ମାଗଣାରେ ସାନିଟାଇଜର ମାସ୍କ ବଣ୍ଟନ ନାଁରେ ଆକାଉଣ୍ଟ ଖାଲି କରିଦେଲା ସାଇବର ଅପରାଧୀ
କେନ୍ଦ୍ରାପଡା: କୋଭିଡ ମହାମାରୀ ସମୟରେ ଲୋକଙ୍କୁ ମାଗଣାରେ ମାସ୍କ ସାନିଟାଇଜର ବଣ୍ଟନ କରିବାକୁ କହି ଜନସେବା କେନ୍ଦ୍ରର ମାଲିକଙ୍କ ଆକାଉଣ୍ଟ ଖାଲି କରିଦେଇଥିବା ନେଇ ରାଜକନିକା ଥାନାରେ ଅଭିଯୋଗ ହୋଇଛି l ପୋଲିସ ସୂଚନା ମୁତାବକ, ରାଜକନିକା ସିଖୋ ଅଞ୍ଚଳରେ ଥିବା ଏକ ଜନସେବା କେନ୍ଦ୍ରର ମାଲିକ ନିତ୍ୟରଞ୍ଜନ ସ୍ବାଇଁଙ୍କୁ ସାଇବର ଅପରାଧୀ ଫୋନ କରି ମାଗଣାରେ ମାସ୍କ ସାନିଟାଇଜର ଦେବାକୁ କହିଥିଲା l ଏଥିପାଇଁ ତାଙ୍କର ଏସବିଆଇ ବ୍ୟାଙ୍କରେ ଆକାଉଣ୍ଟ ଥିବା ନେଇ ପଚାରିଥିଲେ l […]
କେନ୍ଦ୍ରାପଡା: କୋଭିଡ ମହାମାରୀ ସମୟରେ ଲୋକଙ୍କୁ ମାଗଣାରେ ମାସ୍କ ସାନିଟାଇଜର ବଣ୍ଟନ କରିବାକୁ କହି ଜନସେବା କେନ୍ଦ୍ରର ମାଲିକଙ୍କ ଆକାଉଣ୍ଟ ଖାଲି କରିଦେଇଥିବା ନେଇ ରାଜକନିକା ଥାନାରେ ଅଭିଯୋଗ ହୋଇଛି l ପୋଲିସ ସୂଚନା ମୁତାବକ, ରାଜକନିକା ସିଖୋ ଅଞ୍ଚଳରେ ଥିବା ଏକ ଜନସେବା କେନ୍ଦ୍ରର ମାଲିକ ନିତ୍ୟରଞ୍ଜନ ସ୍ବାଇଁଙ୍କୁ ସାଇବର ଅପରାଧୀ ଫୋନ କରି ମାଗଣାରେ ମାସ୍କ ସାନିଟାଇଜର ଦେବାକୁ କହିଥିଲା l ଏଥିପାଇଁ ତାଙ୍କର ଏସବିଆଇ ବ୍ୟାଙ୍କରେ ଆକାଉଣ୍ଟ ଥିବା ନେଇ ପଚାରିଥିଲେ l ଏନେଇ ଏସବିଆଇ ବ୍ୟାଙ୍କର ଏକ ଏନଓସି ମାଗିଥିଲେ l ହେଲେ ନିତ୍ୟଙ୍କ ନିକଟରେ ଏନଓସି ନଥିବାରୁ ସାଇବର ଅପରାଧୀ ଏକ ମେସେଜ ପଠାଇଥିଲେ l ଆଉ ସେହି ମେସେଜ ଖୋଲିଲେ ଏନଓସି ହୋଇଯିବ ବୋଲି କହିଥିଲେ l ନିତ୍ୟ ମେସେଜ ଖୋଲିବା ପରେ ଏକ ଓଟିପି ଆସିଥିଲା l ସାଇବର ଅପରାଧୀ ଜଣଙ୍କ ଉକ୍ତ ଓଟିପି ନମ୍ବର ମାଗିଥିଲେ l ଓଟିପି ଦେବା ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟି ଚାଲିଲା l ଆକାଉଣ୍ଟରେ ଥିବା ୨୦ ହଜାର ଟଙ୍କା ଗାୟବ ହୋଇଗଲା l ଏନେଇ ସେ ଠକାମୀର ଶିକାର ହୋଇଥିବା ଜାଣିବା ପରେ ରାଜକନିକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ୨୯୦/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି l ସେହିପରି ଓଳାଭର ଅଞ୍ଚଳରୁ ଅନ୍ୟ ଜଣଙ୍କ ଆକାଉଣ୍ଟରୁ ୨୮ ହଜାର ଟଙ୍କା ସାଇବର ଅପରାଧି ଠକି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି l