ଜେଲ ବିଭାଗର ଗୁପ୍ତ ଖବର ବାହାରକୁ ଆସିବା ନେଇ ଦୁର୍ନୀତିଗସ୍ତ ଅଫିସରଙ୍କ ଉପରେ ବର୍ଷିଲେ ଜେଲ୍ ଡିଜି

Madhusudan Das Picture
Published On

ଭୁବନେଶ୍ୱର: ଗତ କିଛିଦିନ ହେଲା ଜେଲ ବିଭାଗରେ ଅନେକ ବ୍ୟତିକ୍ରମ ଦେଖାଯାଇଛି । କେତେବେଳେ ଅନ୍ତେବାସୀ ଖସି ଯାଉଛନ୍ତି ତ କେତେବେଳେ ଅନ୍ତେବାସୀଙ୍କ ସୁନା ଚୋରି ଅଭିଯୋଗ ଆସୁଛି । ଏଭଳି କିଛି ଘଟଣାକ୍ରମକୁ ନେଇ ମୁହଁ ଖୋଲିଛନ୍ତି ଜେଲ ଡିଜି । ଯେଉଁମାନେ ବିଭିନ୍ନ ଅବହେଳା ପାଇଁ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଲୋକ ବଳ ଅଭାବ ଏବେ ଜେଲ ବିଭାଗରେ ଏକ ପ୍ରମୁଖ ସମସ୍ୟା ପାଲଟିଛି । Modern Jail Manual ଅନୁଯାୟୀ ୫୦ ପ୍ରତିଶତ କର୍ମଚାରୀ ରହିଛନ୍ତି । ସାରା ରାଜ୍ୟରେ ବର୍ତ୍ତମାନ ୧୮ ହଜାର ଅନ୍ତେବାସୀ ରହିଛନ୍ତି । ଅନ୍ତେବାସୀଙ୍କ ମଧ୍ୟରେ ସୁଧାର ଆଣିବା ସହ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି । ଯୋଗ ପ୍ରାଣାୟମ ପାଇଁ ଯୋଗ ଶିକ୍ଷକଙ୍କୁ ନିଯୁକ୍ତ କରିଛି ଜେଲ ବିଭାଗ । କିଛି କାଉନ୍ସିଲରଙ୍କୁ ନିଯୁକ୍ତି ମିଳିଛି। ନିଶା ଛଡ଼ାଇବା ପାଇଁ ବ୍ୟବସ୍ଥା କରାଯାଇଛି । ସ୍କିଲ ଇଣ୍ଡିଆ ଜରିଆରେ ଅନ୍ତେବାସୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଜେଲ ପରିସରରେ ଚାଷ, ହାତ ତିଆରି ସାମଗ୍ରୀର ପ୍ରଶିକ୍ଷଣ ଓ ବିକ୍ରୟ ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି । 

ଆହୁରି ପଢ଼ନ୍ତୁ: ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

ଏହାବାଦ ମଧ୍ୟ ପାଚେରୀ ଡେଇଁ ଜେଲ ପରିସରକୁ ନିଶା ଦ୍ରବ୍ୟ ଚାଲାଣ ନେଇ ବାରମ୍ବାର ଅଭିଯୋଗ ପରେ ବର୍ତ୍ତମାନ ଜେଲ ପାଚେରୀ ମାନଙ୍କରେ AI କ୍ୟାମେରା ଇଂଷ୍ଟଲ କରିବା ପାଇଁ ଯୋଜନା ଚଳାଉଛି ଜେଲ ବିଭାଗ ।  ୨୦୨୪ ରେ ୧୨ ଜଣ ଜେଲରୁ ଚମ୍ପଟ ମାରିଥିବା ବେଳେ ୨୦୨୫ ରେ ୬ ଜଣ ଚମ୍ପଟ ମାରିଥିଲେ । ପାରୋଲ ରେ ଯାଇ ଫେରୁନଥିବା ଅନ୍ତେବାସୀଙ୍କୁ ଧରିବା ପାଇଁ ଡ୍ରାଇଭ ଚାଲିଛି । ଏ ନେଇ ପୋଲିସ ସହାୟତାରେ ସ୍ପେଶାଲ ଡ୍ରାଇଭ ଚାଲିଛି । ତେବେ ଜେଲ ବିଭାଗର କିଛି ଗୁପ୍ତ ଖବର ବାହାରକୁ ଆସୁଥିବା ନେଇ ବର୍ଷିଛନ୍ତି ଜେଲ ଡିଜି । ବିଭାଗରେ କିଛି ଦୁର୍ନୀତିଗସ୍ତ ତଥା ବିଶୃଙ୍ଖଳ ଅଫିସର ଏଭଳି ଖବର ବାହାରକୁ ଆଣୁଥିବା କହିଛନ୍ତି ଡିଜିପି ।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

18 Feb 2026 By Madhusudan Das

ଜେଲ ବିଭାଗର ଗୁପ୍ତ ଖବର ବାହାରକୁ ଆସିବା ନେଇ ଦୁର୍ନୀତିଗସ୍ତ ଅଫିସରଙ୍କ ଉପରେ ବର୍ଷିଲେ ଜେଲ୍ ଡିଜି

ଭୁବନେଶ୍ୱର: ଗତ କିଛିଦିନ ହେଲା ଜେଲ ବିଭାଗରେ ଅନେକ ବ୍ୟତିକ୍ରମ ଦେଖାଯାଇଛି । କେତେବେଳେ ଅନ୍ତେବାସୀ ଖସି ଯାଉଛନ୍ତି ତ କେତେବେଳେ ଅନ୍ତେବାସୀଙ୍କ ସୁନା ଚୋରି ଅଭିଯୋଗ ଆସୁଛି । ଏଭଳି କିଛି ଘଟଣାକ୍ରମକୁ ନେଇ ମୁହଁ ଖୋଲିଛନ୍ତି ଜେଲ ଡିଜି । ଯେଉଁମାନେ ବିଭିନ୍ନ ଅବହେଳା ପାଇଁ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଲୋକ ବଳ ଅଭାବ ଏବେ ଜେଲ ବିଭାଗରେ ଏକ ପ୍ରମୁଖ ସମସ୍ୟା ପାଲଟିଛି । Modern Jail Manual ଅନୁଯାୟୀ ୫୦ ପ୍ରତିଶତ କର୍ମଚାରୀ ରହିଛନ୍ତି । ସାରା ରାଜ୍ୟରେ ବର୍ତ୍ତମାନ ୧୮ ହଜାର ଅନ୍ତେବାସୀ ରହିଛନ୍ତି । ଅନ୍ତେବାସୀଙ୍କ ମଧ୍ୟରେ ସୁଧାର ଆଣିବା ସହ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି । ଯୋଗ ପ୍ରାଣାୟମ ପାଇଁ ଯୋଗ ଶିକ୍ଷକଙ୍କୁ ନିଯୁକ୍ତ କରିଛି ଜେଲ ବିଭାଗ । କିଛି କାଉନ୍ସିଲରଙ୍କୁ ନିଯୁକ୍ତି ମିଳିଛି। ନିଶା ଛଡ଼ାଇବା ପାଇଁ ବ୍ୟବସ୍ଥା କରାଯାଇଛି । ସ୍କିଲ ଇଣ୍ଡିଆ ଜରିଆରେ ଅନ୍ତେବାସୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଜେଲ ପରିସରରେ ଚାଷ, ହାତ ତିଆରି ସାମଗ୍ରୀର ପ୍ରଶିକ୍ଷଣ ଓ ବିକ୍ରୟ ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି । 

ଏହାବାଦ ମଧ୍ୟ ପାଚେରୀ ଡେଇଁ ଜେଲ ପରିସରକୁ ନିଶା ଦ୍ରବ୍ୟ ଚାଲାଣ ନେଇ ବାରମ୍ବାର ଅଭିଯୋଗ ପରେ ବର୍ତ୍ତମାନ ଜେଲ ପାଚେରୀ ମାନଙ୍କରେ AI କ୍ୟାମେରା ଇଂଷ୍ଟଲ କରିବା ପାଇଁ ଯୋଜନା ଚଳାଉଛି ଜେଲ ବିଭାଗ ।  ୨୦୨୪ ରେ ୧୨ ଜଣ ଜେଲରୁ ଚମ୍ପଟ ମାରିଥିବା ବେଳେ ୨୦୨୫ ରେ ୬ ଜଣ ଚମ୍ପଟ ମାରିଥିଲେ । ପାରୋଲ ରେ ଯାଇ ଫେରୁନଥିବା ଅନ୍ତେବାସୀଙ୍କୁ ଧରିବା ପାଇଁ ଡ୍ରାଇଭ ଚାଲିଛି । ଏ ନେଇ ପୋଲିସ ସହାୟତାରେ ସ୍ପେଶାଲ ଡ୍ରାଇଭ ଚାଲିଛି । ତେବେ ଜେଲ ବିଭାଗର କିଛି ଗୁପ୍ତ ଖବର ବାହାରକୁ ଆସୁଥିବା ନେଇ ବର୍ଷିଛନ୍ତି ଜେଲ ଡିଜି । ବିଭାଗରେ କିଛି ଦୁର୍ନୀତିଗସ୍ତ ତଥା ବିଶୃଙ୍ଖଳ ଅଫିସର ଏଭଳି ଖବର ବାହାରକୁ ଆଣୁଥିବା କହିଛନ୍ତି ଡିଜିପି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର