ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ମାଓ ଦମନରେ ବଡ଼ ସଫଳତା: ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା ମାଓମୁକ୍ତ ଘୋଷିତ

Suryakanta Picture
Published On

ଓଡ଼ିଶା ପୋଲିସ ପାଇଁ ଏକ ଐତିହାସିକ ସଫଳତା। ରାଜ୍ୟର ଆଉ ଦୁଇଟି ଜିଲ୍ଲା ବଲାଙ୍ଗୀର ଏବଂ ବରଗଡ଼କୁ ଆନୁଷ୍ଠାନିକ ଭାବେ ମାଓମୁକ୍ତ ଘୋଷଣା କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆ ରବିବାର ଦିନ ଏହି ଘୋଷଣା କରିଛନ୍ତି। ଏହି ଦୁଇ ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀମାନେ ଆତ୍ମସମର୍ପଣ କରିବା ପରେ ଏହି ବଡ଼ ପଦକ୍ଷେପ ନିଆଯାଇଛି।

ଆହୁରି ପଢ଼ନ୍ତୁ: ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ସହ ପୁଲିସର ମାଡ଼ ଅଭିଯୋଗ, ପ୍ରତିବାଦରେ ସରକାରୀ କାର୍ଯ୍ୟରେ ଅସହଯୋଗ କରିବାକୁ ସରପଞ୍ଚ ସଂଘର ଚେତାବନୀ

ଛତିଶଗଡ଼ରେ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ

ସୂଚନା ଅନୁଯାୟୀ, ବରଗଡ଼-ବଲାଙ୍ଗୀର-ମହାସମୁନ୍ଦ ଡିଭିଜନରେ ସକ୍ରିୟ ଥିବା ପ୍ରାୟ ୧୫ ଜଣ ମାଓବାଦୀ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସର ତିନିଜଣ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଆତ୍ମସମର୍ପଣ ପରେ ଦୁଇ ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିବା ଡିଜିପି ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ୭୬ ବର୍ଷ ବୟସରେ ପରଲୋକ

ଶାନ୍ତ ହେଲା ଗନ୍ଧମାର୍ଦ୍ଦନ ପାହାଡ଼

ଏହି ଘୋଷଣା ସହ ଐତିହାସିକ ଗନ୍ଧମାର୍ଦ୍ଦନ ପାହାଡ଼ ଅଞ୍ଚଳ ଏବେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହୋଇପାରିଛି। ଦୀର୍ଘ ଦିନ ଧରି ମାଓବାଦୀମାନେ ଏହି ପାହାଡ଼ିଆ ଅଞ୍ଚଳକୁ ନିଜର ଆଡ୍ଡାସ୍ଥଳୀ କରି ରଖିଥିଲେ। ତେବେ ପୋଲିସର ନିରନ୍ତର ଅପରେସନ୍, ସଠିକ୍ ଗୁଇନ୍ଦା ତଥ୍ୟ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ ଏହି ସଫଳତା ମିଳିପାରିଛି ବୋଲି ଶ୍ରୀ ଖୁରାନିଆ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା: ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୭ଟି ଜିଲ୍ଲା ହେଲା ମାଓମୁକ୍ତ

ବର୍ତ୍ତମାନ ସୁଦ୍ଧା ରାଜ୍ୟର ମୋଟ ୭ଟି ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଛି। ସେଗୁଡ଼ିକ ହେଲା: ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ବୌଦ୍ଧ, ବଲାଙ୍ଗୀର ଏବଂ ବରଗଡ଼। ତେବେ କନ୍ଧମାଳ, ରାୟଗଡ଼ା ଏବଂ କଳାହାଣ୍ଡି ଭଳି ତିନୋଟି ଜିଲ୍ଲାର କିଛି ଅଞ୍ଚଳରେ ଏବେ ମଧ୍ୟ ମାଓବାଦୀଙ୍କ ଗତିବିଧି ରହିଥିବା ପୋଲିସ ସୂଚନା ଦେଇଛି।

02 Mar 2026 By Suryakanta

ମାଓ ଦମନରେ ବଡ଼ ସଫଳତା: ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା ମାଓମୁକ୍ତ ଘୋଷିତ

ଓଡ଼ିଶା ପୋଲିସ ପାଇଁ ଏକ ଐତିହାସିକ ସଫଳତା। ରାଜ୍ୟର ଆଉ ଦୁଇଟି ଜିଲ୍ଲା ବଲାଙ୍ଗୀର ଏବଂ ବରଗଡ଼କୁ ଆନୁଷ୍ଠାନିକ ଭାବେ ମାଓମୁକ୍ତ ଘୋଷଣା କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆ ରବିବାର ଦିନ ଏହି ଘୋଷଣା କରିଛନ୍ତି। ଏହି ଦୁଇ ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀମାନେ ଆତ୍ମସମର୍ପଣ କରିବା ପରେ ଏହି ବଡ଼ ପଦକ୍ଷେପ ନିଆଯାଇଛି।

ଛତିଶଗଡ଼ରେ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ

ସୂଚନା ଅନୁଯାୟୀ, ବରଗଡ଼-ବଲାଙ୍ଗୀର-ମହାସମୁନ୍ଦ ଡିଭିଜନରେ ସକ୍ରିୟ ଥିବା ପ୍ରାୟ ୧୫ ଜଣ ମାଓବାଦୀ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସର ତିନିଜଣ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଆତ୍ମସମର୍ପଣ ପରେ ଦୁଇ ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିବା ଡିଜିପି ସ୍ପଷ୍ଟ କରିଛନ୍ତି।

ଶାନ୍ତ ହେଲା ଗନ୍ଧମାର୍ଦ୍ଦନ ପାହାଡ଼

ଏହି ଘୋଷଣା ସହ ଐତିହାସିକ ଗନ୍ଧମାର୍ଦ୍ଦନ ପାହାଡ଼ ଅଞ୍ଚଳ ଏବେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହୋଇପାରିଛି। ଦୀର୍ଘ ଦିନ ଧରି ମାଓବାଦୀମାନେ ଏହି ପାହାଡ଼ିଆ ଅଞ୍ଚଳକୁ ନିଜର ଆଡ୍ଡାସ୍ଥଳୀ କରି ରଖିଥିଲେ। ତେବେ ପୋଲିସର ନିରନ୍ତର ଅପରେସନ୍, ସଠିକ୍ ଗୁଇନ୍ଦା ତଥ୍ୟ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ ଏହି ସଫଳତା ମିଳିପାରିଛି ବୋଲି ଶ୍ରୀ ଖୁରାନିଆ କହିଛନ୍ତି।

୭ଟି ଜିଲ୍ଲା ହେଲା ମାଓମୁକ୍ତ

ବର୍ତ୍ତମାନ ସୁଦ୍ଧା ରାଜ୍ୟର ମୋଟ ୭ଟି ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଛି। ସେଗୁଡ଼ିକ ହେଲା: ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ବୌଦ୍ଧ, ବଲାଙ୍ଗୀର ଏବଂ ବରଗଡ଼। ତେବେ କନ୍ଧମାଳ, ରାୟଗଡ଼ା ଏବଂ କଳାହାଣ୍ଡି ଭଳି ତିନୋଟି ଜିଲ୍ଲାର କିଛି ଅଞ୍ଚଳରେ ଏବେ ମଧ୍ୟ ମାଓବାଦୀଙ୍କ ଗତିବିଧି ରହିଥିବା ପୋଲିସ ସୂଚନା ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର