ଓଡିଶା ଫେରିଲେ ସୁଦାନ ଗୃହଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ ଆଦର୍ଶ, ବଖାଣିଲେ ସେଠାରେ ଘଟିଥିବା ଯନ୍ତ୍ରଣାପୂର୍ଣ୍ଣ ଜୀବନ

Madhusudan Das Picture
Published On

ଭୁବନେଶ୍ୱର: ସୁଦାନରୁ ଫେରିଲେ ଆଦର୍ଶ । ଭୁବନେଶ୍ବର ଫେରିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଗାଁର ଆଦର୍ଶ ବେହେରା। ସୁଦାନରେ କାର୍ଯ୍ୟ କରୁଥିବା ବେଳେ ଓଡ଼ିଆ ଯୁବକଙ୍କୁ ଆତଙ୍କବାଦୀ ଅପହରଣ କରିଥିଲେ । ଗୃହ ଯୁଦ୍ଧରେ ସାମିଲ ବିଦ୍ରୋହୀଙ୍କ ଦ୍ୱାରା ଅପହରଣ ହୋଇଥିଲେ ଆଦର୍ଶ । ଅପହରଣର ୪୫ ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇଛି । ଭୁବନେଶ୍ବରରେ ବିମାନବନ୍ଦରରେ ପହଞ୍ଚି ଆତ୍ମବିଭୋର ହୋଇପଡିଥିଲେ ଆଦର୍ଶ । ମାଆ, ସ୍ତ୍ରୀ ଓ ପୁଅକୁ ଦେଖି ଖୁସିରେ କାନ୍ଦି ପକାଇଥିଲେ । 

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ଓଡିଶା ଫେରିବା ପରେ ନିଜ ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ । ସୁରକ୍ଷିତ ସ୍ଥାନକୁ ଯିବା ବେଳେ RSF ଅପହରଣ କରିନେଇଥିଲା । ଅପହରଣ ବେଳେ ବହୁତ ମାଡ଼ ମାରିଥିଲେ ବୋଲି କହିଛନ୍ତି ଆଦର୍ଶ । ଭାରତୀୟ ବୋଲି ଜାଣି ନଥିଲେ, ୧୫ରୁ ୨୦ ଜଣ ଅପହରଣ କରିନେଇଥିଲେ । ୨,୩ ଦିନ ଜଙ୍ଗଲ ଓ ପରେ ଜେଲ୍‌ରେ ରଖିଥିଲେ । ସେ କହିଛନ୍ତି କି, ମୁଁ ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି । ଆବୁଧାବିରେ ପହଞ୍ଚିବା ଯାଏଁ ହାତ ବାନ୍ଧି ଓ ଆଖିରେ ପଟି ପକାଇ ରଖିଥିଲେ ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

୨୦୨୨ରେ ପରିବାର ପ୍ରତିପୋଷଣ କରିବାକୁ ସୁଦାନକୁ ଯାଇଥିଲେ ଆଦର୍ଶ ବେହେରା । ଆଫ୍ରିକୀୟ ଦେଶ ସୁଦାନରେ ଗୃହଯୁଦ୍ଧ ଚାଲିଥିବାବେଳେ ଅପହରଣ କରି ନେଇଥିଲେ । ଆଦର୍ଶଙ୍କୁ ସୁଦାନରେ ରାପିଡ ସପୋର୍ଟ ଫୋର୍ସେସ(ଆରଏସଏଫ୍) ଅପହରଣ ପରେ ବନ୍ଦୀ କରି ରଖାଯାଇଥିଲା । ସୁରକ୍ଷିତ ଭାବେ ଫେରାଇ ଆଣିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଦର୍ଶ ।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

17 Dec 2025 By Madhusudan Das

ଓଡିଶା ଫେରିଲେ ସୁଦାନ ଗୃହଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ ଆଦର୍ଶ, ବଖାଣିଲେ ସେଠାରେ ଘଟିଥିବା ଯନ୍ତ୍ରଣାପୂର୍ଣ୍ଣ ଜୀବନ

ଭୁବନେଶ୍ୱର: ସୁଦାନରୁ ଫେରିଲେ ଆଦର୍ଶ । ଭୁବନେଶ୍ବର ଫେରିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଗାଁର ଆଦର୍ଶ ବେହେରା। ସୁଦାନରେ କାର୍ଯ୍ୟ କରୁଥିବା ବେଳେ ଓଡ଼ିଆ ଯୁବକଙ୍କୁ ଆତଙ୍କବାଦୀ ଅପହରଣ କରିଥିଲେ । ଗୃହ ଯୁଦ୍ଧରେ ସାମିଲ ବିଦ୍ରୋହୀଙ୍କ ଦ୍ୱାରା ଅପହରଣ ହୋଇଥିଲେ ଆଦର୍ଶ । ଅପହରଣର ୪୫ ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇଛି । ଭୁବନେଶ୍ବରରେ ବିମାନବନ୍ଦରରେ ପହଞ୍ଚି ଆତ୍ମବିଭୋର ହୋଇପଡିଥିଲେ ଆଦର୍ଶ । ମାଆ, ସ୍ତ୍ରୀ ଓ ପୁଅକୁ ଦେଖି ଖୁସିରେ କାନ୍ଦି ପକାଇଥିଲେ । 

ଓଡିଶା ଫେରିବା ପରେ ନିଜ ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ । ସୁରକ୍ଷିତ ସ୍ଥାନକୁ ଯିବା ବେଳେ RSF ଅପହରଣ କରିନେଇଥିଲା । ଅପହରଣ ବେଳେ ବହୁତ ମାଡ଼ ମାରିଥିଲେ ବୋଲି କହିଛନ୍ତି ଆଦର୍ଶ । ଭାରତୀୟ ବୋଲି ଜାଣି ନଥିଲେ, ୧୫ରୁ ୨୦ ଜଣ ଅପହରଣ କରିନେଇଥିଲେ । ୨,୩ ଦିନ ଜଙ୍ଗଲ ଓ ପରେ ଜେଲ୍‌ରେ ରଖିଥିଲେ । ସେ କହିଛନ୍ତି କି, ମୁଁ ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି । ଆବୁଧାବିରେ ପହଞ୍ଚିବା ଯାଏଁ ହାତ ବାନ୍ଧି ଓ ଆଖିରେ ପଟି ପକାଇ ରଖିଥିଲେ ।

୨୦୨୨ରେ ପରିବାର ପ୍ରତିପୋଷଣ କରିବାକୁ ସୁଦାନକୁ ଯାଇଥିଲେ ଆଦର୍ଶ ବେହେରା । ଆଫ୍ରିକୀୟ ଦେଶ ସୁଦାନରେ ଗୃହଯୁଦ୍ଧ ଚାଲିଥିବାବେଳେ ଅପହରଣ କରି ନେଇଥିଲେ । ଆଦର୍ଶଙ୍କୁ ସୁଦାନରେ ରାପିଡ ସପୋର୍ଟ ଫୋର୍ସେସ(ଆରଏସଏଫ୍) ଅପହରଣ ପରେ ବନ୍ଦୀ କରି ରଖାଯାଇଥିଲା । ସୁରକ୍ଷିତ ଭାବେ ଫେରାଇ ଆଣିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଦର୍ଶ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର