ଜିତୁ ମୁଣ୍ଡା କଙ୍କାଳ ବୋହିବା ଘଟଣା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ, ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ

Madhusudan Das Picture
Published On

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କେନ୍ଦୁଝର ଜିତୁ ମୁଣ୍ଡାଙ୍କ କଙ୍କାଳ ବୋହିବା ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଚିଠିରେ ନିବେଦନ କରିଛନ୍ତି ନବୀନ । ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । 

ଆହୁରି ପଢ଼ନ୍ତୁ: ଡିଏପି ଏବଂ ୟୁରିଆ ବଦଳରେ କମ୍ପ୍ଲେକ୍ସ ସାର ଓ ଆମୋନିୟମ ସଲଫେଟ୍ ବ୍ୟବହାର ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ

ନିଜ ଚିଠିରେ ଗଭୀର ଉଦବେଗ ପ୍ରକାଶ କରି ସେ ଲେଖିଛନ୍ତି ଯେ, ଗତ ଏପ୍ରିଲ ୨୭ ତାରିଖରେ କେନ୍ଦୁଝର ମଲ୍ଲିପୋସି ଓଡି଼ଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ନିଜ ଅର୍ଥ ଉଠାଣ ପାଇଁ ବ୍ୟାଙ୍କକୁ ପ୍ରମାଣ ଦେବା ଲାଗି ଆଦିବାସୀ ଜିତୁ ମୁଣ୍ଡା ନିଜ ଭଉଣୀଙ୍କ କଙ୍କାଳ ମଶାଣିରୁ ଖୋଳି ବ୍ୟାଙ୍କରେ ରଖିଥିଲେ । ପୂର୍ବରୁ ଏହି ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜିତୁ ବାରମ୍ବାର ଗୁହାରି ପରେ ବି ଶୁଣି ନଥିଲେ କର୍ତ୍ତୃପକ୍ଷ । ଏପରିକି RBI ଗାଇଡଲାଇନ ଉଲ୍ଲଂଘନ କରି ଅମାନବିକ କାର୍ଯ୍ୟ କରିଛନ୍ତି । ଗଣତନ୍ତ୍ରରେ ନାଗରିକଙ୍କୁ ସଶକ୍ତ କରିବା ପାଇଁ ନିୟମ ଅଛି । କାହାରିକୁ ଅପମାନ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ । ଏହିଭଳି ଘଟଣଆ ସାରା ଓଡି଼ଶାବାସୀଙ୍କୁ ଆନ୍ଦୋଳିତ କରିଛି । ଏହା ନ୍ୟୁୟର୍କ ପୋଷ୍ଟ ଓ ବିବିସି ଭଳି ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ଏଭଳି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନବୀନ ଦାବି କରିଛନ୍ତି । ଯାହା ନାଗରିକକୈନ୍ଦ୍ରିକ ସେବା କ୍ଷେତ୍ରରେ ବହୁ ପରିମାଣରେ ସହାୟକ ହେବ । ଯେଭଳି ଏଭଳି ଘଟଣାର ଦେଶର ଆଉ କୌଣସି ସ୍ଥାନରେ ପୁନରାବୃତ୍ତି ନହେବ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଘଟିଥିଲା ଏହି ଲଜ୍ଜାଜନକ ଘଟଣା । ମୃତ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୯ ହଜାର ଟଙ୍କା ଉଠାଇବା ପାଇଁ ପାଟଣା ମଲ୍ଲିପଶିରେ ଥିବା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କକୁ ଯାଇଥିଲେ ଜିତୁ ମୁଣ୍ଡା । ହେଲେ ବ୍ୟାଙ୍କ ଅଧିକାରୀ ପ୍ରମାଣ ମାଗିବାରୁ ଜିତୁ ମୁଣ୍ଡା ମଶାଣିରୁ ଭଉଣୀଙ୍କ ଶବ ଖୋଳି କଙ୍କାଳ କାନ୍ଧେଇ ବ୍ୟାଙ୍କରେ ପହଞ୍ଚିଥିଲେ । ଏହି ଘଟଣାକୁ ନେଇ କେବଳ ଆମ ରାଜ୍ୟ ନୁହେଁ, ସାରା ଦେଶ ଓ ବିଶ୍ୱରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଆରଡିସି ଘଟଣାର ତଦନ୍ତ କରି ଏଥିରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ଦାୟୀ କରିଥିଲେ । 

ଆହୁରି ପଢ଼ନ୍ତୁ: ବାହୁଡ଼ାଯାତ୍ରାରେ ଜଣେ ଭକ୍ତଙ୍କ ମୃତ୍ୟୁ: ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

02 May 2026 By Madhusudan Das

ଜିତୁ ମୁଣ୍ଡା କଙ୍କାଳ ବୋହିବା ଘଟଣା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ, ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କେନ୍ଦୁଝର ଜିତୁ ମୁଣ୍ଡାଙ୍କ କଙ୍କାଳ ବୋହିବା ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଚିଠିରେ ନିବେଦନ କରିଛନ୍ତି ନବୀନ । ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । 

ନିଜ ଚିଠିରେ ଗଭୀର ଉଦବେଗ ପ୍ରକାଶ କରି ସେ ଲେଖିଛନ୍ତି ଯେ, ଗତ ଏପ୍ରିଲ ୨୭ ତାରିଖରେ କେନ୍ଦୁଝର ମଲ୍ଲିପୋସି ଓଡି଼ଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ନିଜ ଅର୍ଥ ଉଠାଣ ପାଇଁ ବ୍ୟାଙ୍କକୁ ପ୍ରମାଣ ଦେବା ଲାଗି ଆଦିବାସୀ ଜିତୁ ମୁଣ୍ଡା ନିଜ ଭଉଣୀଙ୍କ କଙ୍କାଳ ମଶାଣିରୁ ଖୋଳି ବ୍ୟାଙ୍କରେ ରଖିଥିଲେ । ପୂର୍ବରୁ ଏହି ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜିତୁ ବାରମ୍ବାର ଗୁହାରି ପରେ ବି ଶୁଣି ନଥିଲେ କର୍ତ୍ତୃପକ୍ଷ । ଏପରିକି RBI ଗାଇଡଲାଇନ ଉଲ୍ଲଂଘନ କରି ଅମାନବିକ କାର୍ଯ୍ୟ କରିଛନ୍ତି । ଗଣତନ୍ତ୍ରରେ ନାଗରିକଙ୍କୁ ସଶକ୍ତ କରିବା ପାଇଁ ନିୟମ ଅଛି । କାହାରିକୁ ଅପମାନ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ । ଏହିଭଳି ଘଟଣଆ ସାରା ଓଡି଼ଶାବାସୀଙ୍କୁ ଆନ୍ଦୋଳିତ କରିଛି । ଏହା ନ୍ୟୁୟର୍କ ପୋଷ୍ଟ ଓ ବିବିସି ଭଳି ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ଏଭଳି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନବୀନ ଦାବି କରିଛନ୍ତି । ଯାହା ନାଗରିକକୈନ୍ଦ୍ରିକ ସେବା କ୍ଷେତ୍ରରେ ବହୁ ପରିମାଣରେ ସହାୟକ ହେବ । ଯେଭଳି ଏଭଳି ଘଟଣାର ଦେଶର ଆଉ କୌଣସି ସ୍ଥାନରେ ପୁନରାବୃତ୍ତି ନହେବ ।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଘଟିଥିଲା ଏହି ଲଜ୍ଜାଜନକ ଘଟଣା । ମୃତ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୯ ହଜାର ଟଙ୍କା ଉଠାଇବା ପାଇଁ ପାଟଣା ମଲ୍ଲିପଶିରେ ଥିବା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କକୁ ଯାଇଥିଲେ ଜିତୁ ମୁଣ୍ଡା । ହେଲେ ବ୍ୟାଙ୍କ ଅଧିକାରୀ ପ୍ରମାଣ ମାଗିବାରୁ ଜିତୁ ମୁଣ୍ଡା ମଶାଣିରୁ ଭଉଣୀଙ୍କ ଶବ ଖୋଳି କଙ୍କାଳ କାନ୍ଧେଇ ବ୍ୟାଙ୍କରେ ପହଞ୍ଚିଥିଲେ । ଏହି ଘଟଣାକୁ ନେଇ କେବଳ ଆମ ରାଜ୍ୟ ନୁହେଁ, ସାରା ଦେଶ ଓ ବିଶ୍ୱରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଆରଡିସି ଘଟଣାର ତଦନ୍ତ କରି ଏଥିରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ଦାୟୀ କରିଥିଲେ । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର