ଆରମ୍ଭ ହେଲା ବିଧାନସଭା ବଜେଟ୍‌ ଅଧିବେଶନ, 'ଜୟ ଜଗନ୍ନାଥ' କହି ନିଜର ଅଭିଭାଷଣ ରଖିଲେ ରାଜ୍ୟପାଳ

Madhusudan Das Picture
Published On

ଭୁବନେଶ୍ବର : ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ । 'ଜୟ ଜଗନ୍ନାଥ' କହି ନିଜର ଅଭିଭାଷଣ ରଖିଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟୀ । ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ଯାଏଁ ଚାଲିବ ଏହି ବଜେଟ ଅଧିବେଶନ । ଗାର୍ଡଅଫ ଅନର ପରେ ପ୍ରଥମ ଦିନରେ ବିଧାନସଭାରେ ରାଜ୍ୟପାଳ ନିଜର ଅଭିଭାଷଣ ରଖିଥିଲେ । ଜୟ ଜଗନ୍ନାଥ କହି ବିଧାନସଭାରେ ଅଭିଭାଷଣ ଆରମ୍ଭ କରିଥିଲେ ରାଜ୍ୟପାଳ । ଦିବଂଗତ ଓ ସହିଦ ଅଧିକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ରାଜ୍ୟପାଳ । ବିକଶିତ ଭାରତ ପାଇଁ ଓଡ଼ିଶା ଗ୍ରୋଥ ଇଞ୍ଜିନ ହେବ ବୋଲି କହିଛନ୍ତି ରାଜ୍ୟପାଳ । ୨୦୩୬ରେ ଓଡ଼ିଶା ଗଠନକୁ ଶହେବର୍ଷ ପୂରିବ । ସମୃଦ୍ଧ ଓଡ଼ିଶା ପାଇଁ ସରକାର ପ୍ରତିଶୃତିବଦ୍ଧ । ତ୍ୟାଗ ଓ ଆତ୍ମବିଶ୍ବାସର ଭିତ୍ତି ଉପରେ ଦୃଢ଼ଭାବେ ଦଣ୍ଡାୟମାନ ଆଜିର ଓଡ଼ିଶା । ୨୦୩୬ ଏପ୍ରିଲ ୧ରେ ଆମ ସମ୍ମୁଖରେ ଏକ ସତ୍ୟନିଷ୍ଠ ପ୍ରତିଜ୍ଞା ଭଳି ଦଣ୍ଡାୟମାନ । ଏହାକୁ ଦୃଷ୍ଟିରେ ରଖି ଏକ ବିସ୍ତୃତ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ଡକ୍ୟୁମେଣ୍ଟକୁ ପ୍ରଧାନମନ୍ତ୍ରୀ ୨୦ ଜୁନ ୨୦୨୫ରେ ଉନ୍ମୋଚନ କରିଥିଲେ ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

୨୦୩୬ ସୁଦ୍ଧା ଓଡ଼ିଶାକୁ ୫ଶହ ବିଲିୟନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ରାଜଧାନୀ ରାସ୍ତାର କରାଯାଉଛି ଆଧୁନିକୀ କରଣ । ଯାତାୟାତ ଭିଡ଼, ଆଞ୍ଚଳିକ ସଂଯୋଗୀକରଣକୁ ଗୁରୁତ୍ବ ଦିଆଯାଇଛି । ଜୟଦେବବିହାର- ନନ୍ଦନକାନ ରାସ୍ତା ଫ୍ଲାଏଓଭର ହେବ । ରିଂରୋଡକୁ କରାଯାଇଛି ଅନୁମୋଦନ। ସେମିକଣ୍ଡକ୍ଟରରେ ଅଧିକ ନିଯୁକ୍ତ ସୃଷ୍ଟି ହେବ । ଓଡ଼ିଶାରେ ଦୁଇଟି ଅତ୍ୟାଧୁନିକ ସେମିକଣ୍ଡକ୍ଟର ୟୁନିଟ ସ୍ଥାପନକୁ ଅନୁମୋଦନ କରାଯାଇଛି । ୨୪୪୭ ସୁଦ୍ଧା ମୁଣ୍ଡପିଛା ଆୟ ୩୨ ଲକ୍ଷକୁ ବୃଦ୍ଧି ଲକ୍ଷ୍ୟ ରହିଛି ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

ବହୁମୁଖୀ ଦାରଦ୍ର୍ୟକୁ ୫ ପ୍ରତିଶତକୁ କମାଇବା ଉପରେ ଗୁରୁତ୍ବ ଦିଆଯାଇଛି । ମହିଳା ଶ୍ରମଶକ୍ତି ଅଂଶଗ୍ରହଣକୁ ୭୦ ପ୍ରତିଶତ ବୃଦ୍ଧି ଲକ୍ଷ୍ୟ ରହିଛି । ରାମେଶ୍ବର-ପାରଦୀପ ଉପକୂଳ ରାଜପଥକୁ ଅନୁମୋଦନ । ବଢୁଛି ଲଘୁ ଖଣିଜ ସମ୍ପଦର ରାଜସ୍ବ ଆୟ । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଆସିଛି ସଂସ୍କାର । ସମସ୍ତ ପ୍ରାଇମେରୀ ସ୍କୁଲରେ ଖୋଲାଯାଇଛି ଶିଶୁ ବାଟିକା । ଆବର୍ଜନା ମୁକ୍ତ ଓଡ଼ିଶା ଦୃଷ୍ଟିକୋଣକୁ ତ୍ବରାନ୍ବିତ କରାଯାଇଛି ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

17 Feb 2026 By Madhusudan Das

ଆରମ୍ଭ ହେଲା ବିଧାନସଭା ବଜେଟ୍‌ ଅଧିବେଶନ, 'ଜୟ ଜଗନ୍ନାଥ' କହି ନିଜର ଅଭିଭାଷଣ ରଖିଲେ ରାଜ୍ୟପାଳ

ଭୁବନେଶ୍ବର : ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ । 'ଜୟ ଜଗନ୍ନାଥ' କହି ନିଜର ଅଭିଭାଷଣ ରଖିଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟୀ । ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ଯାଏଁ ଚାଲିବ ଏହି ବଜେଟ ଅଧିବେଶନ । ଗାର୍ଡଅଫ ଅନର ପରେ ପ୍ରଥମ ଦିନରେ ବିଧାନସଭାରେ ରାଜ୍ୟପାଳ ନିଜର ଅଭିଭାଷଣ ରଖିଥିଲେ । ଜୟ ଜଗନ୍ନାଥ କହି ବିଧାନସଭାରେ ଅଭିଭାଷଣ ଆରମ୍ଭ କରିଥିଲେ ରାଜ୍ୟପାଳ । ଦିବଂଗତ ଓ ସହିଦ ଅଧିକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ରାଜ୍ୟପାଳ । ବିକଶିତ ଭାରତ ପାଇଁ ଓଡ଼ିଶା ଗ୍ରୋଥ ଇଞ୍ଜିନ ହେବ ବୋଲି କହିଛନ୍ତି ରାଜ୍ୟପାଳ । ୨୦୩୬ରେ ଓଡ଼ିଶା ଗଠନକୁ ଶହେବର୍ଷ ପୂରିବ । ସମୃଦ୍ଧ ଓଡ଼ିଶା ପାଇଁ ସରକାର ପ୍ରତିଶୃତିବଦ୍ଧ । ତ୍ୟାଗ ଓ ଆତ୍ମବିଶ୍ବାସର ଭିତ୍ତି ଉପରେ ଦୃଢ଼ଭାବେ ଦଣ୍ଡାୟମାନ ଆଜିର ଓଡ଼ିଶା । ୨୦୩୬ ଏପ୍ରିଲ ୧ରେ ଆମ ସମ୍ମୁଖରେ ଏକ ସତ୍ୟନିଷ୍ଠ ପ୍ରତିଜ୍ଞା ଭଳି ଦଣ୍ଡାୟମାନ । ଏହାକୁ ଦୃଷ୍ଟିରେ ରଖି ଏକ ବିସ୍ତୃତ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ଡକ୍ୟୁମେଣ୍ଟକୁ ପ୍ରଧାନମନ୍ତ୍ରୀ ୨୦ ଜୁନ ୨୦୨୫ରେ ଉନ୍ମୋଚନ କରିଥିଲେ ।

୨୦୩୬ ସୁଦ୍ଧା ଓଡ଼ିଶାକୁ ୫ଶହ ବିଲିୟନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ରାଜଧାନୀ ରାସ୍ତାର କରାଯାଉଛି ଆଧୁନିକୀ କରଣ । ଯାତାୟାତ ଭିଡ଼, ଆଞ୍ଚଳିକ ସଂଯୋଗୀକରଣକୁ ଗୁରୁତ୍ବ ଦିଆଯାଇଛି । ଜୟଦେବବିହାର- ନନ୍ଦନକାନ ରାସ୍ତା ଫ୍ଲାଏଓଭର ହେବ । ରିଂରୋଡକୁ କରାଯାଇଛି ଅନୁମୋଦନ। ସେମିକଣ୍ଡକ୍ଟରରେ ଅଧିକ ନିଯୁକ୍ତ ସୃଷ୍ଟି ହେବ । ଓଡ଼ିଶାରେ ଦୁଇଟି ଅତ୍ୟାଧୁନିକ ସେମିକଣ୍ଡକ୍ଟର ୟୁନିଟ ସ୍ଥାପନକୁ ଅନୁମୋଦନ କରାଯାଇଛି । ୨୪୪୭ ସୁଦ୍ଧା ମୁଣ୍ଡପିଛା ଆୟ ୩୨ ଲକ୍ଷକୁ ବୃଦ୍ଧି ଲକ୍ଷ୍ୟ ରହିଛି ।

ବହୁମୁଖୀ ଦାରଦ୍ର୍ୟକୁ ୫ ପ୍ରତିଶତକୁ କମାଇବା ଉପରେ ଗୁରୁତ୍ବ ଦିଆଯାଇଛି । ମହିଳା ଶ୍ରମଶକ୍ତି ଅଂଶଗ୍ରହଣକୁ ୭୦ ପ୍ରତିଶତ ବୃଦ୍ଧି ଲକ୍ଷ୍ୟ ରହିଛି । ରାମେଶ୍ବର-ପାରଦୀପ ଉପକୂଳ ରାଜପଥକୁ ଅନୁମୋଦନ । ବଢୁଛି ଲଘୁ ଖଣିଜ ସମ୍ପଦର ରାଜସ୍ବ ଆୟ । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଆସିଛି ସଂସ୍କାର । ସମସ୍ତ ପ୍ରାଇମେରୀ ସ୍କୁଲରେ ଖୋଲାଯାଇଛି ଶିଶୁ ବାଟିକା । ଆବର୍ଜନା ମୁକ୍ତ ଓଡ଼ିଶା ଦୃଷ୍ଟିକୋଣକୁ ତ୍ବରାନ୍ବିତ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର