ପୋଲାଭରମ ଓ ଏମଏମଡିଆର ପରି ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ସହିତ ସାଲିସ ନ ହେଉ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଅବସରରେ ମହାନଦୀ ଜଳ ବିବାଦ କୌଣସି ବିବାଦ ନୁହେଁ ବୋଲି ଦେଇଥିବା ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି। ଛତିଶଗଡ଼ ମହାନଦୀ ଜଳ ବିବାଦର ସୃଷ୍ଟିକର୍ତ୍ତା ହୋଇଥିବା ବେଳେ ଓ ଦୀର୍ଘ ଦିନ ଧରି ଏହି ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲରେ ଲଢେଇ ଜାରି ରହିଛି। ଏପରିସ୍ଥଳେ ଏହା କୌଣସି ବିବାଦ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ, ସ୍ୱାଭାବିକ ଭାବେ ରାଜ୍ୟବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଓଡ଼ିଶା ସରକାର ରାଜ୍ୟର ସ୍ୱାର୍ଥ ସହିତ ସାଲିସ କରିବେ ନାହିଁ ତ ବୋଲି ସନ୍ଦେହ ଉପୁଜିଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଇବ୍ ନଦୀରେ ଭାସି ମହିଳା ନିଖୋଜ; ଦୁଇ ଦିନ ହେଲା ମିଳୁନି ପତ୍ତା, ଉଦ୍ଧାର କାର୍ଯ୍ୟ ଜାରି

ଦଳ ପକ୍ଷରୁ ଜାରି କରା ଯାଇଥିବା ଏକ ପ୍ରେସ ବିବୃତିରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ପ୍ରତାପ ଜେନା କହିଛନ୍ତି ଯେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଓଡ଼ିଶା ଗସ୍ତ ଓ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କାର୍ଯ୍ୟକ୍ରମ ସ୍ୱାଗତଯୋଗ୍ୟ. କିନ୍ତୁ ମହାନଦୀ ଜଳ ବିବାଦ କୌଣସି ବିବାଦ ନୁହେଁ ବୋଲି ସେ ଦେଇଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ। ବାସ୍ତବରେ ମହାନଦୀ ଜଳ ବିବାଦର ସୃଷ୍ଟିକର୍ତ୍ତା ହେଉଛି ଛତିଶଗଡ଼ । ବେଆଇନ ଭାବେ ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ଦ୍ୱାରା ଅନେକ ବ୍ୟାରେଜ ନିର୍ମାଣ ଯୋଗୁ ଓଡ଼ିଶାର ମହାନଦୀରେ ଜଳ ସଙ୍କଟ ଦେଖା ଦେଇଛି। ଏହି ବିବାଦର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକ୍ରମେ ଟ୍ରିବ୍ୟୁନାଲ ଗଠନ ହୋଇ ଏହାର ବିଚାର ଚାଲିଛି। ଛତିଶଗଡ଼ ଦ୍ୱାରା ନିର୍ମାଣ ହୋଇଥିବା ବ୍ୟାରେଜ ଗୁଡିକୁ ବେଆଇନ ଘୋଷଣା କରାଯାଉ ବୋଲି ଓଡ଼ିଶା ଦାବି କରି ଆସୁଛି। ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରଠାରୁ ବିଜେପି ନେତା ମାନେ ଆପୋଷ ଆଲୋଚନା ମାଧ୍ୟମରେ ଏହାର ସମାଧାନ ପାଇଁ ଯୁକ୍ତି ବାଢୁଛନ୍ତି। କିନ୍ତୁ କେଉଁ ଆଧାରରେ ଆପୋଷ ଆଲୋଚନା ହେବ ସେନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ସମାଧାନର ରାସ୍ତା ବାହାର କରିବା ସମୟରେ ଓଡ଼ିଶାର ସ୍ୱାର୍ଥହାନୀ ହେବ ନାହିଁ ତ ବୋଲି ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ ଉପୁଜିଛି। 

ଆହୁରି ପଢ଼ନ୍ତୁ: ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ, ଦୁଇ ଦିନ ବନ୍ଦୀ ରଖିବା ପରେ ପୁଲିସକୁ ଜିମା ଦେଲେ ଗ୍ରାମବାସୀ

ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଦୀର୍ଘ ଦିନର ଏହି ବିବାଦକୁ ଏହା କୌଣସି ବିବାଦ ନୁହେଁ ବୋଲି ମନ୍ତବ୍ୟ ଦେବା ବୁଦ୍ଧିଜୀବୀ ମହଲକୁ ଆଶ୍ଚର୍ଯ୍ୟ କରିଛି। ଶ୍ରୀ ସାଏଙ୍କ ମନ୍ତବ୍ୟରୁ ଓଡ଼ିଶା ସରକାରଙ୍କ ଦ୍ୱାରା ଓଡ଼ିଶାର ସ୍ୱାର୍ଥ ସହିତ ସାଲିସ କରାଯାଉଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଡବଲ ଇଞ୍ଜିନ ସରକାର କଥା କୁହାଯାଇଥିଲା, ଏବେ ଟ୍ରିପଲ ଇଞ୍ଜିନ ସରକାର ଅଛି। କିନ୍ତୁ ବିଜେପି ସରକାରକୁ ଆସିବାର ଅଢେ଼ଇ ବର୍ଷ ବିତି ଯାଇଥିଲେ ମଧ୍ୟ ମହାନଦୀ ସମସ୍ୟା ଯେଉଁଠି ଥିଲା ସେଇଠି ଅଛି। ଅପରପକ୍ଷରେ ଓଡ଼ିଶାର ସ୍ୱାର୍ଥ ସହିତ ସାଲିସ ହେବା ନେଇ ଏବେ ସନ୍ଦେହ ପ୍ରକାଶ ପାଇଛି। ପୋଲାଭରମ ପ୍ରକଳ୍ପରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରାଗଲା, ଏମଏମଡିଆର ସଂଶୋଧନ ଆଇନ ମାଧ୍ୟମରେ ଓଡ଼ିଶାର ସ୍ୱାର୍ଥକୁ ବଳି ଦିଆଗଲା। ଏବେ ମହାନଦୀର ପାଳି। ଅଣମୌସୁମୀ ସମୟରେ ଓଡ଼ିଶାକୁ ଆବଶ୍ୟକ ହେଉଥିବା ଜଳ ମିଳିବା ନେଇ ନିଶ୍ଚିତ ହେବା ଓ ଛତିଶଗଡ଼ ଦ୍ୱାରା ତିଆରି କରା ଯାଇଥିବା ବ୍ୟାରେଜ ଗୁଡିକୁ ବେଆଇନ ଘୋଷଣା ହେବା ପାଇଁ ବିଜେଡି ଦାବି କରି ଆସୁଥିଲା। ଓଡ଼ିଶାର ସ୍ୱାର୍ଥ ସହିତ ସାଲିସ ହେଲେ, ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ଜେନା ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବର ୨୩ ଓ ୨୪ରେ ଓଡ଼ିଶାରେ ପ୍ରବଳ ବର୍ଷା : IMDର ସତର୍କ ସୂଚନା ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର