୭ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଆଶଙ୍କା, ଆଗାମୀ ଦୁଇ ଦିନ ୪ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ନେଇ ୟେଲୋ ଆଲର୍ଟ ଜାରି

Madhusudan Das Picture
Published On

ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ନେଇ ୟେଲୋ ଆଲର୍ଟ ଜାରି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ଆଲର୍ଟ ଜାରି ହୋଇଛି ଆଲର୍ଟ । ଅନ୍ୟପଟେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଜିଲ୍ଲାରେ ହାଲୁକା ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ହେବାର ସମ୍ଭାବନା ରହିଛି। କାଆଁ ଭାଆଁ ସ୍ଥାନରେ ଝଟକା ପବନ ଘଣ୍ଟା ପ୍ରତି ବେଗ ୩୦ ରୁ ୪୦ କିମି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଗୋଟିଏ ପଟେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ, ଅନ୍ୟପଟେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ଓମ୍ ସତ କହିଥିବା ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟରୁ ସ୍ପଷ୍ଟ, ୫/୬ ଅଭିଯୁକ୍ତ ଏବେ ବି ଫେରାର

ଅନ୍ୟପଟେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ବୃଦ୍ଧି ହେବାର ସମ୍ଭାବନା ନାହିଁ। ତାପମାତ୍ରାରେ କୌଣସି ପରିବର୍ତନ ହେବାର ସମ୍ଭାବନା ନଥିବା ବେଳେ ୪ ଦିନ ପରେ ୧ ରୁ ୨ ଡିଗ୍ରୀ ଦିନ ତାପମାତ୍ରାରେ ବୃଦ୍ଧି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୩ ଦିନ ପରେ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି। ଗୁଳୁଗୁଳି ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଲୋକମାନେ ପ୍ରଚୁର ପାଣି ପିଅନ୍ତୁ, ଫ୍ୟାନ୍ ତଳେ ରୁହନ୍ତୁ।  ଥଣ୍ଡା ପାଣି ପିଇବା, କଟନ୍ କପଡ଼ା ପିନ୍ଧିବା ସହ ବାହାରକୁ ଗଲେ ଛତା ନଚେତ ଧଳା କପଡା ମୁଣ୍ଡକୁ ଢାଙ୍କିବେ । ପଶୁ ମାନଙ୍କୁ ମଧ୍ୟ ପ୍ରଚୁର ପାଣି ପିଇବା ପାଇଁ ଦେବା ଆବଶ୍ୟକ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

02 Apr 2026 By Madhusudan Das

୭ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଆଶଙ୍କା, ଆଗାମୀ ଦୁଇ ଦିନ ୪ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ନେଇ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ନେଇ ୟେଲୋ ଆଲର୍ଟ ଜାରି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ଆଲର୍ଟ ଜାରି ହୋଇଛି ଆଲର୍ଟ । ଅନ୍ୟପଟେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଜିଲ୍ଲାରେ ହାଲୁକା ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ହେବାର ସମ୍ଭାବନା ରହିଛି। କାଆଁ ଭାଆଁ ସ୍ଥାନରେ ଝଟକା ପବନ ଘଣ୍ଟା ପ୍ରତି ବେଗ ୩୦ ରୁ ୪୦ କିମି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଗୋଟିଏ ପଟେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ, ଅନ୍ୟପଟେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଅନ୍ୟପଟେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ବୃଦ୍ଧି ହେବାର ସମ୍ଭାବନା ନାହିଁ। ତାପମାତ୍ରାରେ କୌଣସି ପରିବର୍ତନ ହେବାର ସମ୍ଭାବନା ନଥିବା ବେଳେ ୪ ଦିନ ପରେ ୧ ରୁ ୨ ଡିଗ୍ରୀ ଦିନ ତାପମାତ୍ରାରେ ବୃଦ୍ଧି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୩ ଦିନ ପରେ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି। ଗୁଳୁଗୁଳି ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଲୋକମାନେ ପ୍ରଚୁର ପାଣି ପିଅନ୍ତୁ, ଫ୍ୟାନ୍ ତଳେ ରୁହନ୍ତୁ।  ଥଣ୍ଡା ପାଣି ପିଇବା, କଟନ୍ କପଡ଼ା ପିନ୍ଧିବା ସହ ବାହାରକୁ ଗଲେ ଛତା ନଚେତ ଧଳା କପଡା ମୁଣ୍ଡକୁ ଢାଙ୍କିବେ । ପଶୁ ମାନଙ୍କୁ ମଧ୍ୟ ପ୍ରଚୁର ପାଣି ପିଇବା ପାଇଁ ଦେବା ଆବଶ୍ୟକ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର