ନିଜ ଜନ୍ମ ଦିନକୁ ସ୍ମରଣୀୟ କରିବାକୁ ଭୁବନେଶ୍ୱର ଏମ୍‌ସକୁ ୩ କୋଟି ୪୦ ଲକ୍ଷ ଟଙ୍କା ଦାନ କରିବେ ପ୍ରଫେସର ଲକ୍ଷ୍ମୀ ବାଇ

Madhusudan Das Picture
Published On

ଭୁବନେଶ୍ୱର: ଏଥର ନିଜ ଜନ୍ମ ଦିନକୁ ସ୍ମରଣୀୟ କରିବେ ଶତାୟୁ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପ୍ରଫେସର ଲକ୍ଷ୍ମୀ ବାଇ। ଶହେ ବର୍ଷରେ ସେ ପଦାର୍ପଣ କରିବେ। ଆସନ୍ତା ୫ ତାରିଖରେ ପ୍ରଫେସର ଲକ୍ଷ୍ମୀ ବାଇଙ୍କୁ ଛୁଇଁବ ଶହେ ବର୍ଷ। ଶହେତମ ଜନ୍ମ ଦିନକୁ ସ୍ମରଣୀୟ କରିବାକୁ ଜୀବନ ବ୍ୟାପି ସଞ୍ଚିତ ପୁଞ୍ଜି ସ୍ବାସ୍ଥ୍ୟ ସେବା ବିକାଶରେ ବିନିଯୋଗ କରିଛନ୍ତି । ଶତବାର୍ଷିକୀ ପାଳନ ଅବସରେ ଭୁବନେଶ୍ୱର ଏମ୍‌ସକୁ ୩ କୋଟି ୪୦ ଲକ୍ଷ ଟଙ୍କା ପ୍ରଦାନ କରିବେ। ଏଥିପାଇଁ ହସ୍‌ପିଟାଲ୍ ସହ ତାଙ୍କର ସମସ୍ତ ଆଲୋଚନା ସରିବା ପରେ କାଗଜପତ୍ର ମଧ୍ୟ ହୋଇସାରିଛି। ପ୍ରଫେସର ଲକ୍ଷ୍ମୀ ବାଇ କଟକ ମେଡିକାଲ କଲେଜ ଓ ହସ୍‌ପିଟାଲର ପ୍ରଥମ ବ୍ୟାଚ୍ MBBS ଛାତ୍ରୀ । ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରୁ ଅବସର ପରେ ବ୍ରହ୍ମପୁର ଭାବାନଗର ସ୍ଥିତ ଘରେ ରହୁଛନ୍ତି।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

ତାଙ୍କ ଦ୍ବାରା ପ୍ରଦତ୍ତ ଅର୍ଥରେ ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କ୍ଷେତ୍ରରେ ବିନିଯୋଗ ହେବ ବୋଲି ସେ ଅତ୍ଯନ୍ତ ଖୁସି ଅଛନ୍ତି। ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କେନ୍ଦ୍ର କରିବାକୁ ଏହି ଟଙ୍କା ସେ ଭୁବନେଶ୍ୱର ଏମ୍‌ସକୁ ଦାନ କରିଥିବା କହିଛନ୍ତି। ବହୁ ପୁରୁଣା ଛାତ୍ରୀ ତଥା ଜଣାଶୁଣା ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ପ୍ରଫେସର ପି. ଭାରତୀ ଓ ଡାକ୍ତର ଭାରତୀ ମିଶ୍ର ଏହି ଅର୍ଥ କିପରି ରୋଗୀ ଚିକିତ୍ସାରେ ଲାଗିବ ସେ ନେଇ ତଦାରଖ କରୁଛନ୍ତି। ୧୯୨୬ ଡିସେମ୍ବର ୫ ତାରିଖରେ ପ୍ରଫେସର ଲକ୍ଷ୍ମୀ ବାଈଙ୍କ ଜନ୍ମ। ୧୯୪୫ରୁ ୧୯୫୦ରେ କଟକ ଏସ୍‌ସିବି ମେଡିକାଲ କଲେଜ‌ରେ MBBS ପାଠପଢ଼ା ସରିବା ପରେ ୧୯୫୮ରେ ମାଡ୍ରାସ୍‌ ମେଡିକାଲ କଲେଜ ‘ଓ ଏଣ୍ଡ୍ ଜି’ ବିଶେଷଜ୍ଞ ଭାବେ ପୋଷ୍ଟ ଗ୍ରାଜୁଏଟ କରିଥିଲେ। ୧୯୫୦ରେ ସୁନ୍ଦରଗଡ଼ ଜିଲ୍ଲା ହସ୍‌ପିଟାଲରୁ ଚାକରି ଜୀବନ ଆରମ୍ଭ କରି ୧୯୮୬ରେ ଏମ୍‌କେସିଜିରେ ଅବସର ନେଇଥିଲେ। ସ୍ବାସ୍ଥ୍ୟସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତ ଜ୍ୟୋତି ଆଓ୍ବାର୍ଡ, ଇଣ୍ଟରନ୍ୟାସ୍‌ନାଲ ଫ୍ରେଣ୍ଡସିପ୍ ସୋସାଇଟି ଆୱାର୍ଡ ଏବଂ ବେଷ୍ଟ୍ ସିଟିଜେନ୍ ଅଫ୍ ଇଣ୍ଡିଆ ଆଓ୍ବାର୍ଡ ପାଇଛନ୍ତି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

01 Dec 2025 By Madhusudan Das

ନିଜ ଜନ୍ମ ଦିନକୁ ସ୍ମରଣୀୟ କରିବାକୁ ଭୁବନେଶ୍ୱର ଏମ୍‌ସକୁ ୩ କୋଟି ୪୦ ଲକ୍ଷ ଟଙ୍କା ଦାନ କରିବେ ପ୍ରଫେସର ଲକ୍ଷ୍ମୀ ବାଇ

ଭୁବନେଶ୍ୱର: ଏଥର ନିଜ ଜନ୍ମ ଦିନକୁ ସ୍ମରଣୀୟ କରିବେ ଶତାୟୁ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପ୍ରଫେସର ଲକ୍ଷ୍ମୀ ବାଇ। ଶହେ ବର୍ଷରେ ସେ ପଦାର୍ପଣ କରିବେ। ଆସନ୍ତା ୫ ତାରିଖରେ ପ୍ରଫେସର ଲକ୍ଷ୍ମୀ ବାଇଙ୍କୁ ଛୁଇଁବ ଶହେ ବର୍ଷ। ଶହେତମ ଜନ୍ମ ଦିନକୁ ସ୍ମରଣୀୟ କରିବାକୁ ଜୀବନ ବ୍ୟାପି ସଞ୍ଚିତ ପୁଞ୍ଜି ସ୍ବାସ୍ଥ୍ୟ ସେବା ବିକାଶରେ ବିନିଯୋଗ କରିଛନ୍ତି । ଶତବାର୍ଷିକୀ ପାଳନ ଅବସରେ ଭୁବନେଶ୍ୱର ଏମ୍‌ସକୁ ୩ କୋଟି ୪୦ ଲକ୍ଷ ଟଙ୍କା ପ୍ରଦାନ କରିବେ। ଏଥିପାଇଁ ହସ୍‌ପିଟାଲ୍ ସହ ତାଙ୍କର ସମସ୍ତ ଆଲୋଚନା ସରିବା ପରେ କାଗଜପତ୍ର ମଧ୍ୟ ହୋଇସାରିଛି। ପ୍ରଫେସର ଲକ୍ଷ୍ମୀ ବାଇ କଟକ ମେଡିକାଲ କଲେଜ ଓ ହସ୍‌ପିଟାଲର ପ୍ରଥମ ବ୍ୟାଚ୍ MBBS ଛାତ୍ରୀ । ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରୁ ଅବସର ପରେ ବ୍ରହ୍ମପୁର ଭାବାନଗର ସ୍ଥିତ ଘରେ ରହୁଛନ୍ତି।

ତାଙ୍କ ଦ୍ବାରା ପ୍ରଦତ୍ତ ଅର୍ଥରେ ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କ୍ଷେତ୍ରରେ ବିନିଯୋଗ ହେବ ବୋଲି ସେ ଅତ୍ଯନ୍ତ ଖୁସି ଅଛନ୍ତି। ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କେନ୍ଦ୍ର କରିବାକୁ ଏହି ଟଙ୍କା ସେ ଭୁବନେଶ୍ୱର ଏମ୍‌ସକୁ ଦାନ କରିଥିବା କହିଛନ୍ତି। ବହୁ ପୁରୁଣା ଛାତ୍ରୀ ତଥା ଜଣାଶୁଣା ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ପ୍ରଫେସର ପି. ଭାରତୀ ଓ ଡାକ୍ତର ଭାରତୀ ମିଶ୍ର ଏହି ଅର୍ଥ କିପରି ରୋଗୀ ଚିକିତ୍ସାରେ ଲାଗିବ ସେ ନେଇ ତଦାରଖ କରୁଛନ୍ତି। ୧୯୨୬ ଡିସେମ୍ବର ୫ ତାରିଖରେ ପ୍ରଫେସର ଲକ୍ଷ୍ମୀ ବାଈଙ୍କ ଜନ୍ମ। ୧୯୪୫ରୁ ୧୯୫୦ରେ କଟକ ଏସ୍‌ସିବି ମେଡିକାଲ କଲେଜ‌ରେ MBBS ପାଠପଢ଼ା ସରିବା ପରେ ୧୯୫୮ରେ ମାଡ୍ରାସ୍‌ ମେଡିକାଲ କଲେଜ ‘ଓ ଏଣ୍ଡ୍ ଜି’ ବିଶେଷଜ୍ଞ ଭାବେ ପୋଷ୍ଟ ଗ୍ରାଜୁଏଟ କରିଥିଲେ। ୧୯୫୦ରେ ସୁନ୍ଦରଗଡ଼ ଜିଲ୍ଲା ହସ୍‌ପିଟାଲରୁ ଚାକରି ଜୀବନ ଆରମ୍ଭ କରି ୧୯୮୬ରେ ଏମ୍‌କେସିଜିରେ ଅବସର ନେଇଥିଲେ। ସ୍ବାସ୍ଥ୍ୟସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତ ଜ୍ୟୋତି ଆଓ୍ବାର୍ଡ, ଇଣ୍ଟରନ୍ୟାସ୍‌ନାଲ ଫ୍ରେଣ୍ଡସିପ୍ ସୋସାଇଟି ଆୱାର୍ଡ ଏବଂ ବେଷ୍ଟ୍ ସିଟିଜେନ୍ ଅଫ୍ ଇଣ୍ଡିଆ ଆଓ୍ବାର୍ଡ ପାଇଛନ୍ତି।

https://www.thesakala.in/latest-odisha-news/professor-dr-k-lakshmi-bai-to-donate-rs-3-4-crore-to-aiims-bhubaneswar-to-memorable-her-birthday/article-43358
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର