ଧାନ ସଂଗ୍ରହ ଅବ୍ୟବସ୍ଥା ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

Madhusudan Das Picture
Published On

ଭୁବନେଶ୍ୱର: ମୁଲତବୀ ପ୍ରସ୍ତାବରେ ଧାନ ସଂଗ୍ରହ ଅବ୍ୟବସ୍ଥା ନେଇ ବର୍ଷିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ।  ଧାନ ସଂଗ୍ରହ ପୂର୍ବରୁ ସରକାରଙ୍କ ମୁଣ୍ଡରେ ଚାଳ ବାଜିଲାଣି । ସରକାରଙ୍କ ଚାଷୀ ମାରଣା ନୀତିକୁ ନେଇ ଗୃହରେ ବିଜେଡି ଟାର୍ଗେଟ କରିଛି । ଏ ପର୍ଯ୍ୟନ୍ତ  ଧାନ ସଂଗ୍ରହ କରିନାହାନ୍ତି ସରକାର । ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ସର୍ବାଧିକ ଧାନ ସଂଗ୍ରହ ହୁଏ। ଗତବର୍ଷ ନଭେମ୍ବର ମାସ ପ୍ରଥମ ସପ୍ତାହରୁ ଧାନ ସଂଗ୍ରହ କରିଥିଲେ । ହେଲେ ଏଥର ଏକ ମାସ ବିଳମ୍ବ ହୋଇଛି। ଆଜି  ହଜାର ହଜାର ଚାଷୀ ପଞ୍ଚିକରଣରୁ ବଂଚିତ ହୋଇଛନ୍ତି । କେବଳ ବରଗଡ ଜିଲ୍ଲାରେ ୫ହଜାର ଚାଷୀ ପଞ୍ଜୀକରଣ କରିନାହାନ୍ତି । ସେମାନେ କିପରି ଧାନ ବିକ୍ରୀ କରିବେ। ଗୋଟିଏ ବି ଚାଷୀ କିପରି ଧାନ କିଣାରୁ ବଂଚିତ ନ ହୁଅନ୍ତି ତାହା ଉପରେ ସରକାର ଗୁରୁତ୍ଵ ଦେବା ଆବଶ୍ୟକ ।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

ଏଯାଏ ଚାଷୀକୁ ଟୋକନ ମିଳିନାହିଁ।  ଗୋଦାମ ଖାଲି ନାହିଁ, FCI ଚାଉଳ ନେଉନାହିଁ । ଏଯାଏ ସରକାର କେଉଁ ମିଲରେ ଧାନ କିଣାଯିବ ସେ ଟ୍ୟାଗୀଙ୍ଗ ସିଷ୍ଟମ କରାଯାଇ ନାହିଁ। ତେଣୁ ମିଲର ମାନେ ଧାନ କିଣିବେ କେମିତି । ଧାନ କିଣା ଅବ୍ୟବସ୍ଥା ନେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। କିଛି ବିଧାୟକ ମାନେ ଭେଟିଛନ୍ତି ଧାନ ସଂଗ୍ରହ ଉପରେ। କେନ୍ଦ୍ର ଦେଉଥିବା msp ୬୯ ଟଙ୍କା ସରକାର ଏଥର ଧାନ କିଣାରେ ଇନପୁଟ ସବସିଡିି ସହ ମିଶାଇ ଦେବେ କି ବୋଲି ପ୍ରଶ୍ନ କରିଥିଲେ ପ୍ରସନ୍ନ ଆଚାର୍ଯ୍ୟ। ସରକାର ଧାନ ସଂଗ୍ରହ ବିଳମ୍ୱ ଓ ଅବ୍ୟବସ୍ଥା ଯୋଗୁଁ ଚାଷୀ ୧୪ଶହରୁ ୧୭ ଶହ ଟଙ୍କାରେ ବାଧ୍ୟ ହୋଇ ବିକ୍ରୀ କରୁଛନ୍ତି । ଚାଷୀ ଦୁଃଖରେ ଅଛନ୍ତି ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

03 Dec 2025 By Madhusudan Das

ଧାନ ସଂଗ୍ରହ ଅବ୍ୟବସ୍ଥା ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ମୁଲତବୀ ପ୍ରସ୍ତାବରେ ଧାନ ସଂଗ୍ରହ ଅବ୍ୟବସ୍ଥା ନେଇ ବର୍ଷିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ।  ଧାନ ସଂଗ୍ରହ ପୂର୍ବରୁ ସରକାରଙ୍କ ମୁଣ୍ଡରେ ଚାଳ ବାଜିଲାଣି । ସରକାରଙ୍କ ଚାଷୀ ମାରଣା ନୀତିକୁ ନେଇ ଗୃହରେ ବିଜେଡି ଟାର୍ଗେଟ କରିଛି । ଏ ପର୍ଯ୍ୟନ୍ତ  ଧାନ ସଂଗ୍ରହ କରିନାହାନ୍ତି ସରକାର । ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ସର୍ବାଧିକ ଧାନ ସଂଗ୍ରହ ହୁଏ। ଗତବର୍ଷ ନଭେମ୍ବର ମାସ ପ୍ରଥମ ସପ୍ତାହରୁ ଧାନ ସଂଗ୍ରହ କରିଥିଲେ । ହେଲେ ଏଥର ଏକ ମାସ ବିଳମ୍ବ ହୋଇଛି। ଆଜି  ହଜାର ହଜାର ଚାଷୀ ପଞ୍ଚିକରଣରୁ ବଂଚିତ ହୋଇଛନ୍ତି । କେବଳ ବରଗଡ ଜିଲ୍ଲାରେ ୫ହଜାର ଚାଷୀ ପଞ୍ଜୀକରଣ କରିନାହାନ୍ତି । ସେମାନେ କିପରି ଧାନ ବିକ୍ରୀ କରିବେ। ଗୋଟିଏ ବି ଚାଷୀ କିପରି ଧାନ କିଣାରୁ ବଂଚିତ ନ ହୁଅନ୍ତି ତାହା ଉପରେ ସରକାର ଗୁରୁତ୍ଵ ଦେବା ଆବଶ୍ୟକ ।

ଏଯାଏ ଚାଷୀକୁ ଟୋକନ ମିଳିନାହିଁ।  ଗୋଦାମ ଖାଲି ନାହିଁ, FCI ଚାଉଳ ନେଉନାହିଁ । ଏଯାଏ ସରକାର କେଉଁ ମିଲରେ ଧାନ କିଣାଯିବ ସେ ଟ୍ୟାଗୀଙ୍ଗ ସିଷ୍ଟମ କରାଯାଇ ନାହିଁ। ତେଣୁ ମିଲର ମାନେ ଧାନ କିଣିବେ କେମିତି । ଧାନ କିଣା ଅବ୍ୟବସ୍ଥା ନେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। କିଛି ବିଧାୟକ ମାନେ ଭେଟିଛନ୍ତି ଧାନ ସଂଗ୍ରହ ଉପରେ। କେନ୍ଦ୍ର ଦେଉଥିବା msp ୬୯ ଟଙ୍କା ସରକାର ଏଥର ଧାନ କିଣାରେ ଇନପୁଟ ସବସିଡିି ସହ ମିଶାଇ ଦେବେ କି ବୋଲି ପ୍ରଶ୍ନ କରିଥିଲେ ପ୍ରସନ୍ନ ଆଚାର୍ଯ୍ୟ। ସରକାର ଧାନ ସଂଗ୍ରହ ବିଳମ୍ୱ ଓ ଅବ୍ୟବସ୍ଥା ଯୋଗୁଁ ଚାଷୀ ୧୪ଶହରୁ ୧୭ ଶହ ଟଙ୍କାରେ ବାଧ୍ୟ ହୋଇ ବିକ୍ରୀ କରୁଛନ୍ତି । ଚାଷୀ ଦୁଃଖରେ ଅଛନ୍ତି ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର