ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ: ମୟୂରଭଞ୍ଜରେ ୪୭,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ହେବ ଶୁଭାରମ୍ଭ

Madhusudan Das Picture
Published On

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଉ କିଛି ସମୟ ପରେ ଓଡ଼ିଶାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ସହ ଏହି ଗସ୍ତରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ ଏକ ବିଶାଳ ସମାରୋହରେ ଦେଶର ଶୀର୍ଷ ଦୁଇ ସାମ୍ବିଧାନିକ ପଦାଧିକାରୀ ଏକାଠି ଯୋଗଦେବେ, ଯାହା ଓଡ଼ିଶା ପାଇଁ ଗର୍ବର ବିଷୟ ହୋଇଛି। ଏହି ମିଳିତ ଗସ୍ତ ଓଡ଼ିଶାର ରାଜନୈତିକ ଏବଂ ବିକାଶମୂଳକ ଦୃଶ୍ୟପଟ୍ଟକୁ ଜାତୀୟ ସ୍ତରରେ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ୪୭ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଉପସ୍ଥିତିକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। 

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଶନିବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ମିଳିତ ଭାବେ ରାଷ୍ଟ୍ରପତିଙ୍କ ଶାଶୂଘର ଗାଁ ପାହାଡ଼ପୁର ପରିଦର୍ଶନ କରିବେ। ସେଠାରେ ଉଭୟ ଅତିଥି ସାନ୍ତାଳୀ ଜାହେରା ଓ ହୋ ଜାହେରାରେ ପୂଜାର୍ଚ୍ଚନା କରିବେ। ଏହାଛଡ଼ା ଦକ୍ଷତା ବିକାଶ କେନ୍ଦ୍ର ଏବଂ ପାହାଡ଼ପୁର ସ୍କୁଲ ମଧ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଆଦିବାସୀ ଓ ଗ୍ରାମାଞ୍ଚଳରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ସାମାଜିକ-ଅର୍ଥନୈତିକ ସଶକ୍ତୀକରଣକୁ ବୃଦ୍ଧି କରିବା ଏହି ଗସ୍ତର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଅପରାହ୍ନ ପ୍ରାୟ ୧ଟା ସମୟରେ ରାଇରଙ୍ଗପୁରଠାରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ "ବିକାଶର ଧାରା, ଓଡ଼ିଶା ସାରା" ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସରକାରୀ ସୂତ୍ର ଅନୁଯାୟୀ, ଏହି ଅବସରରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ ରାଇରଙ୍ଗପୁରଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ମଧ୍ୟ ଉଦବୋଧନ ଦେବେ। ଦୁଇ ଭିଭିଆଇପିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ରାଇରଙ୍ଗପୁର ଓ ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତି ମୁର୍ମୁ ତାଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତର ଅଂଶସ୍ୱରୂପ ଶୁକ୍ରବାର ସନ୍ଧ୍ୟାରୁ ନିଜ ଜିଲ୍ଲା ମୟୂରଭଞ୍ଜରେ ପହଞ୍ଚିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର