ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଓଡିଶାରେ ଅପରାଧ ଉପରମୁହାଁ, କୋମାରେ ପୋଲିସ: ବିଜେଡି

ବିଜେପି ଛତ୍ରଛାୟାରେ ଅପରାଧୀ ମନାଉଛନ୍ତି ଅମୃତ ମହୋତ୍ସବ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଅପରାଧ ଉପର ମୁହାଁ ହୋଇଥିଲା ବେଳେ ମନୋବଳ ହରାଇ ପୋଲିସ କୋମାରେ । ବ୍ରହ୍ମପୁରରେ ବିଚ୍ ବଜାରରେ ଅପରାଧୀମାନେ ଯେଉଁଭଳି ଭାବେ ଅମାନବୀୟ କାଣ୍ଡ ରଚିଲେ ତାହା ରାଜ୍ୟବାସୀଙ୍କ ମୁଣ୍ଡ ତଳକୁ କରିଛି । ପ୍ରତ୍ୟେକ ଦିନ ରାଜ୍ୟବାସୀ କେବଳ ଗୁଣ୍ଡାରାଜ ଓ ଅରାଜକତାର ଚିତ୍ର ଦେଖୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

ଆହୁରି ପଢ଼ନ୍ତୁ: ଦଶରଥପୁରରେ ବିଜେଡିର ନାରୀ ଅଧିକାର ଅଭିଯାନ: ମହିଳାମାନେ ନିଜ ସୁରକ୍ଷା ପାଇଁ ତ୍ରାହି ତ୍ରାହି ଡାକିଲେଣି

ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର, ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି ରାଜ୍ୟରେ ଆଇନଶୃଙ୍ଖଳାର ଚରମ ଅଧୋଗତିକୁ ନେଇ ବିଜେପି ସରକାରକୁ କଡା ନିନ୍ଦା କରିଛନ୍ତି । 

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀ ପଠାରୁ ଅଧାପୋତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ବାରଙ୍ଗ ପୋଲିସର ତଦନ୍ତ

ଶ୍ରୀ ବକ୍ସିପାତ୍ର କହିଛନ୍ତି, ପୋଲିସର ନିଷ୍କି୍ରୟତା ଓ ଶାସକ ଦଳର ପ୍ରୋତ୍ସାହନରେ ଗଂଜାମ ଜିଲ୍ଲାରେ ଗତ ଏକମାସରେ ୧୦ରୁ ଅଧିକ ହତ୍ୟାକାଣ୍ଡ ସଂଗଠିତ ହୋଇଛି । ଗତ ସୋମବାର ଦିନ ଗିରିରୋଡରେ ଘଟିଥିବା ବର୍ବୋରଚିତ ଆକ୍ରମଣର ଦୁଇ ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ ବିଜେପି ବିଧାୟକଙ୍କ ସହଯୋଗୀ ହୋଇଥିବାରୁ ପୋଲିସ ତାଙ୍କୁ ଗିରଫ କରିବାକୁ ସାହାସ ଜୁଟାଇ ପାରୁନାହିଁ । ବ୍ରହ୍ମପୁର ପୋଲିସ ବିଜେପି ଦଳ ଦ୍ୱାରା ଏଭଳି ଚାପଗ୍ରସ୍ତ ଯେ, ପ୍ରତ୍ୟେକ ଦିନ ବିଧାୟକଙ୍କ ଘରେ ଏସ୍ଡିପିଓଙ୍କୁ ହାଜିରା ଦେବାକୁ ପଡୁଛି । ସାଧାରଣ ଲୋକଟିଏ ଥାନାକୁ ଗଲେ ପୋଲିସ ପ୍ରଥମେ ତାଙ୍କୁ ପଚାରୁଛି ତୁମେ କେଉଁ ଦଳର ସମର୍ଥକ । ଏଫ୍ଆଇଆରରେ ନାଁ ଥିଲେ ମଧ୍ୟ ଶାସକ ଦଳର ଇଙ୍ଗିତରେ ତଦନ୍ତରେ ଅଭିଯୁକ୍ତଙ୍କ ନାଁ କଟାଯାଉଛି । ଏଥିପାଇଁ ଆଜି ବ୍ରହ୍ମପୁର ଓ ଗଂଜାମ ପୋଲିସ ଜିଲ୍ଲା ରାଜ୍ୟର କ୍ରାଇମ ହବ୍ ଭାବେ ଅପଖ୍ୟାତି ମୁଣ୍ଡାଇଛି ।

ଆହୁରି ପଢ଼ନ୍ତୁ: ଶିଶୁଙ୍କ ଚାଉଳ ଓ ଛତୁଆ ବିକୁଥିଲେ ଅଙ୍ଗନବାଡ଼ି ଦିଦି, ଅଟୋ ସହ ରାସନ ସାମଗ୍ରୀ ଜବତ କଲେ ଗ୍ରାମବାସୀ

ଶ୍ରୀ ସାହୁ କହିଛନ୍ତି ଯେ, ଡବଲ ଇଂଜିନ ସରକାର କ୍ଷମତାକୁ ଆସିବା ପରେ ସାରା ରାଜ୍ୟରେ ବିଜେପି ନେତା ଓ ଅପରାଧୀଙ୍କ ମଧ୍ୟରେ ଏକ ଅନୈତିକ ବୁଝାବଣା ହୋଇ ପୋଲିସ ଉପରେ ଚାପ ପ୍ରୟୋଗ କରାଯାଉଛି । ଫଳସ୍ୱରୁପ ପୋଲିସ ମନୋବଳ ଭାଙ୍ଗିଯାଇଛି । ଯାହାର ଚିତ୍ର ପ୍ରତ୍ୟେକ ଦିନ ରାଜ୍ୟବାସୀ ଦେଖୁଛନ୍ତି । ନୟାଗଡରେ ଥାନା ମଧ୍ୟରେ ପୋଲିସକୁ ଆକ୍ରମଣ, ଭୁବନରେ ଥାନା ଆଇଆଇସିଙ୍କୁ ଆକ୍ରମଣ କରି ବାଲି ମାଫିଆମାନେ ଗାଡି ଛଡାଇନେବା, ଟାଙ୍ଗିରେ ପୋଲିସ ଉପସ୍ଥିତିରେ ପ୍ରଶାସନିକ ଅଧିକାରୀଙ୍କୁ ବିଜେପି ନେତାଙ୍କ ଦୁର୍ବ୍ୟବହାର ଘଟଣା ଦେଖିବାକୁ ମିଳିଛି । ପିଏସ୍ଓଙ୍କ ବନ୍ଧୁକ ଛଡାଇ ବିଜେପି ବିଧାୟକ ଫାଙ୍କା ଗୁଳିଚାଳନା କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଅପରାଧୀଙ୍କୁ ଏନ୍କାଉଣ୍ଟର ପାଇଁ ଯେଉଁଦିନ ପୋଲିସ ମହାନିଦେ୍ର୍ଦଶକ କହୁଛନ୍ତି, ସେହିଦିନ ହିଁ ବ୍ରହ୍ମପୁରରେ ଏହିଭଳି ବର୍ବୋଚିତ କାଣ୍ଡ ଘଟୁଛି । 

ଡ. ମହାନ୍ତି କହିଥିଲେ ଯେ, ନୟାଗଡରେ ଦୈନିକ ଖବରକାଗଜ ସକାଳର ସାମ୍ବାଦିକଙ୍କ ଉପରେ ମିଥ୍ୟା ଦୁଷ୍କର୍ମ ମାମଲା ରୁଜୁ ଓ ଖବରକାଗଜ ପୋଡିବା ଦୁର୍ଭାଗ୍ୟଜନକ । ବିଜେପି ନେତା ଅରିନ୍ଦମ ରାୟ, ସାମ୍ବାଦିକମାନଙ୍କ ପ୍ରତି ଯେଉଁ ଭାଷା ବ୍ୟବହାର କରୁଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ, ବିଜେପି ଏହାକୁ ନେଇ ସ୍ପଷ୍ଟୀକରଣ ଦେଉ । ଶାସକ ବିଜେପି ଦଳ ନେତାମାନଙ୍କ ଦ୍ୱାରା ଆଜି ସାମ୍ବାଦିକ ଓ ସାମ୍ବାଦିକତା ବିପଦରେ । ବ୍ରହ୍ମପୁର ଓ ଗଂଜାମ ପୋଲିସ ଜିଲ୍ଲାକୁ ଅପରାଧୀଙ୍କ ହାତରେ ଟେକି ଦେଇଛନ୍ତି ଡବଲ ଇଂଜିନ ସରକାର । ପୋଲିସ ମହାନିଦେ୍ର୍ଦଶକ ତୁରନ୍ତ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରନ୍ତୁ ଯଦ୍ୱାରା ସାଧାରଣ ଲୋକ ପୋଲିସ ଉପରେ ଭରସା ରଖିପାରିବେ ।

20 May 2026 By Madhusudan Das

ଓଡିଶାରେ ଅପରାଧ ଉପରମୁହାଁ, କୋମାରେ ପୋଲିସ: ବିଜେଡି

ବିଜେପି ଛତ୍ରଛାୟାରେ ଅପରାଧୀ ମନାଉଛନ୍ତି ଅମୃତ ମହୋତ୍ସବ

ଭୁବନେଶ୍ୱର: ରାଜ୍ୟରେ ଅପରାଧ ଉପର ମୁହାଁ ହୋଇଥିଲା ବେଳେ ମନୋବଳ ହରାଇ ପୋଲିସ କୋମାରେ । ବ୍ରହ୍ମପୁରରେ ବିଚ୍ ବଜାରରେ ଅପରାଧୀମାନେ ଯେଉଁଭଳି ଭାବେ ଅମାନବୀୟ କାଣ୍ଡ ରଚିଲେ ତାହା ରାଜ୍ୟବାସୀଙ୍କ ମୁଣ୍ଡ ତଳକୁ କରିଛି । ପ୍ରତ୍ୟେକ ଦିନ ରାଜ୍ୟବାସୀ କେବଳ ଗୁଣ୍ଡାରାଜ ଓ ଅରାଜକତାର ଚିତ୍ର ଦେଖୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର, ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି ରାଜ୍ୟରେ ଆଇନଶୃଙ୍ଖଳାର ଚରମ ଅଧୋଗତିକୁ ନେଇ ବିଜେପି ସରକାରକୁ କଡା ନିନ୍ଦା କରିଛନ୍ତି । 

ଶ୍ରୀ ବକ୍ସିପାତ୍ର କହିଛନ୍ତି, ପୋଲିସର ନିଷ୍କି୍ରୟତା ଓ ଶାସକ ଦଳର ପ୍ରୋତ୍ସାହନରେ ଗଂଜାମ ଜିଲ୍ଲାରେ ଗତ ଏକମାସରେ ୧୦ରୁ ଅଧିକ ହତ୍ୟାକାଣ୍ଡ ସଂଗଠିତ ହୋଇଛି । ଗତ ସୋମବାର ଦିନ ଗିରିରୋଡରେ ଘଟିଥିବା ବର୍ବୋରଚିତ ଆକ୍ରମଣର ଦୁଇ ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ ବିଜେପି ବିଧାୟକଙ୍କ ସହଯୋଗୀ ହୋଇଥିବାରୁ ପୋଲିସ ତାଙ୍କୁ ଗିରଫ କରିବାକୁ ସାହାସ ଜୁଟାଇ ପାରୁନାହିଁ । ବ୍ରହ୍ମପୁର ପୋଲିସ ବିଜେପି ଦଳ ଦ୍ୱାରା ଏଭଳି ଚାପଗ୍ରସ୍ତ ଯେ, ପ୍ରତ୍ୟେକ ଦିନ ବିଧାୟକଙ୍କ ଘରେ ଏସ୍ଡିପିଓଙ୍କୁ ହାଜିରା ଦେବାକୁ ପଡୁଛି । ସାଧାରଣ ଲୋକଟିଏ ଥାନାକୁ ଗଲେ ପୋଲିସ ପ୍ରଥମେ ତାଙ୍କୁ ପଚାରୁଛି ତୁମେ କେଉଁ ଦଳର ସମର୍ଥକ । ଏଫ୍ଆଇଆରରେ ନାଁ ଥିଲେ ମଧ୍ୟ ଶାସକ ଦଳର ଇଙ୍ଗିତରେ ତଦନ୍ତରେ ଅଭିଯୁକ୍ତଙ୍କ ନାଁ କଟାଯାଉଛି । ଏଥିପାଇଁ ଆଜି ବ୍ରହ୍ମପୁର ଓ ଗଂଜାମ ପୋଲିସ ଜିଲ୍ଲା ରାଜ୍ୟର କ୍ରାଇମ ହବ୍ ଭାବେ ଅପଖ୍ୟାତି ମୁଣ୍ଡାଇଛି ।

ଶ୍ରୀ ସାହୁ କହିଛନ୍ତି ଯେ, ଡବଲ ଇଂଜିନ ସରକାର କ୍ଷମତାକୁ ଆସିବା ପରେ ସାରା ରାଜ୍ୟରେ ବିଜେପି ନେତା ଓ ଅପରାଧୀଙ୍କ ମଧ୍ୟରେ ଏକ ଅନୈତିକ ବୁଝାବଣା ହୋଇ ପୋଲିସ ଉପରେ ଚାପ ପ୍ରୟୋଗ କରାଯାଉଛି । ଫଳସ୍ୱରୁପ ପୋଲିସ ମନୋବଳ ଭାଙ୍ଗିଯାଇଛି । ଯାହାର ଚିତ୍ର ପ୍ରତ୍ୟେକ ଦିନ ରାଜ୍ୟବାସୀ ଦେଖୁଛନ୍ତି । ନୟାଗଡରେ ଥାନା ମଧ୍ୟରେ ପୋଲିସକୁ ଆକ୍ରମଣ, ଭୁବନରେ ଥାନା ଆଇଆଇସିଙ୍କୁ ଆକ୍ରମଣ କରି ବାଲି ମାଫିଆମାନେ ଗାଡି ଛଡାଇନେବା, ଟାଙ୍ଗିରେ ପୋଲିସ ଉପସ୍ଥିତିରେ ପ୍ରଶାସନିକ ଅଧିକାରୀଙ୍କୁ ବିଜେପି ନେତାଙ୍କ ଦୁର୍ବ୍ୟବହାର ଘଟଣା ଦେଖିବାକୁ ମିଳିଛି । ପିଏସ୍ଓଙ୍କ ବନ୍ଧୁକ ଛଡାଇ ବିଜେପି ବିଧାୟକ ଫାଙ୍କା ଗୁଳିଚାଳନା କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଅପରାଧୀଙ୍କୁ ଏନ୍କାଉଣ୍ଟର ପାଇଁ ଯେଉଁଦିନ ପୋଲିସ ମହାନିଦେ୍ର୍ଦଶକ କହୁଛନ୍ତି, ସେହିଦିନ ହିଁ ବ୍ରହ୍ମପୁରରେ ଏହିଭଳି ବର୍ବୋଚିତ କାଣ୍ଡ ଘଟୁଛି । 

ଡ. ମହାନ୍ତି କହିଥିଲେ ଯେ, ନୟାଗଡରେ ଦୈନିକ ଖବରକାଗଜ ସକାଳର ସାମ୍ବାଦିକଙ୍କ ଉପରେ ମିଥ୍ୟା ଦୁଷ୍କର୍ମ ମାମଲା ରୁଜୁ ଓ ଖବରକାଗଜ ପୋଡିବା ଦୁର୍ଭାଗ୍ୟଜନକ । ବିଜେପି ନେତା ଅରିନ୍ଦମ ରାୟ, ସାମ୍ବାଦିକମାନଙ୍କ ପ୍ରତି ଯେଉଁ ଭାଷା ବ୍ୟବହାର କରୁଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ, ବିଜେପି ଏହାକୁ ନେଇ ସ୍ପଷ୍ଟୀକରଣ ଦେଉ । ଶାସକ ବିଜେପି ଦଳ ନେତାମାନଙ୍କ ଦ୍ୱାରା ଆଜି ସାମ୍ବାଦିକ ଓ ସାମ୍ବାଦିକତା ବିପଦରେ । ବ୍ରହ୍ମପୁର ଓ ଗଂଜାମ ପୋଲିସ ଜିଲ୍ଲାକୁ ଅପରାଧୀଙ୍କ ହାତରେ ଟେକି ଦେଇଛନ୍ତି ଡବଲ ଇଂଜିନ ସରକାର । ପୋଲିସ ମହାନିଦେ୍ର୍ଦଶକ ତୁରନ୍ତ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରନ୍ତୁ ଯଦ୍ୱାରା ସାଧାରଣ ଲୋକ ପୋଲିସ ଉପରେ ଭରସା ରଖିପାରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର