ବିଜେପି ସରକାରରେ ଚିକିତ୍ସା ଅବହେଳାରୁ ଚାଲିଗଲା
ଅମୂଲ୍ୟ ଜୀବନ: ବିଜେଡି

ବାରିପଦାରେ ସଡ଼କ ଦୁର୍ଘଟଣାରେ ୨ ମୃତ, ୯ ଆହତ ଘଟଣା

Madhusudan Das Picture
Published On

ଭୁବନେଶ୍ୱର:  ବିଜେପି ସରକାର ଓଡ଼ିଶାବାସୀଙ୍କ ପାଇଁ କାଳ ସାଜିଛି । ଲୋକେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାର ଏକ ଜ୍ୱଳନ୍ତ ଚିତ୍ର ଗତକାଲି ସନ୍ଧ୍ୟାରେ ବାରିପଦାରେ ଘଟିଥିବା ଦୁର୍ଘଟଣାରୁ ଦେଖିବାକୁ ମିଳିଛି । ଦୁର୍ଘଟଣାରେ ୨ ଜଣ ମୃତୁ୍ୟବରଣ କରିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥିତ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣଙ୍କ ଅମୂଲ୍ୟ ଜୀବନ ହାନୀକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା: ସ୍ୱାମୀ-ସ୍ତ୍ରୀଙ୍କ କଳି ଛଡ଼ାଇବାକୁ ଯାଇଥିବା ଯୁବକଙ୍କୁ ହତ୍ୟା

ଆଜି ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଏକ ପ୍ରେସ ବିବୃତ୍ତିରେ କହିଥିଲେ ଯେ, ବିଜେପି ସରକାରର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ସ୍ୱାସ୍ଥ୍ୟସେବା ନ ମିଳିବାରୁ ଏକ ଅମୂଲ୍ୟ ଜୀବନ ଚାଲିଗଲା । ବିଜେଡି ସରକାର ସମୟରେ ବାରିପଦା ସ୍ଥିତ ରଙ୍ଗାମାଟିଆ ଠାରେ ନୂତନ ହସ୍ପିଟାଲ୍ କ୍ୟାମ୍ପସ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାହାକୁ ଗତ ୨୦୨୪ ମସିହାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ଗତ ସାଧାରଣ ନିର୍ବାଚନରେ ବିଜେପି କ୍ଷମତାକୁ ଆସିବା ପରେ ଏହାକୁ ସମ୍ପୂର୍ଣ୍ଣ ନ କରି ବନ୍ଦ ରଖିଥିଲା । ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ରଙ୍ଗ ମାରି ଲୋକ ଦେଖାଣିଆ ଭାବେ ୨୦୨୬ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ ଉଦଘାଟନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆରମ୍ଭ ହେଲା ଶ୍ରୀଜିଉଙ୍କ ଦିବ୍ୟ ସ୍ନାନ, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ମହାବାହୁ

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ମିଳିପାରୁନାହିଁ । ହସ୍ପିଟାଲରେ ଡାକ୍ତରଙ୍କ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଘୋର ଅଭାବ ରହିଛି । ରୋଗ ନିରୂପଣ ଓ ଯାଞ୍ଚ ନିମନ୍ତେ ହସ୍ପିଟାଲରେ ସିଟି ସ୍କାନ, ଅଲଟ୍ରା ସାଉଣ୍ଡ ସମେତ ଅନ୍ୟାନ୍ୟ ଦରକାରୀ ମେସିନ ଉପଲବ୍ଧ ନାହିଁ । ରୋଗ ନିରୂପଣ ପାଇଁ ରଙ୍ଗମାଟିଆରୁ ପ୍ରାୟ ୧୫ କିମି ଦୂର ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଯିବାକୁ ପଡୁଛି । ସେହିପରି ରକ୍ତଭଣ୍ଡାର ନଥିବାରୁ ଗୁରୁତର ରୋଗୀ ମାନଙ୍କୁ ରକ୍ତ ପାଇଁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଯିବାକୁ ପଡୁଛି । ଉକ୍ତ ସମସ୍ତ କାର୍ଯ୍ୟ ପାଇଁ ୨ରୁ ୩ ଘଣ୍ଟା ସମୟ ଲାଗୁଥିବାରୁ ଗତକାଲି ଦୁର୍ଘଟଣାରେ ଗୁରୁତର ଆହତ ମାନଙ୍କୁ ସଠିକ୍ ଚିକିତ୍ସା ସୁବିଧା ନ ମିଳିବାରୁ ଜଣଙ୍କ ଜବୀନ ଚାଲିଗଲା । ମେଡିକାଲରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ସେହିପରି ସହରରୁ ଦୂରରେ ହସ୍ପିଟାଲ ଥିବାରୁ ଯୋଗାଯୋଗର କୌଣସି ବ୍ୟବସ୍ଥା ନାହିଁ । ଅହଙ୍କାରୀ ବିଜେପି ସରକାର ଅସମ୍ପୂର୍ଣ୍ଣ ହସ୍ପିଟାଲକୁ ଉଦଘାଟନ କରି ବାହାବା ନେଉଛି । କେବଳ କାନ୍ଥରେ ରଙ୍ଗ ମାରିଦେଲେ ଚିକିତ୍ସା ବ୍ୟବସ୍ଥାରେ ସୁଧାର ଆସିବନି । ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଡବଲ ଇଞ୍ଜିନ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ, ନଚେତ ଆଗକୁ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ଯୁବକଙ୍କୁ ଅପହରଣ ଓ ହତ୍ୟା: ଖସି ପଳାଇବା ବେଳେ ସଡକ ଦୁର୍ଘଟଣାରେ ଜଣେ ଅଭିଯୁକ୍ତର ମୃତ୍ୟୁ

04 Jul 2026 By Madhusudan Das

ବିଜେପି ସରକାରରେ ଚିକିତ୍ସା ଅବହେଳାରୁ ଚାଲିଗଲା
ଅମୂଲ୍ୟ ଜୀବନ: ବିଜେଡି

ବାରିପଦାରେ ସଡ଼କ ଦୁର୍ଘଟଣାରେ ୨ ମୃତ, ୯ ଆହତ ଘଟଣା

ଭୁବନେଶ୍ୱର:  ବିଜେପି ସରକାର ଓଡ଼ିଶାବାସୀଙ୍କ ପାଇଁ କାଳ ସାଜିଛି । ଲୋକେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାର ଏକ ଜ୍ୱଳନ୍ତ ଚିତ୍ର ଗତକାଲି ସନ୍ଧ୍ୟାରେ ବାରିପଦାରେ ଘଟିଥିବା ଦୁର୍ଘଟଣାରୁ ଦେଖିବାକୁ ମିଳିଛି । ଦୁର୍ଘଟଣାରେ ୨ ଜଣ ମୃତୁ୍ୟବରଣ କରିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥିତ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣଙ୍କ ଅମୂଲ୍ୟ ଜୀବନ ହାନୀକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।

ଆଜି ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଏକ ପ୍ରେସ ବିବୃତ୍ତିରେ କହିଥିଲେ ଯେ, ବିଜେପି ସରକାରର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ସ୍ୱାସ୍ଥ୍ୟସେବା ନ ମିଳିବାରୁ ଏକ ଅମୂଲ୍ୟ ଜୀବନ ଚାଲିଗଲା । ବିଜେଡି ସରକାର ସମୟରେ ବାରିପଦା ସ୍ଥିତ ରଙ୍ଗାମାଟିଆ ଠାରେ ନୂତନ ହସ୍ପିଟାଲ୍ କ୍ୟାମ୍ପସ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାହାକୁ ଗତ ୨୦୨୪ ମସିହାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ଗତ ସାଧାରଣ ନିର୍ବାଚନରେ ବିଜେପି କ୍ଷମତାକୁ ଆସିବା ପରେ ଏହାକୁ ସମ୍ପୂର୍ଣ୍ଣ ନ କରି ବନ୍ଦ ରଖିଥିଲା । ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ରଙ୍ଗ ମାରି ଲୋକ ଦେଖାଣିଆ ଭାବେ ୨୦୨୬ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ ଉଦଘାଟନ କରିଛନ୍ତି ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ମିଳିପାରୁନାହିଁ । ହସ୍ପିଟାଲରେ ଡାକ୍ତରଙ୍କ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଘୋର ଅଭାବ ରହିଛି । ରୋଗ ନିରୂପଣ ଓ ଯାଞ୍ଚ ନିମନ୍ତେ ହସ୍ପିଟାଲରେ ସିଟି ସ୍କାନ, ଅଲଟ୍ରା ସାଉଣ୍ଡ ସମେତ ଅନ୍ୟାନ୍ୟ ଦରକାରୀ ମେସିନ ଉପଲବ୍ଧ ନାହିଁ । ରୋଗ ନିରୂପଣ ପାଇଁ ରଙ୍ଗମାଟିଆରୁ ପ୍ରାୟ ୧୫ କିମି ଦୂର ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଯିବାକୁ ପଡୁଛି । ସେହିପରି ରକ୍ତଭଣ୍ଡାର ନଥିବାରୁ ଗୁରୁତର ରୋଗୀ ମାନଙ୍କୁ ରକ୍ତ ପାଇଁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଯିବାକୁ ପଡୁଛି । ଉକ୍ତ ସମସ୍ତ କାର୍ଯ୍ୟ ପାଇଁ ୨ରୁ ୩ ଘଣ୍ଟା ସମୟ ଲାଗୁଥିବାରୁ ଗତକାଲି ଦୁର୍ଘଟଣାରେ ଗୁରୁତର ଆହତ ମାନଙ୍କୁ ସଠିକ୍ ଚିକିତ୍ସା ସୁବିଧା ନ ମିଳିବାରୁ ଜଣଙ୍କ ଜବୀନ ଚାଲିଗଲା । ମେଡିକାଲରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ସେହିପରି ସହରରୁ ଦୂରରେ ହସ୍ପିଟାଲ ଥିବାରୁ ଯୋଗାଯୋଗର କୌଣସି ବ୍ୟବସ୍ଥା ନାହିଁ । ଅହଙ୍କାରୀ ବିଜେପି ସରକାର ଅସମ୍ପୂର୍ଣ୍ଣ ହସ୍ପିଟାଲକୁ ଉଦଘାଟନ କରି ବାହାବା ନେଉଛି । କେବଳ କାନ୍ଥରେ ରଙ୍ଗ ମାରିଦେଲେ ଚିକିତ୍ସା ବ୍ୟବସ୍ଥାରେ ସୁଧାର ଆସିବନି । ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଡବଲ ଇଞ୍ଜିନ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ, ନଚେତ ଆଗକୁ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର