ମଧ୍ୟପ୍ରଦେଶରେ ପ୍ରାଣ ହରାଇଥିବା ଭୁବନେଶ୍ୱରର ଗୋଟିଏ ପରିବାରର ୭ ସଦସ୍ୟଙ୍କ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ

Madhusudan Das Picture
Published On

ଭୁବନେଶ୍ୱର: ମଧ୍ୟପ୍ରଦେଶର ଆଗର-ମାଲୱା ଜିଲ୍ଲା ଅନ୍ତର୍ଗତ ମା' ବଗଳାମୁଖୀ ମନ୍ଦିର ନିକଟରେ ଏକ ପାଣି ସ୍ରୋତରେ ଭାସିଯାଇ ପ୍ରାଣ ହରାଇଥିବା ଭୁବନେଶ୍ୱରର ୭ ଜଣ ସଦସ୍ୟଙ୍କ ମୃତଦେହ ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ସ୍ୱର୍ଗଦ୍ୱାରଠାରେ ସମସ୍ତଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଆହୁରି ପଢ଼ନ୍ତୁ: ଚିପଟ ନଦୀ ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଜାରି

ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ମୃତଦେହଗୁଡ଼ିକ ରାଜଧାନୀରେ ପହଞ୍ଚିଥିଲା। ମଧ୍ୟପ୍ରଦେଶର ଆଗର-ମାଲୱା ଜିଲ୍ଲା ରାଜସ୍ୱ ବିଭାଗର ୪ ଜଣ ବରିଷ୍ଠ ଅଧିକାରୀ ଏବଂ ଏକ ପୋଲିସ ଟିମ୍ ୩ଟି ଆମ୍ବୁଲାନ୍ସ ଯୋଗେ ମୃତଦେହଗୁଡ଼ିକୁ ନେଇ ଆସିଥିଲେ। ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ଆତ୍ମାରାମ ବସ୍ତିରେ ଥିବା ବନମାଳୀ ବେହେରାଙ୍କ ଘର ସମ୍ମୁଖରେ ଏହି ଖବର ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତଦେହ ପହଞ୍ଚିବା ପୂର୍ବରୁ ସମ୍ପର୍କୀୟମାନେ ତାଙ୍କ ଘର ଆଗରେ ୭ଟି ଜୁଇ ପ୍ରସ୍ତୁତ କରି ରଖିଥିଲେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

ମୃତକଙ୍କ ମଧ୍ୟରେ ବନମାଳୀଙ୍କ ପୁଅ ଶିବ ପ୍ରସାଦ ବେହେରା, ଦୁଇ ଝିଅ ରାଧାରାଣୀ ଓ ରୀତାରାଣୀ, ଜ୍ୱାଇଁ ଜ୍ଞାନେନ୍ଦ୍ର, ଦୁଇ ନାତି ଏବଂ ଜଣେ ନାତୁଣୀ ସାମିଲ ଅଛନ୍ତି। ମୃତଦେହଗୁଡ଼ିକ ବସ୍ତିରେ ପହଞ୍ଚିବା କ୍ଷଣି ପରିବାର ଲୋକଙ୍କ କାନ୍ଦ ବୋବାଳିରେ ସମଗ୍ର ପରିବେଶ ଫାଟି ପଡ଼ିଥିଲା। ଲୋକଙ୍କ ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ କରିଥିଲେ।

ଆହୁରି ପଢ଼ନ୍ତୁ: ଇବ୍ ନଦୀରେ ଭାସି ମହିଳା ନିଖୋଜ; ଦୁଇ ଦିନ ହେଲା ମିଳୁନି ପତ୍ତା, ଉଦ୍ଧାର କାର୍ଯ୍ୟ ଜାରି

ପରେ ଜୟଦେବ ବିହାରରୁ ୩ଟି ଶବବାହକ ଗାଡ଼ି ଯୋଗେ ମୃତଦେହଗୁଡ଼ିକୁ ସେମାନଙ୍କର ପୈତୃକ ଗ୍ରାମ ଗାଡ଼କଣ ନିଆଯାଇଥିଲା। ସେଠାରେ ସମ୍ପର୍କୀୟ ଓ ଗ୍ରାମବାସୀମାନେ ସେମାନଙ୍କର ଶେଷ ଦର୍ଶନ କରିଥିଲେ। ଶେଷରେ ସମସ୍ତ ୭ଟି ମୃତଦେହକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର