ଆସିକା ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ଘଟଣାରେ ବିଧାୟକଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେଡି

ଦଳିତ ମହିଳା ସରପଞ୍ଚଙ୍କୁ ବିଜେପି ବିଧାୟକଙ୍କ ଅବାଂଚ୍ଛିତ ଆଚରଣ ନିନ୍ଦନୀୟ

Madhusudan Das Picture
Published On

ଭୁବନେଶ୍ୱର: ଆସିକା ବିଧାୟକ ସରୋଜ ପାଢୀ ତାଙ୍କ ନିର୍ବାଚନମଣ୍ଡଳୀରେ ଦୌରାତ୍ମା ବଢି ଚାଲିଥିଲା ବେଳେ ତାଙ୍କର ଦୁଇ ପୁଅ ଆସିକା ପଞ୍ଚାୟତ ସମିତି ବୈଠକରେ ବଳପୂର୍ବକ ଅନୁପ୍ରବେଶ କରି ଦଳିତ ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ସହ ଜାତିଆଣ ମନ୍ତବ୍ୟର ଦୃଢ ନିନ୍ଦା କରିଛି ବିଜୁ ଜନତା ଦଳ । 

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ହରିଡାପଦର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଜୟନ୍ତୀ ବେହେରାଙ୍କ ସହ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଓ ମହିଳା ବିଜୁ ଜନତା ଦଳର ସାଧାରଣ ସମ୍ପାଦିକା ତଥା କର୍ପୋରେଟର ଶ୍ରୀମତୀ ମାନସୀ ସୁନ୍ଦରାୟ, ବିଧାୟକ ଶ୍ରୀ ସରୋଜ ପାଢୀଙ୍କ ଆଚରଣକୁ ଦୃଢ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ: ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ପାଣିରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

ସାଂସଦ ଶ୍ରୀମତୀ ସୁଲତା ଦେଓ କହିଛନ୍ତି ଯେ, ନାରୀ ଶକ୍ତି ବନ୍ଦନ ଓ ମହିଳା ସଶକ୍ତିକରଣ ବିଷୟରେ ଜ୍ଞାନ ବାଣ୍ଟୁଥିବା ବିଜେପି, ନିଜ ଦଳର ବିଧାୟକ ମହିଳା ପ୍ରତିନିଧିଙ୍କୁ ଆକ୍ରମଣ କରିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାହସ ଜୁଟାଇ ପାରୁନାହାନ୍ତି ଗଂଜାମ ପୋଲିସ । ସର୍ବସମ୍ମୁଖରେ ପଞ୍ଚାୟତ ସମିତି ବୈଠକରେ ବିଧାୟକଙ୍କ ଦୁଇ ପୁଅ ଯେଉଁଭଳି ଭାବେ ଅଶାଳୀନ ବ୍ୟବହାର ଓ ଧମକପୂର୍ଣ୍ଣ ଆଚରଣ ପ୍ରଦର୍ଶନ କଲେ ତାହା ସଭ୍ୟସମାଜରେ ଗ୍ରହଣୀୟ ନୁହେଁ । ପଞ୍ଚାୟତ ତଥା ଲୋକଙ୍କ ସମସ୍ୟା ଉତ୍ଥାପନ କଲା ବେଳେ ମହିଳା ଜନପ୍ରତିନିଧିଙ୍କୁ ଏହିଭଳି ଆକ୍ରୋଶ ବିରୁଦ୍ଧରେ ବିଜୁ ଜନତା ଦଳ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ।  

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ବୋମାମାଡ଼, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

ହରିଡାପଦର ସରପଞ୍ଚ ଜୟନ୍ତୀ ବେହେରା କହିଥିଲେ ଯେ, ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ୧୬ ମାସ ଧରି ପଞ୍ଚାୟତ ସମିତି ବୈଠକ ନଡାକିବାରୁ ୧୦ ଦିନ ଧରି ଧାରଣା ଦେବା ପରେ ସମିତି ବୈଠକ ଡକାଗଲା । ମୋ ପଞ୍ଚାୟତର ବିଭିନ୍ନ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କଲା ବେଳେ ଆସିକା ବିଧାୟକ ଶ୍ରୀ ସରୋଜ ପାଢୀ ଉତ୍କ୍ଷିପ୍ତ ହୋଇ ମୋତେ ବସିବା ପାଇଁ କହିଥିଲେ ଓ ତାଙ୍କର ଦୁଇ ପୁଅ କିଛି ଗୁଣ୍ଡାକୁ ଧରି ମୋତେ ଅଶାଳୀନ ଓ ଜାତିଆଣ ମନ୍ତବ୍ୟ ଦେଇଥିଲେ । ମୁଁ ଏହାର ପ୍ରତିବାଦ କରିବାରୁ, ବିଧାୟକ ତାଙ୍କ ପୁଅଙ୍କୁ ସମର୍ଥନ କରି ମୋତେ ଗାଳିଗୁଲଜ କରିଥିଲେ । ଥାନାରେ ଏ ବାବଦରେ ଏତଲା ଦାୟର କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଆମେ ଗଂଜାମ ଏସ୍ପିଙ୍କୁ ଭେଟି ଅଭିଯୋଗ କରିଛୁ । ଏହା ପରେ ବିଧାୟକଙ୍କ ପୁଅ ଓ ତାଙ୍କ ସମର୍ଥକମାନେ ସୋସିଆଲ ମିଡିଆରେ ମୋର ଫଟୋ ବ୍ୟବହାର କରି କଦର୍ଥ ତଥା ଅଶ୍ଳୀଳ ଭାବେ ପୋଷ୍ଟ କରିଛନ୍ତି ।  ଏ ସଂପର୍କରେ ସାଇବର ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି । ବିଜେପି ବିଧାୟକଙ୍କର ଏଭଳି ଅଭଦ୍ର ଓ ଆକ୍ରୋଶମୂଳକ ବ୍ୟବହାର ସମୟରେ ବିଜୁ ଜନତା ଦଳ ମୋତେ ସଂପୂର୍ଣ୍ଣ ସହଯୋଗ କରିଥିବାରୁ ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି ।

ଦଳର ସାଧାରଣ ସମ୍ପାଦିକା ଶ୍ରୀମତୀ ସୁନ୍ଦରାୟଙ୍କ କହିଛନ୍ତି ଯେ, ଭୁବନେଶ୍ୱରରୁ ଆରମ୍ଭ କରି କେନ୍ଦ୍ରାପଡା ଓ ଆସିକାରେ ଶାସକ ଦଳର ନେତା ଓ କର୍ମୀମାନେ, ମହିଳା ଜନପ୍ରତିନିଧିଙ୍କ ପ୍ରତି ଏଭଳି ଅଭଦ୍ରୋଚିତ ବ୍ୟବହାର ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଆସିକା ବିଧାୟକ ଓ ତାଙ୍କ ପୁଅଙ୍କ ବିରୋଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ନଚେତ ବିଜୁ ମହିଳା ଜନତା ଦଳ ଆଗାମୀ ଦିନରେ ସାରା ରାଜ୍ୟରେ ଏହାର ଦୃଢ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର