ପୁଣି କଟକ SCB ରେ ଅଘଟଣ, ନନ୍‌ ଟ୍ରମା କେୟାରର କାଜୁଆଲିଟିରେ ନିଆଁ

Madhusudan Das Picture
Published On

କଟକ: ପୁଣି କଟକ SCBରେ ଅଗ୍ନିକାଣ୍ଡ । ନନ୍‌ ଟ୍ରମା କେୟାରରେ ଲାଗିଲା ନିଆଁ । ନନ୍‌ ଟ୍ରମା କେୟାରର କାଜୁଆଲିଟିରେ ସର୍ଟସର୍କିଟ୍‌ରୁ ଜଳିଗଲା ଇଲେକ୍ଟ୍ରି ବୋର୍ଡ । ଅଳ୍ପକେ ବର୍ତ୍ତିଲେ ରୋଗୀ । ନନ ଟ୍ରମା କାଜୁଆଲଟିରେ ଶହେରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିଲେ । ଧୂଆଁ ବାହାରିବା କାରଣରୁ ସ୍ମୋକ ଡିଟେକ୍ଟର ଅକ୍ଟିଭ ହୋଇ ଯାଇଥିଲା । ସଠିକ ସମୟରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏକ ପ୍ୟାନେଲ ବୋର୍ଡରେ ସର୍ଟସର୍କିଟ ହୋଇଥିବା ସୂଚନା ମିଳିଛି । ଅଘଟଣ ପୂର୍ବରୁ ଆୟତ କଲେ ଅଗ୍ନିଶମ କର୍ମଚାରୀ । 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ସୂଚନାଯୋଗ୍ୟ, ଗତ ରବିବାର ବିଳମ୍ବିତ ରାତିରେ କଟକ ଏସ୍‌ସିବି ଟ୍ରମା କେୟାର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ରୋଗୀ ଥିଲେ । ଅଗ୍ନିକାଣ୍ଡ ଯୋଗୁଁ ୧୨ ଜଣଙ୍କର ଜୀବନ ଯାଇଥିଲା । ତେବେ ବୁଧବାର ନନ୍ ଟ୍ରମା କାଜୁଆଲିଟିରେ ଏଭଳି ସର୍ଟ ସର୍କିଟ୍ ଘଟଣା ପରେ ରୋଗୀମାନେ ଭୟଭୀତ ହୋଇଥିବା ଜଣାପଡିଛି ​​​​​​​।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର