କୋରାପୁଟକୁ ବନ୍ଦେ ଭାରତ ସ୍ଲିପର ବା ସ୍ପେସାଲ୍ ଟ୍ରେନ୍ ଚଳାଚଳ କରିବା ପାଇଁ ରାଜ୍ୟସଭାରେ ଦାବି କଲେ ସାଂସଦ ମାନସ
ଭୁବନେଶ୍ୱର: ଅବିଭକ୍ତ କୋରାପୁଟ ଜିଲ୍ଲାକୁ ବନ୍ଦେ ଭାରତ ସ୍ଲିପର ବା ସ୍ପେସାଲ୍ ଟ୍ରେନ୍ ଚଳାଚଳ କରିବା ପାଇଁ ରାଜ୍ୟସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଦାବି କରିଛନ୍ତି । ଏହା ସହ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ରେଳ ଚଳାଚଳ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ନୂତନ ଟ୍ରେନ୍ ଚଳାଚଳ କରିବା ଲାଇନ୍ କ୍ଷମତା, ରୋଲିଂ ଷ୍ଟକ୍ ଉପଲବ୍ଧତା, ଭିତ୍ତିଭୂମୀ ଓ ଅନ୍ୟାନ୍ୟ ପ୍ରାୟୋଗିକ ପାରାମିଟର ଉପରେ ନିର୍ଭର କରେ। ଏହି ରୁଟ୍ରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ପାଇଁ ମନ୍ତ୍ରୀ କୌଣସି ସ୍ପଷ୍ଟ ସୂଚନା ଦେଇ ନ ଥିବାବେଳେ ଓଡିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଇଥିବା ଦର୍ଶାଇଛନ୍ତି। ପୂର୍ବାପେକ୍ଷା ରାଜ୍ୟ ପାଇଁ ବହୁ ଅଧିକ ବଜେଟ୍ ବ୍ୟୟବରାଦ କରାଯାଇଛି। ୨୦୦୯ ରୁ ୧୪ ମଧ୍ୟରେ ବାର୍ଷିକ ଆବଣ୍ଟନ ୮୩୮ କୋଟି ଥିବାବେଳେ କେବଳ ୨୦୨୫-୨୬ରେ ୧୦,୫୯୯ କୋଟି ପ୍ରଦାନ କରାଯାଇଛି। ପୂର୍ବ ତୁଳନାରେ ଏହା ପ୍ରାୟ ୧୩ ଗୁଣା ଅଧିକ। ଏହା ସହିତ ରାଜ୍ୟରେ ନୂତନ ରେଲ ଲାଇନ୍ ଓ ଡବଲିଂ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ରାଜ୍ୟରେ ୪୯ଟି ରେଳ ପ୍ରକଳ୍ପ ଅନୁମୋଦିତ ହୋଇଥିବା ବେଳେ ମୋଟ ୪୦୧୦ କିଲୋମିଟର୍ ଲମ୍ୱା ଲାଇନ୍ ପ୍ରକଳ୍ପ ଚାଲୁ ରହିଥିବା ସେ ସୂଚନା ଦେଇଛନ୍ତି।