ୍ତରୀୟ ତଦନ୍ତ ଓ ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ରାଜ୍ୟବ୍ୟାପୀ ଶିକ୍ଷା ବଞ୍ଚାଅ ଆନ୍ଦୋଳନ କରି ବିଜେଡି ପ୍ରତିବାଦ ପ୍ରଦର୍ଶନ କରିଥିଲା; କିନ୍ତୁ ଏଥିରେ ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ୍‌ ହୋଇ ବସିଛନ୍ତି। ଉକ୍ତ ଘଟଣାରେ ରାଜ୍ୟ ସରକାରଙ୍କୁ ନିନ୍ଦିତ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି ବୋଲି ଖୋଦ୍‌ ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି। କିନ୍ତୁ ପଦକ୍ଷେପ ଗ୍ରହଣ କରିବାରେ ପଛଘୁଞ୍ଚା ଦେଇ ତଳତଳିଆ ଅଧିକାରୀମାନଙ୍କୁ ଗିରଫ କରି ବଡ଼ ବଡିଆମାନଙ୍କୁ ଛାଡ଼ି ଦିଆଯାଉଛି। ତେବେ ବିକ୍ଷୋଭ ଓ ଜନଜାଗରଣ ସତ୍ତେ୍ୱ ବିଜେପି ସରକାର ତିଳେ ହେଲେ ଭ୍ରୁକ୍ଷେପ କରୁନାହିଁ। ତେଣୁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସେପ୍ଟେମ୍ୱର ୨୨ ଓ ୨୩ ତାରିଖରେ ବିଧାନସଭା ଘେରାଉ କରାଯିବ ବୋଲି କହିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ଯଦି ଇସ୍ତଫା ପ୍ରଦାନ ନ କରନ୍ତି, ତେବେ ଆସନ୍ତା ୨୨ ତାରିଖରେ ବିଧାନସଭା ସମ୍ମୁଖରେ ଯୁବ ଓ ଛାତ୍ର ବିଜେଡିି ଅହୋରାତ୍ର ଧାରଣାରେ ବସିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ବଜ୍ରପାତ ନେଲା ଦୁଇ ଜଣଙ୍କ ଜୀବନ, ଆନନ୍ଦପୁର ଅଞ୍ଚଳରେ ଶୋକର ଛାୟା

ସେହିପରି ଛାତ୍ର ସଭାପତି ଇପ୍ସିତା ସାହୁ କହିଛନ୍ତି ଯେ ବିଜେପି ସରକାର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଜରିଆରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିଛନ୍ତି। ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରସଙ୍ଗ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତ୍ରୁଟିପୂର୍ଣ୍ଣ ପୁସ୍ତକ ପାଇଁ ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହୋଇଛି। ଏହାକୁ ବିରୋଧ କରି ବିରୋଧୀ ଦଳ ନେତାଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟସାରା ପ୍ରତିବାଦ ପ୍ରଦର୍ଶନ କରିଥିଲା। କିନ୍ତୁ ଏତେ ପରେ ମଧ୍ୟ ରାଜ୍ୟର ବିଜେପି ସରକାର ଚେତିଲା ନାହିଁ। ଏହାକୁ ବିରୋଧ କରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ଼ ପ୍ରତିବାଦ କରି ବିଧାନସଭା ଘେରଉ କରାଯିବ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବିଭ୍ରାଟ: ସେବାୟତଙ୍କ ବିବାଦ ଯୋଗୁଁ ଅଟକିଲା ପହୁଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର