ଭୁବନେଶ୍ବର ଏମ୍ସ ଡାକ୍ତରଙ୍କ ସଫଳ ଗବେଷଣା, ଚିହ୍ନଟ ହେଲା ବିରଳ ଫଙ୍ଗସ୍‌

The Sakala Picture
Published On

ଭୁବନେଶ୍ବର :  ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ସଫଳ ଗବେଷଣା। ଚିହ୍ନଟ ହେଲା ଏକ ନୂଆ ତଥା ବିରଳ ଫଙ୍ଗସ। ମଧୁମେହ ରୋଗୀ, ଅଙ୍ଗ ପ୍ରତ୍ୟାରୋପଣ କରିଥିବା ବ୍ୟକ୍ତି, କୋଭିଡ-୧୯ ଗୁରୁତର ରୋଗୀଙ୍କ ଶରୀରରେ ଏହି ଫଙ୍ଗସ ହେବାର ଆଶଙ୍କା ରହିଥାଏ। ଏହି ନୂଆ ଫଙ୍ଗସ୍‌ର ନାଁ ‘ଅରୁଣାଲୋକେ’ ରଖାଯାଇଛି। ନୂଆ ଫଙ୍ଗସ୍ ‘ଅରୁଣାଲୋକେ’ ଗୁରୁତର ରୋଗୀଙ୍କ ଶରୀରରେ ଏହା ଦେଖା ଯାଇଥିବାରୁ ଏଥି ଜନିତ ମୃତ୍ୟୁ ହାର ବେଶ ଅଧିକ। ଏଭଳି ଫଙ୍ଗସ ବିଶ୍ୱରେ ପ୍ରଥମ। ଏହାର […]

ଭୁବନେଶ୍ବର :  ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ସଫଳ ଗବେଷଣା। ଚିହ୍ନଟ ହେଲା ଏକ ନୂଆ ତଥା ବିରଳ ଫଙ୍ଗସ। ମଧୁମେହ ରୋଗୀ, ଅଙ୍ଗ ପ୍ରତ୍ୟାରୋପଣ କରିଥିବା ବ୍ୟକ୍ତି, କୋଭିଡ-୧୯ ଗୁରୁତର ରୋଗୀଙ୍କ ଶରୀରରେ ଏହି ଫଙ୍ଗସ ହେବାର ଆଶଙ୍କା ରହିଥାଏ। ଏହି ନୂଆ ଫଙ୍ଗସ୍‌ର ନାଁ ‘ଅରୁଣାଲୋକେ’ ରଖାଯାଇଛି। ନୂଆ ଫଙ୍ଗସ୍ ‘ଅରୁଣାଲୋକେ’ ଗୁରୁତର ରୋଗୀଙ୍କ ଶରୀରରେ ଏହା ଦେଖା ଯାଇଥିବାରୁ ଏଥି ଜନିତ ମୃତ୍ୟୁ ହାର ବେଶ ଅଧିକ। ଏଭଳି ଫଙ୍ଗସ ବିଶ୍ୱରେ ପ୍ରଥମ। ଏହାର ରଙ୍ଗ ଧଳା। ଓଡିଶାରୁ ଜଣେ ଯୁବକଙ୍କ ଶରୀରରେ ମିଳିଛି। ଉକ୍ତ ଯୁବକଙ୍କ ଦେହାନ୍ତ ହୋଇଯାଇଛି। ଉକ୍ତ ଯୁବକ ଜଣକ ଚର୍ମରୋଗ ଓ ଅଧକପାଳି ରୋଗରେ ପୀଡିତ ଥିଲେ। ୨୦୧୮ମସିହାରେ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସରେ ଭର୍ତି ହୋଇଥିଲେ। ଗତବର୍ଷ ତାଙ୍କର ଦେହାନ୍ତ ହୋଇଥିଲା।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

 

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଗବେଷଣା ପାଇଁ ଦୀର୍ଘ ୩ବର୍ଷ ସମୟ ଲାଗିଛି। ଏମ୍ସ ଭୁବନେଶ୍ବର ମାଇକ୍ରୋ ବାୟୋଲୋଜି ବିଭାଗର ଡାକ୍ତର ବିନୟ ହାଲୁରଙ୍କ ନେତୃତ୍ୱରେ ୬ଜଣିଆ ଟିମ ଏହି ଗବେଷଣା କରିଥିଲେ। ତେବେ ଏହି ଫଙ୍ଗସ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ସମ୍ଭବ ବୋଲି ଡାକ୍ତର ହାଲୁର କହିଛନ୍ତି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର