ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ, ଆଜିଠୁ ହେବ ନୂଆ ପଞ୍ଜିିକା ପ୍ରଚଳନ

Madhusudan Das Picture
Published On

ଭୁବନେଶ୍ୱର: ଆଜି ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯାଏ। ପୃଥିବୀର କ୍ରାନ୍ତି ପଥକୁ ୧୨ ଭାଗ ବା ୧୨ ମାସ କିମ୍ବା ୧୨ ରାଶିରେ ବିଭକ୍ତ କରାଯାଇଥାଏ । ଏଣୁ ବୈଶାଖ ମାସ ବା ମେଷ ସଂକ୍ରାନ୍ତିଠାରୁ ନୂତନ ବର୍ଷର ଆରମ୍ଭ ହୋଇଥାଏ । ଏହିଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ଥିବାରୁ ଏହାକୁ ବିଷୁବ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ପଣା ସଂକ୍ରାନ୍ତି ଅବସରରେ ନୂତନ ପଞ୍ଜିକା ଓଡ଼ିଶାରେ ଲାଗୁ ହେଉଥିବାରୁ ଏହାକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଉଛି। ଏହିଦିନ ଠାରୁ ସୂର୍ଯ୍ୟଙ୍କ ବିଷୁବରେଖା ଆଡ଼କୁ ଉତ୍ତରାୟଣ ଗତି ଆରମ୍ଭ ହୁଏ। 

ଆହୁରି ପଢ଼ନ୍ତୁ: ଯାଜପୁରରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଏସପିଙ୍କୁ ଭେଟିଲା ବିଜେଡି ଟିମ୍

ସୂର୍ଯ୍ୟଙ୍କର ରୌଦ୍ରତାପର ପ୍ରଚଣ୍ଡ ପ୍ରଭାବକୁ ପ୍ରଶମିତ କରିବା ପାଇଁ ଓଡ଼ିଆ ଘରଗୁଡ଼ିକରେ ମା’ ବୃନ୍ଦାବତୀ (ତୁଳସୀ)ଙ୍କ ଉପରେ ଛାମୁଡ଼ିଆ କରାହୁଏ। ଏକ ଛୋଟ ଘଡ଼ା ବା ଠେକିରେ  ପଣା ରଖି ଚଉରାରେ ବାନ୍ଧି ଦିଆଯାଏ। ଏଥିରେ ଛୋଟ କଣାଟିଏ କରାଯାଇ ବୃନ୍ଦାବତୀଙ୍କ ପାଖରେ ପାଣି ଲଗାଯାଏ । ଏହାକୁ ବସୁନ୍ଧରା ଠେକି କୁହାଯାଏ । ଚଉରା ମୂଳେ ଛତୁଆ ଓ ପଣା ଭୋଗ ହୋଇଥାଏ।  

ଆହୁରି ପଢ଼ନ୍ତୁ: ୧୦ କୋଟିର ସୁନା ଲୁଟ୍‌ ମାମଲା: ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେଲା କର୍ଣ୍ଣାଟକ ପୋଲିସ

ଏହି ଦିନର ଆଉ ଏକ ବିଶେଷତ୍ୱ ହେଉଛି, ଏହି ଦିନ ପ୍ରଭୁ ହନୁମାନ ଜନ୍ମ ହୋଇଥିଲେ। ତେଣୁ ଏହି ଦିନକୁ ହନୁମାନ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ। ହନୁମାନଙ୍କ ଉପାସନା ସହ ଭକ୍ତମାନେ ହନୁମାନ ଚାଳିଶା ପାଠ କରନ୍ତି। ପଣା ସଂକ୍ରାନ୍ତି ଦିନ ପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ। ବେଲ, ଆମ୍ବ, ଗୁଡ଼, ନଡ଼ିଆ ତଥା ବିଭିନ୍ନ ଫଳ ଆଦି ପକାଇ ପଣା ପ୍ରସ୍ତୁତ କରାଯାଏ। ଠାକୁରଙ୍କଠାରେ ପଣା ଭୋଗ ଲାଗିବା ପରେ ସମସ୍ତେ ଏହାକୁ ପିଇଥାନ୍ତି। 

ଆହୁରି ପଢ଼ନ୍ତୁ: Viral Photo: ହିମାଳୟରେ ତପସ୍ୟା କରୁଛନ୍ତି 'ସାରଥି ବାବା', ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଫଟୋ...

ପୁରୀରେ ମଧ୍ୟ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀର ବିଶେଷ ମହତ୍ତ୍ବ ରହିଛି। ସହରରେ ପାରମ୍ପରିକ ଜାଗା ଆଖଡ଼ାରେ ହନୁମାନ ଇଷ୍ଟଦେବ ରୂପେ ପୂଜା ପାଉଥିବାରୁ ଏଠାରେ ହନୁମାନ ଜୟନ୍ତୀକୁ ବେଶ୍‌ ଉତ୍ସାହର ସହ ପାଳନ କରାଯାଏ। ଜାଗା ଆଖଡ଼ାଗୁଡ଼ିକରେ କ୍ଷୀର, ଖୁଆ, ରାବିଡ଼ି ଓ ପଣା ସହ ଛତୁଆକୁ ଭୋଗ କରାଯାଇ ସମସ୍ତଙ୍କୁ ବଣ୍ଟନ କରାଯାଏ। ଓଡ଼ିଶାର ବିଭିନ୍ନ ସ୍ଥାନ ଓ ଦେବାଳୟରେ ମଧ୍ୟ ଏହିଦିନ ପଣା ବଣ୍ଟନ କରାଯାଇଥାଏ । 

ଦକ୍ଷିଣ ଓଡ଼ିଶାରେ ଏକ ମାସ ଧରି ଚାଲିଥିବା ଦଣ୍ଡ ନାଚର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ । ପଣା ସଂକ୍ରାନ୍ତି ପାଇଁ ପୁରୀର ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇଥାଏ। ତା’ପରେ ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ଆଜ୍ଞାମାଳ ପ୍ରଦାନ କରାଯାଏ। ମହାବିଷୁବ ସଂକ୍ରାନ୍ତିରେ ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ ପାଳିତ ହୁଏ । ପଣା ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି । 

ଏହି ଦିନଠାରୁ ଗଛରେ ଜଳଦାନ କରାଯିବା ସହ ପୂର୍ବଜଙ୍କ ସମାଧି ଉପରେ ମଧ୍ୟ ଜଳଦାନ କରାଯାଏ। ଆଉ କେତେକ ଘର ସାମ୍ନାରେ ଜୀବଜନ୍ତୁଙ୍କ ପାଇଁ ଜଳଦାନର ବ୍ୟବସ୍ଥା କରିଥାନ୍ତି। ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦ୍‌ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ମହା ବିଷୁବ ସଂକ୍ରାନ୍ତି ଓଡ଼ିଶାର ବିଶିଷ୍ଟ ଗଣ ପର୍ବ। ପ୍ରଚଣ୍ଡ ରୌଦ୍ର ତାପରୁ ଜନଜୀବନକୁ ଚଳଚଞ୍ଚଳ ରଖିବା ସହିତ ଆମୋଦ ପ୍ରଦାନ କରିବାରେ ଏହାର ସ୍ୱତନ୍ତ୍ରତା ରହିଛି। 

14 Apr 2026 By Madhusudan Das

ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ, ଆଜିଠୁ ହେବ ନୂଆ ପଞ୍ଜିିକା ପ୍ରଚଳନ

ଭୁବନେଶ୍ୱର: ଆଜି ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯାଏ। ପୃଥିବୀର କ୍ରାନ୍ତି ପଥକୁ ୧୨ ଭାଗ ବା ୧୨ ମାସ କିମ୍ବା ୧୨ ରାଶିରେ ବିଭକ୍ତ କରାଯାଇଥାଏ । ଏଣୁ ବୈଶାଖ ମାସ ବା ମେଷ ସଂକ୍ରାନ୍ତିଠାରୁ ନୂତନ ବର୍ଷର ଆରମ୍ଭ ହୋଇଥାଏ । ଏହିଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ଥିବାରୁ ଏହାକୁ ବିଷୁବ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ପଣା ସଂକ୍ରାନ୍ତି ଅବସରରେ ନୂତନ ପଞ୍ଜିକା ଓଡ଼ିଶାରେ ଲାଗୁ ହେଉଥିବାରୁ ଏହାକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଉଛି। ଏହିଦିନ ଠାରୁ ସୂର୍ଯ୍ୟଙ୍କ ବିଷୁବରେଖା ଆଡ଼କୁ ଉତ୍ତରାୟଣ ଗତି ଆରମ୍ଭ ହୁଏ। 

ସୂର୍ଯ୍ୟଙ୍କର ରୌଦ୍ରତାପର ପ୍ରଚଣ୍ଡ ପ୍ରଭାବକୁ ପ୍ରଶମିତ କରିବା ପାଇଁ ଓଡ଼ିଆ ଘରଗୁଡ଼ିକରେ ମା’ ବୃନ୍ଦାବତୀ (ତୁଳସୀ)ଙ୍କ ଉପରେ ଛାମୁଡ଼ିଆ କରାହୁଏ। ଏକ ଛୋଟ ଘଡ଼ା ବା ଠେକିରେ  ପଣା ରଖି ଚଉରାରେ ବାନ୍ଧି ଦିଆଯାଏ। ଏଥିରେ ଛୋଟ କଣାଟିଏ କରାଯାଇ ବୃନ୍ଦାବତୀଙ୍କ ପାଖରେ ପାଣି ଲଗାଯାଏ । ଏହାକୁ ବସୁନ୍ଧରା ଠେକି କୁହାଯାଏ । ଚଉରା ମୂଳେ ଛତୁଆ ଓ ପଣା ଭୋଗ ହୋଇଥାଏ।  

ଏହି ଦିନର ଆଉ ଏକ ବିଶେଷତ୍ୱ ହେଉଛି, ଏହି ଦିନ ପ୍ରଭୁ ହନୁମାନ ଜନ୍ମ ହୋଇଥିଲେ। ତେଣୁ ଏହି ଦିନକୁ ହନୁମାନ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ। ହନୁମାନଙ୍କ ଉପାସନା ସହ ଭକ୍ତମାନେ ହନୁମାନ ଚାଳିଶା ପାଠ କରନ୍ତି। ପଣା ସଂକ୍ରାନ୍ତି ଦିନ ପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ। ବେଲ, ଆମ୍ବ, ଗୁଡ଼, ନଡ଼ିଆ ତଥା ବିଭିନ୍ନ ଫଳ ଆଦି ପକାଇ ପଣା ପ୍ରସ୍ତୁତ କରାଯାଏ। ଠାକୁରଙ୍କଠାରେ ପଣା ଭୋଗ ଲାଗିବା ପରେ ସମସ୍ତେ ଏହାକୁ ପିଇଥାନ୍ତି। 

ପୁରୀରେ ମଧ୍ୟ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀର ବିଶେଷ ମହତ୍ତ୍ବ ରହିଛି। ସହରରେ ପାରମ୍ପରିକ ଜାଗା ଆଖଡ଼ାରେ ହନୁମାନ ଇଷ୍ଟଦେବ ରୂପେ ପୂଜା ପାଉଥିବାରୁ ଏଠାରେ ହନୁମାନ ଜୟନ୍ତୀକୁ ବେଶ୍‌ ଉତ୍ସାହର ସହ ପାଳନ କରାଯାଏ। ଜାଗା ଆଖଡ଼ାଗୁଡ଼ିକରେ କ୍ଷୀର, ଖୁଆ, ରାବିଡ଼ି ଓ ପଣା ସହ ଛତୁଆକୁ ଭୋଗ କରାଯାଇ ସମସ୍ତଙ୍କୁ ବଣ୍ଟନ କରାଯାଏ। ଓଡ଼ିଶାର ବିଭିନ୍ନ ସ୍ଥାନ ଓ ଦେବାଳୟରେ ମଧ୍ୟ ଏହିଦିନ ପଣା ବଣ୍ଟନ କରାଯାଇଥାଏ । 

ଦକ୍ଷିଣ ଓଡ଼ିଶାରେ ଏକ ମାସ ଧରି ଚାଲିଥିବା ଦଣ୍ଡ ନାଚର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ । ପଣା ସଂକ୍ରାନ୍ତି ପାଇଁ ପୁରୀର ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇଥାଏ। ତା’ପରେ ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ଆଜ୍ଞାମାଳ ପ୍ରଦାନ କରାଯାଏ। ମହାବିଷୁବ ସଂକ୍ରାନ୍ତିରେ ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ ପାଳିତ ହୁଏ । ପଣା ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି । 

ଏହି ଦିନଠାରୁ ଗଛରେ ଜଳଦାନ କରାଯିବା ସହ ପୂର୍ବଜଙ୍କ ସମାଧି ଉପରେ ମଧ୍ୟ ଜଳଦାନ କରାଯାଏ। ଆଉ କେତେକ ଘର ସାମ୍ନାରେ ଜୀବଜନ୍ତୁଙ୍କ ପାଇଁ ଜଳଦାନର ବ୍ୟବସ୍ଥା କରିଥାନ୍ତି। ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦ୍‌ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ମହା ବିଷୁବ ସଂକ୍ରାନ୍ତି ଓଡ଼ିଶାର ବିଶିଷ୍ଟ ଗଣ ପର୍ବ। ପ୍ରଚଣ୍ଡ ରୌଦ୍ର ତାପରୁ ଜନଜୀବନକୁ ଚଳଚଞ୍ଚଳ ରଖିବା ସହିତ ଆମୋଦ ପ୍ରଦାନ କରିବାରେ ଏହାର ସ୍ୱତନ୍ତ୍ରତା ରହିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର