ଅଲିମ୍ପିକ୍ସରେ ଇତିହାସ ରଚି ଓଡ଼ିଶା ଫେରିଲେ ଓଡ଼ିଆ ହକି ଅଲିମ୍ପିଆନ୍‌, ଭୁବନେଶ୍ୱର ବିମାନବନ୍ଦରରେ କରାଗଲା ଭବ୍ୟ ସ୍ୱାଗତ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶା ଫେରିଲେ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା । ବ୍ରୋଞ୍ଜ ବିଜୟୀ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଓଡ଼ିଶା ଫେରିଛନ୍ତି । ମହିଳା ହକି ଦଳର ଦୀପଗ୍ରେସ ଏକ୍କା ଓ ନମିତା ଟପୋ ବି ଫେରିଛନ୍ତି । ଭୁବନେଶ୍ୱର ବିମାନ-ବନ୍ଦରରେ ଖେଳାଳିମାନେ ପହଞ୍ଚିବା ପରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ତେବେ ଟୋକିଓରେ ମଉଳି ଯାଇଥିଲା ଭାରତୀୟ ମହିଳା ହକି ଟିମ୍‌ର ପଦକ ଆଶା। ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ବ୍ରିଟେନଠାରୁ ହାରି ଇତିହାସ ଲେଖିବାରୁ ଅଳ୍ପକେ […]

ଭୁବନେଶ୍ୱର: ଓଡ଼ିଶା ଫେରିଲେ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା । ବ୍ରୋଞ୍ଜ ବିଜୟୀ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଓଡ଼ିଶା ଫେରିଛନ୍ତି । ମହିଳା ହକି ଦଳର ଦୀପଗ୍ରେସ ଏକ୍କା ଓ ନମିତା ଟପୋ ବି ଫେରିଛନ୍ତି । ଭୁବନେଶ୍ୱର ବିମାନ-ବନ୍ଦରରେ ଖେଳାଳିମାନେ ପହଞ୍ଚିବା ପରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ତେବେ ଟୋକିଓରେ ମଉଳି ଯାଇଥିଲା ଭାରତୀୟ ମହିଳା ହକି ଟିମ୍‌ର ପଦକ ଆଶା। ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ବ୍ରିଟେନଠାରୁ ହାରି ଇତିହାସ ଲେଖିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ଭାରତୀୟ ମହିଳା ଗ୍ରୁପ୍।  ତେବେ ଭାରତୀୟ ମହିଳା ହକି ଟିମ୍ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍‌ଫରେନସିଂ ଜରିଆରେ କଥା ହୋଇ ଅଭିନନ୍ଦନ ଜଣାଇବା ସହ ମନୋବଳ ଦୃଢ କରିବାକୁ କହିଥିଲେ। ବ୍ରିଟେନ ବିରୋଧରେ ଲଢୁଆ ପ୍ରଦର୍ଶନ ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ସେହିପରି ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଟିମ୍‌ ବ୍ରୋଞ୍ଜ ଲଢ଼େଇରେ ଜିତିବା ପରେ ମଧ୍ୟ ନବୀନ ପଟ୍ଟନାୟକ ସେମାନଙ୍କୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ ଜଣାଇଥିଲେ ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର