ସୀମା ପୂର୍ଣ୍ଣ ନିର୍ଧାରଣ ଯୋଗୁଁ ଓଡିଶା ବହୁତ କ୍ଷତି ସହିବ, ବିଧାନସଭା ଓ ଲୋକସଭାରେ ଓଡିଶାର ପ୍ରତିନିଧି କମିବ: ଅରୁଣ ସାହୁ
ଭୁବନେଶ୍ବର: ଲୋକସଭା ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଯେଉଁ ବିଲ୍ ଆଣିଛନ୍ତି, ଏହା ଦ୍ଵାରା ଓଡ଼ିଶାର ବହୁତ କ୍ଷତି ହେବ ବୋଲି ଅଭିଯୋଗ କରିଛି ବିଜେଡି । ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି, ବିଧାନସଭା ଓ ଲୋକସଭାରେ ଓଡିଶାର ପ୍ରତିନିଧିତ୍ବ କମିବ। ଯଦି ୫୦ ପ୍ରତିଶତ ଆସନ ବଢ଼େ, ସେହି ଅନୁସାରେ କାହିଁକି ଓଡ଼ିଶାର ଆସନ ବଢ଼ିବ ନାହିଁ। ଓଡ଼ିଶା ଭଳି କେରଳ, ଆନ୍ଧ୍ର, ତେଲେଙ୍ଗାନା, ପଶ୍ଚିମବଂଗ,ତାମିଲନାଡୁ ବି କ୍ଷତି ସହିବେ । ରାଜନୈତିକ ଅଭିସନ୍ଧି ରଖି ବିଜେପି ସୀମା ନିର୍ଧାରଣ କରୁଛି l
ଓଡ଼ିଶାର ବିଜେପି ନେତା ପ୍ରଥମେ ମା' ମାଟି କଥା କୁହନ୍ତୁ । ନହେଲେ ଓଡିଶାବାସୀ କେବେ ବି ବିଜେପିକୁ କ୍ଷମା କରିବେ ନାହିଁ l ଷଡଯନ୍ତ୍ର କରି ସୀମା ପୁନଃ ନିର୍ଦ୍ଧାରଣ କରୁଛି ବିଜେପି । ଏଥିରେ OBC ବର୍ଗର ସବୁଠୁ ଅଧିକ କ୍ଷତି ହେବ । ୨୦୧୧ ଜନ ଗଣନା ନେଇ ସୀମା ପୂର୍ଣ୍ଣନିର୍ଦ୍ଧାରଣ କରାଯାଉଛି । ଯାହା ହେବାକୁ ଯାଉଛି, ସେଥିପ୍ରତି ଦେଶବାସୀ ଓ ରାଜ୍ୟବାସୀ ସତର୍କ ରହନ୍ତୁ ବୋଲି କହିଛନ୍ତି ଅରୁଣ ସାହୁ ।