ନୂଆପଡ଼ାରେ ଚାଷୀ ଆତ୍ମହତ୍ୟା ଘଟଣା: ନେପାଲ ମାଝୀଙ୍କ ଘରୁ ତଥ୍ୟ ସଂଗ୍ରହକଲା ବିଜେଡି ଅନୁଧ୍ୟାନକାରୀ ଦଳ

Madhusudan Das Picture
Published On

ନୂଆପଡ଼ା/ସିନାପାଲି: ନୂଆପଡ଼ା ଜିଲ୍ଲାରେ  ଚାଷୀଙ୍କ ଧାନ ବିକ୍ରି ନ ହେବା ଯୋଗୁଁ ନେପାଳ ମାଝୀ ନାମକ ଚାଷୀ ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ହେବା ସହ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ଓ ମଣ୍ଡିରେ ଅବ୍ୟବସ୍ଥା ସାଙ୍ଗକୁ ସ୍ଥାନୀୟ ପ୍ରସାଶନର ଅପାରଗତା ଯୋଗୁଁ ଚାଷୀ ଆତ୍ମହତ୍ୟା କରିଥିବା ବିଜେଡି ଅଭିଯୋଗ କିରିଛି। ଆଜି ବିଜେଡ଼ିର ତଥ୍ୟ ସଂଗ୍ରହକାରୀ ଟିମ୍‌ ଜଡ଼ାମୁଡ଼ା ଗାଁ ସ୍ଥିତ ମୃତ ଚାଷୀଙ୍କ ଘରେ ପହଞ୍ଚି  ପରିବାର ଲୋକଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ।  

ଆହୁରି ପଢ଼ନ୍ତୁ: ଅକ୍ଟୋବର ସୁଦ୍ଧା ଶେଷ ହେବ ଓଡ଼ିଶା SI ପରୀକ୍ଷା ୨୦୨୬, ସୂଚନା ଦେଲେ OUSSSC ଅଧ୍ୟକ୍ଷ

ପ୍ରକାଶ ଥାଉକି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପୂର୍ବତନ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଷୀ, ରାଜ୍ୟ ସମ୍ପାଦକ ରାଜେଶ ନିଗମ, ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଉପାଧ୍ୟକ୍ଷା ଦୀପିକା ଦୀପ, ମହିଳା ଜିଲ୍ଲା ସଭାପତି ସଂତୋସିନି ସଲମା, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ମୁରଲୀ ଭୋଇ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା,ଜିଲ୍ଲା ସାଧାରଣ ସମ୍ପାଦକ ହେମନ୍ତ କର, ସାଧାରଣ ସମ୍ପାଦକ କାର୍ତ୍ତିକ ଦୀପ, ବିଜେଡ଼ି ଯୁବ ଜିଲ୍ଲା ସଭାପତି ମନୋଜ ଦୀପ, ପୂର୍ବତନ ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା,ଟିଙ୍କୁ ପଣ୍ଡା, ଉମେଶ ସହିସ୍‌, ନୂଆପଡା ବ୍ଲକ ସଭାପତି ଚୁରନ ସିଂ ମାଝୀ, କୋମନା ବ୍ଲକ ସଭାପତି କ୍ଷମା ସିଂ ନୀଆଲ, ଛାତ୍ର ରାଜ୍ୟ ସାଧାରଣ ସମ୍ପାଦକ ମାନସ ବାଗ୍‌, ଯୋଗେନ୍ଦ୍ର ମାଝୀ, ଯୋଗେନ୍ଦ୍ର ପାଣ୍ଡେ, ଖରୀଆର ରୋଡ୍‌ ଏନ୍‌ଏସି ସଭାପତି ଅନୁପ ଦୀପ, ଖଡିଆଲ ବ୍ଲକ ସଭାପତି ହୀରାଧର ମେହେର, ସରସ୍ୱତୀ ବାଗ, ତନ୍ମୟ ବାଗ,ଜଡ଼ାମୁଣ୍ଡା ସରପଞ୍ଚ ସୁରୁସିଂ ମାଝୀ ଟିମ୍‌ରେ ସାମିଲ୍‌ ଥିଲେ। ସବିଶେଷ ତଥ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ ବୋଲି ବିଜେଡିର ଏହି ସ୍ୱତନ୍ତ୍ର ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିସର ହେବ ନିଶାମୁକ୍ତ ଜୋନ୍‌, ରାଜ୍ୟର ସମସ୍ତ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଅନ୍ୟପକ୍ଷରେ ଜିଲ୍ଲାରେ ମଣ୍ଡିର ଅବ୍ୟବସ୍ଥାକୁ ନେଇ ବିଜେଡି ନେତା ସଞ୍ଜୟ ଦାସ ବର୍ମା ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇ ଥିଲେ। ଏହାପରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ସାକ୍ଷାତକରି ମଣ୍ଡିର ଅବ୍ୟବସ୍ଥାକୁ ନେଇ ଆଲୋଚନା କରିଥିଲେ। ଶ୍ରୀ ବର୍ମା  କହିଥିଲେ ଧାନକିଣା ପ୍ରସଙ୍ଗରେ ସରକାର ବିଫଳ ହୋଇଛନ୍ତି। । ମଣ୍ଡିର ବ୍ୟବସ୍ଥା ଠିକ୍‌ ନାହିଁ, ଏହି ସରକାର ଚାଷୀଙ୍କ ହିତ ପାଇଁ ନାହାନ୍ତି ବୋଲି କହିଥିଲେ। ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ଏହି ୩ ତାରିଖ ସୁଦ୍ଧା ଚାଷୀଙ୍କ ଆଇସ୍କେନ୍‌ କରାଯିବ, ଏହାପରେ ଆମେ ସମସ୍ତ ଧାନ ଉଠାଇବା  ବୋଲି କହିଥିବା କହିଛନ୍ତି ଶ୍ରୀ ବର୍ମା। ସାମ୍ୱାଦିକ ସମ୍ମିଳନୀରେ ଖଡ଼ିଆଳ ବିଧାୟକ ଅଧିରରାଜ ମୋହନ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲିମାଝୀ, ଜିଲ୍ଲା ସଭାପତି ଅବନୀରଞ୍ଜନ ଯୋଶୀ, ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ମାଝୀ, କାର୍ତ୍ତିକ ଦୀପ, ମନୋଜ ମିଶ୍ର, ସୁବାସ ପଣ୍ଡା, ହେମନ୍ତ କର, ଚୁରନ୍‌ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଜୁଲାଇ ୬ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

02 Jul 2026 By Madhusudan Das

ନୂଆପଡ଼ାରେ ଚାଷୀ ଆତ୍ମହତ୍ୟା ଘଟଣା: ନେପାଲ ମାଝୀଙ୍କ ଘରୁ ତଥ୍ୟ ସଂଗ୍ରହକଲା ବିଜେଡି ଅନୁଧ୍ୟାନକାରୀ ଦଳ

ନୂଆପଡ଼ା/ସିନାପାଲି: ନୂଆପଡ଼ା ଜିଲ୍ଲାରେ  ଚାଷୀଙ୍କ ଧାନ ବିକ୍ରି ନ ହେବା ଯୋଗୁଁ ନେପାଳ ମାଝୀ ନାମକ ଚାଷୀ ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ହେବା ସହ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ଓ ମଣ୍ଡିରେ ଅବ୍ୟବସ୍ଥା ସାଙ୍ଗକୁ ସ୍ଥାନୀୟ ପ୍ରସାଶନର ଅପାରଗତା ଯୋଗୁଁ ଚାଷୀ ଆତ୍ମହତ୍ୟା କରିଥିବା ବିଜେଡି ଅଭିଯୋଗ କିରିଛି। ଆଜି ବିଜେଡ଼ିର ତଥ୍ୟ ସଂଗ୍ରହକାରୀ ଟିମ୍‌ ଜଡ଼ାମୁଡ଼ା ଗାଁ ସ୍ଥିତ ମୃତ ଚାଷୀଙ୍କ ଘରେ ପହଞ୍ଚି  ପରିବାର ଲୋକଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ।  

ପ୍ରକାଶ ଥାଉକି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପୂର୍ବତନ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଷୀ, ରାଜ୍ୟ ସମ୍ପାଦକ ରାଜେଶ ନିଗମ, ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଉପାଧ୍ୟକ୍ଷା ଦୀପିକା ଦୀପ, ମହିଳା ଜିଲ୍ଲା ସଭାପତି ସଂତୋସିନି ସଲମା, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ମୁରଲୀ ଭୋଇ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା,ଜିଲ୍ଲା ସାଧାରଣ ସମ୍ପାଦକ ହେମନ୍ତ କର, ସାଧାରଣ ସମ୍ପାଦକ କାର୍ତ୍ତିକ ଦୀପ, ବିଜେଡ଼ି ଯୁବ ଜିଲ୍ଲା ସଭାପତି ମନୋଜ ଦୀପ, ପୂର୍ବତନ ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା,ଟିଙ୍କୁ ପଣ୍ଡା, ଉମେଶ ସହିସ୍‌, ନୂଆପଡା ବ୍ଲକ ସଭାପତି ଚୁରନ ସିଂ ମାଝୀ, କୋମନା ବ୍ଲକ ସଭାପତି କ୍ଷମା ସିଂ ନୀଆଲ, ଛାତ୍ର ରାଜ୍ୟ ସାଧାରଣ ସମ୍ପାଦକ ମାନସ ବାଗ୍‌, ଯୋଗେନ୍ଦ୍ର ମାଝୀ, ଯୋଗେନ୍ଦ୍ର ପାଣ୍ଡେ, ଖରୀଆର ରୋଡ୍‌ ଏନ୍‌ଏସି ସଭାପତି ଅନୁପ ଦୀପ, ଖଡିଆଲ ବ୍ଲକ ସଭାପତି ହୀରାଧର ମେହେର, ସରସ୍ୱତୀ ବାଗ, ତନ୍ମୟ ବାଗ,ଜଡ଼ାମୁଣ୍ଡା ସରପଞ୍ଚ ସୁରୁସିଂ ମାଝୀ ଟିମ୍‌ରେ ସାମିଲ୍‌ ଥିଲେ। ସବିଶେଷ ତଥ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ ବୋଲି ବିଜେଡିର ଏହି ସ୍ୱତନ୍ତ୍ର ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି। 

ଅନ୍ୟପକ୍ଷରେ ଜିଲ୍ଲାରେ ମଣ୍ଡିର ଅବ୍ୟବସ୍ଥାକୁ ନେଇ ବିଜେଡି ନେତା ସଞ୍ଜୟ ଦାସ ବର୍ମା ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇ ଥିଲେ। ଏହାପରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ସାକ୍ଷାତକରି ମଣ୍ଡିର ଅବ୍ୟବସ୍ଥାକୁ ନେଇ ଆଲୋଚନା କରିଥିଲେ। ଶ୍ରୀ ବର୍ମା  କହିଥିଲେ ଧାନକିଣା ପ୍ରସଙ୍ଗରେ ସରକାର ବିଫଳ ହୋଇଛନ୍ତି। । ମଣ୍ଡିର ବ୍ୟବସ୍ଥା ଠିକ୍‌ ନାହିଁ, ଏହି ସରକାର ଚାଷୀଙ୍କ ହିତ ପାଇଁ ନାହାନ୍ତି ବୋଲି କହିଥିଲେ। ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ଏହି ୩ ତାରିଖ ସୁଦ୍ଧା ଚାଷୀଙ୍କ ଆଇସ୍କେନ୍‌ କରାଯିବ, ଏହାପରେ ଆମେ ସମସ୍ତ ଧାନ ଉଠାଇବା  ବୋଲି କହିଥିବା କହିଛନ୍ତି ଶ୍ରୀ ବର୍ମା। ସାମ୍ୱାଦିକ ସମ୍ମିଳନୀରେ ଖଡ଼ିଆଳ ବିଧାୟକ ଅଧିରରାଜ ମୋହନ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲିମାଝୀ, ଜିଲ୍ଲା ସଭାପତି ଅବନୀରଞ୍ଜନ ଯୋଶୀ, ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ମାଝୀ, କାର୍ତ୍ତିକ ଦୀପ, ମନୋଜ ମିଶ୍ର, ସୁବାସ ପଣ୍ଡା, ହେମନ୍ତ କର, ଚୁରନ୍‌ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର