ନକଲି ଗୁଟଖା କାରବାରର ମୁଖ୍ଯ ଅଭିଯୁକ୍ତ ଦୁଇ ସପ୍ତାହ ହେଲା ଫେରାର: ସହଯୋଗୀର ଡିପୋ ଉପରେ ପୁଲିସର ଚଢାଉ, ଲକ୍ଷ ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ
ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ପକ୍ଷରୁ ଏବେ ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଲକ୍ଷ ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ କରାଯାଉଛି। ବଡବଜାର ଥାନା ପୁଲିସ ବ୍ରହ୍ମପୁର ସହରରେ ନକଲି ଗୁଟଖାର ବାଦଶାହ କୁହାଯାଉଥିବା ନାରୁ ସାହୁଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ। ଏପରି କ୍ଷେତ୍ରରେ ନାରୁଙ୍କ ସହଯୋଗୀମାନଙ୍କ ଗୋଦାମ୍ ଏବଂ ଘର ଉପରେ ଚଢଉ ଆରମ୍ଭ କରିଛି। ଆଜି ବଡବଜାର ଥାନା ପୁଲିସ ସ୍ଥାନୀୟ ପ୍ରାଣିଗ୍ରାହୀ ପେଣ୍ଠ ସାହିର ଏକ ଘର ଉପରେ ଚଢଉ […]
ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ପକ୍ଷରୁ ଏବେ ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଲକ୍ଷ ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ କରାଯାଉଛି। ବଡବଜାର ଥାନା ପୁଲିସ ବ୍ରହ୍ମପୁର ସହରରେ ନକଲି ଗୁଟଖାର ବାଦଶାହ କୁହାଯାଉଥିବା ନାରୁ ସାହୁଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ। ଏପରି କ୍ଷେତ୍ରରେ ନାରୁଙ୍କ ସହଯୋଗୀମାନଙ୍କ ଗୋଦାମ୍ ଏବଂ ଘର ଉପରେ ଚଢଉ ଆରମ୍ଭ କରିଛି। ଆଜି ବଡବଜାର ଥାନା ପୁଲିସ ସ୍ଥାନୀୟ ପ୍ରାଣିଗ୍ରାହୀ ପେଣ୍ଠ ସାହିର ଏକ ଘର ଉପରେ ଚଢଉ କରି ଲକ୍ଷ ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ କରିଛି। ଏହି ଘଟଣାରେ ପୁଲିସ ପନ୍ଦରାବାଡ ସାହିର ସନ୍ତୋଷ ସାହୁଙ୍କୁ ଗିରଫ କରିଛି। ସନ୍ତୋଷଙ୍କ ପାଣିଗ୍ରାହୀପେଣ୍ଠ ସାହିସ୍ଥିତ ଗୋଦାମ୍ରୁ ପୁଲିସ ଶତାଧିକ ନକଲି ଗୁଟଖା କାର୍ଟୁନ୍ ଜବତ କରିଛି। ଗୋଦାମରେ ଗଚ୍ଛିତ ଥିବା ବିଭିନ୍ନ ବ୍ରାଣ୍ଡର ନକଲି ଗୁଟଖା ଗୁଡିକର କୌଣସି କାଗଜପତ୍ର ନ ଥିବା ବେଳେ ସନ୍ତୋଷଙ୍କ ବ୍ୟବସାୟର କାଗଜପତ୍ର ମଧ୍ୟ ଠିକ୍ ନ ଥିବା ପୁଲିସ କହିଛି।
ଦୀର୍ଘ ୪ବର୍ଷରୁ ଉଦ୍ଧ୍ୱର୍ ସମୟ ହେବ ସନ୍ତୋଷ ଏହି ବ୍ୟବସାୟ କରିଆସୁଥିବା ପୁଲିସ୍ କହିଛି। ସେ ଫେରାର ନାରୁଙ୍କ ଅନ୍ୟତମ ସହଯୋଗୀ ବୋଲି ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୁପତି ସୂଚନା ଦେଇଛନ୍ତି। ଅଗଷ୍ଟ ମାସ ୩ ତାରିଖରେ ବ୍ରହ୍ମପୁର ଉପଜିଲ୍ଳାପାଳ ସ୍ଥାନୀୟ କାଳୁପାତ୍ର ସାହିରେ ଥିବା ଦୁଇଟି ଗୋଦାମ୍ ଉପରେ ଅତର୍କିତ ଚଢାଉ କରି ଲକ୍ଷ ଲକ୍ଷ ଟଙ୍କାର ବିପୁଳ ପରିମାଣର ନକଲି ଗୁଟଖା ଜବତ କରିଥିବା ବେଳେ ସେଠାରୁ ପୁଲିସ୍ ୬ଜଣଙ୍କୁ ଗିରଫ କରିଥିଲା। ପରେ ଅଗଷ୍ଟ ୧୧ ତାରିଖରେ ପୁଲିସ ନିଳକଣ୍ଠନଗର ଅଞ୍ଚଳର ଏକ ଘର ଉପରେ ଚଢାଉ କରି ପୁଣି ଲକ୍ଷାଧିକ ଟଙ୍କାର ନକଲି ଗୁଟଖା ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା। ଆଜି ପୁଣି ପାଣିଗ୍ରାହୀପେଣ୍ଠ ସାହିରେ ବଡବଜାର ଥାନା ପୁଲିସ ଚଢଉ କରିଛି। ଗତ ୧୫ ଦିନ ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ଏବଂ ପୁଲିସ ପକ୍ଷରୁ ନକଲି ଗୁଟଖା ଗୋଦାମ୍ ଉପରେ ଚଢାଉ ଜାରି ରହିଛି। ଫେରାର ନାରୁ ହାଇକୋର୍ଟରୁ ଆଗୁଆ ଜାମିନ ଆଣିବା ଅପେକ୍ଷାରେ ରହିଛି। ଏବେ ନକଲି ଗୁଗୁଟଖା ବ୍ୟବସାୟୀମାନେ ଗିରଫ ଭୟରେ ସହର ଛାଡି ଚାଲିଯାଇଥିବା ଅନୁମାନ କରାଯାଉଛି। ଆଗାମୀ ଦିନରେ ପୁଲିସର ଏହି ଚଢାଉ ଜାରି ରହିବ ବୋଲି କୁହାଯାଇଛି।