ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଗୁରୁତର: ସାହିତ୍ୟ ସଭାରେ ଯୋଗ ଦେବା ବେଳେ ହେଲା ବ୍ରେନ୍ ଷ୍ଟ୍ରୋକ୍, ଆଇସିୟୁରେ ଭର୍ତ୍ତି

Tapas Ranjan Nanda Picture
Published On

କଟକ: ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥତା କାରଣରୁ ତାଙ୍କୁ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଆଇସିୟୁ (ICU)ରେ ରଖି ଚିକିତ୍ସା କରାଯାଉଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ମସ୍ତିଷ୍କାଘାତ ଯୋଗୁଁ ଅବସ୍ଥା ଗୁରୁତର

ସୂଚନା ଅନୁଯାୟୀ, ଗୀତା ପଟ୍ଟନାୟକ ମସ୍ତିଷ୍କାଘାତ ବା ବ୍ରେନ୍ ଷ୍ଟ୍ରୋକ୍ (Brain Stroke)ର ଶିକାର ହୋଇଛନ୍ତି। ଏହି କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି ଏବଂ ଡାକ୍ତରୀ ଦଳ ତାଙ୍କର ନିୟମିତ ଚିକିତ୍ସା ଜାରି ରଖିଛନ୍ତି। ତାଙ୍କ ଅବସ୍ଥା ଉପରେ କଡ଼ା ନଜର ରଖାଯାଇଛି। ଗତକାଲି ସନ୍ଧ୍ୟାରେ ସେ ଭୁବନେଶ୍ୱରରେ ଆୟୋଜିତ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା ନିରୀକ୍ଷା ପରେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ଜଣାପଡ଼ିଥିଲା। ଉନ୍ନତ ଚିକିତ୍ସା ପାଇଁ ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର