ଖୋର୍ଦ୍ଧାରେ ସମ୍ଭାବ୍ୟ ବନ୍ୟା ସ୍ଥିତି: ୪ ଦିନ ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ

Madhusudan Das Picture
Published On

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ ଆଜିଠାରୁ ଆଗାମୀ ୪ ଦିନ ପାଇଁ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରକୁ ବାହୁଡ଼ିଲେ ମହାପ୍ରଭୁ: ରତ୍ନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ, ଆଜିଠୁ ମିଳିବ ନୀଳାଚଳ ଅବଢା

ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସକ୍ଷମ ଅଧିକାରୀଙ୍କ ବିନା ଅନୁମତିରେ କୌଣସି ଅଧିକାରୀ ମୁଖ୍ୟାଳୟ ଛାଡିପାରିବେ ନାହିଁ। ବର୍ତ୍ତମାନ ଛୁଟିରେ ଥିବା କର୍ମଚାରୀମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜିଠାରୁ ଆଗାମୀ ୪ ଦିନ ପାଇଁ କୌଣସି ପ୍ରକାରର ଛୁଟି ମଞ୍ଜୁର କରାଯିବ ନାହିଁ।

ଆହୁରି ପଢ଼ନ୍ତୁ: ଯାଜପୁରରେ କୁମ୍ଭୀର ଆତଙ୍କ: ଖରସ୍ରୋତା ନଦୀରେ ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର, ଉଦ୍ଧାର କାର୍ଯ୍ୟ ଜାରି

ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀ ପରିଚାଳନା, ରିଲିଫ୍ ବଣ୍ଟନ ଏବଂ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ପାଇଁ ବିଭିନ୍ନ ବ୍ଲକରେ ବରିଷ୍ଠ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଖୋଲିଲା ହୀରାକୁଦ ଡ୍ୟାମର ଆଉ ୧୦ଟି ଗେଟ୍‌, ମୋଟ୍ ୧୨ଟି ଗେଟ୍‌ ଦେଇ ବନ୍ୟା ପାଣି ନିଷ୍କାସନ ଜାରି

ସଫଲ୍ୟ ମଣ୍ଡିତା ପ୍ରଧାନ (ଏଡିଏମ୍, ରାଜସ୍ୱ)ଙ୍କୁ ଜଟଣୀ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରତାପ ଚନ୍ଦ୍ର ବେଉରା (ଏଡିଏମ୍)ଙ୍କୁ ଭୁବନେଶ୍ୱର ଦାୟିତ୍ୱ ମିଳିଛି। ସେହିପରି ଜ୍ୟୋତି ରଞ୍ଜନ ସାହୁ (ସିଡିଓ-କମ୍-ଇଓ, ଜିଲ୍ଲା ପରିଷଦ)ଙ୍କୁ ବାଲିପାଟଣା, ମନୋରଞ୍ଜନ ସାହୁ (ଉପଜିଲ୍ଲାପାଳ, ଭୁବନେଶ୍ୱର)ଙ୍କୁ ବାଲିଅନ୍ତା ଏବଂ ସଂକଳ୍ପ ସ୍ୱସ୍ତିକ ସାହୁ (ଉପଜିଲ୍ଲାପାଳ, ଖୋର୍ଦ୍ଧା)ଙ୍କୁ ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକର ଦାୟିତ୍ୱ ଦିଆଯାଇଛି। ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ମୁକାବିଲାକୁ ଅଧିକ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

30 Jul 2026 By Madhusudan Das

ଖୋର୍ଦ୍ଧାରେ ସମ୍ଭାବ୍ୟ ବନ୍ୟା ସ୍ଥିତି: ୪ ଦିନ ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ ଆଜିଠାରୁ ଆଗାମୀ ୪ ଦିନ ପାଇଁ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସକ୍ଷମ ଅଧିକାରୀଙ୍କ ବିନା ଅନୁମତିରେ କୌଣସି ଅଧିକାରୀ ମୁଖ୍ୟାଳୟ ଛାଡିପାରିବେ ନାହିଁ। ବର୍ତ୍ତମାନ ଛୁଟିରେ ଥିବା କର୍ମଚାରୀମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜିଠାରୁ ଆଗାମୀ ୪ ଦିନ ପାଇଁ କୌଣସି ପ୍ରକାରର ଛୁଟି ମଞ୍ଜୁର କରାଯିବ ନାହିଁ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀ ପରିଚାଳନା, ରିଲିଫ୍ ବଣ୍ଟନ ଏବଂ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ପାଇଁ ବିଭିନ୍ନ ବ୍ଲକରେ ବରିଷ୍ଠ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି।

ସଫଲ୍ୟ ମଣ୍ଡିତା ପ୍ରଧାନ (ଏଡିଏମ୍, ରାଜସ୍ୱ)ଙ୍କୁ ଜଟଣୀ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରତାପ ଚନ୍ଦ୍ର ବେଉରା (ଏଡିଏମ୍)ଙ୍କୁ ଭୁବନେଶ୍ୱର ଦାୟିତ୍ୱ ମିଳିଛି। ସେହିପରି ଜ୍ୟୋତି ରଞ୍ଜନ ସାହୁ (ସିଡିଓ-କମ୍-ଇଓ, ଜିଲ୍ଲା ପରିଷଦ)ଙ୍କୁ ବାଲିପାଟଣା, ମନୋରଞ୍ଜନ ସାହୁ (ଉପଜିଲ୍ଲାପାଳ, ଭୁବନେଶ୍ୱର)ଙ୍କୁ ବାଲିଅନ୍ତା ଏବଂ ସଂକଳ୍ପ ସ୍ୱସ୍ତିକ ସାହୁ (ଉପଜିଲ୍ଲାପାଳ, ଖୋର୍ଦ୍ଧା)ଙ୍କୁ ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକର ଦାୟିତ୍ୱ ଦିଆଯାଇଛି। ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ମୁକାବିଲାକୁ ଅଧିକ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର