ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜୈବ ବିବିଧତା ଦିବସ ଅବସରରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ବାସସ୍ଥାନ ପୁନରୁଦ୍ଧାର ପାଇଁ ପଦକ୍ଷେପ ଘୋଷଣା 

The Sakala Picture
Published On

ଭୁବନେଶ୍ୱର: ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସରେ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର କାର୍ଯ୍ୟକ୍ଷମ କ୍ଷେତ୍ରଗୁଡ଼ିକରେ ଜୈବ ବିବିଧତା ସଂରକ୍ଷଣ ଏବଂ ପ୍ରାକୃତିକ ବାସସ୍ଥାନ ପୁନରୁଦ୍ଧାର ପାଇଁ ଉତ୍ସର୍ଗୀକୃତ ପଦକ୍ଷେପଗୁଡ଼ିକର ଏକ ଶୃଙ୍ଖଳା ଘୋଷଣା କରିଛି। କମ୍ପାନୀ ହଜାରରୁ ଅଧିକ ସରୀସୃପ ଏବଂ ଛୋଟ ବନ୍ୟପ୍ରାଣୀଙ୍କୁ ଉଦ୍ଧାର ଏବଂ ସୁରକ୍ଷିତ ଭାବରେ ମୁକ୍ତ କରିବା, ସବୁଜବଳୟ ବିକାଶ କରିବା, ପୋଖରୀ ସଫା କରିବା, ସ୍ଥାନୀୟ ପ୍ରଜାତିକୁ ପୁନଃପ୍ରବର୍ତନ କରିବା ତଥା ବଡ଼ ପରିମାଣର ବନୀକରଣ […]

ଭୁବନେଶ୍ୱର: ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସରେ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର କାର୍ଯ୍ୟକ୍ଷମ କ୍ଷେତ୍ରଗୁଡ଼ିକରେ ଜୈବ ବିବିଧତା ସଂରକ୍ଷଣ ଏବଂ ପ୍ରାକୃତିକ ବାସସ୍ଥାନ ପୁନରୁଦ୍ଧାର ପାଇଁ ଉତ୍ସର୍ଗୀକୃତ ପଦକ୍ଷେପଗୁଡ଼ିକର ଏକ ଶୃଙ୍ଖଳା ଘୋଷଣା କରିଛି। କମ୍ପାନୀ ହଜାରରୁ ଅଧିକ ସରୀସୃପ ଏବଂ ଛୋଟ ବନ୍ୟପ୍ରାଣୀଙ୍କୁ ଉଦ୍ଧାର ଏବଂ ସୁରକ୍ଷିତ ଭାବରେ ମୁକ୍ତ କରିବା, ସବୁଜବଳୟ ବିକାଶ କରିବା, ପୋଖରୀ ସଫା କରିବା, ସ୍ଥାନୀୟ ପ୍ରଜାତିକୁ ପୁନଃପ୍ରବର୍ତନ କରିବା ତଥା ବଡ଼ ପରିମାଣର ବନୀକରଣ ପ୍ରୟାସ ଆରମ୍ଭ ଏବଂ ସ୍ଥାନୀୟ ସମ୍ପ୍ରଦାୟରେ ଶିକ୍ଷାଗତ ପ୍ରସାର କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପରି ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ଯାହା ଦ୍ୱାରା ପରିବେଶଗତ ପରିଚାଳନାର ସଂସ୍କୃତିକୁ ପ୍ରୋତ୍ସାହିତ କରାଯାଇପାରିବ।

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ଲଗାଣ ବର୍ଷା: ଜଳମଗ୍ନ ପୋଲ, ବିଚ୍ଛିନ୍ନ ହେଲା ଯୋଗାଯୋଗ

ଏହି ବର୍ଷର ବିଷୟବସ୍ତୁ, “ପ୍ରକୃତି ସହିତ ସମନ୍ୱୟ ଏବଂ ସ୍ଥାୟୀ ବିକାaଶ”, ପରିବେଶଗତ ଦାୟିତ୍ୱ ସହିତ ଶିଳ୍ପ ଅଭିବୃଦ୍ଧିକୁ ସମନ୍ୱିତ କରିବା ପାଇଁ ବେଦାନ୍ତ ଆଲୁମିନିୟମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ବେଦାନ୍ତ ଆଲୁମିନିୟମ ଏହାର କାର୍ଯ୍ୟକ୍ଷମ ସ୍ଥାନରେ ବିଦ୍ୟମାନ ଜୈବ ବିବିଧତା ପରିଚାଳନା ଯୋଜନାଗୁଡ଼ିକୁ ସଂଶୋଧନ କରିବା ପାଇଁ ପିଡବ୍ଲୁସି ଇଣ୍ଡିଆ ସହିତ ସହଭାଗୀ ହୋଇଛି। ଏହି ଯୋଜନାଗୁଡ଼ିକ ବେଦାନ୍ତର ପରିବେଶଗତ ସନ୍ତୁଳନକୁ ପୁନରୁଦ୍ଧାର କରିବା ଏବଂ କୌଣସି ନେଟ୍ କ୍ଷତି (ଏନଏନଏଲ) ହାସଲ ନକରିବା ପାଇଁ ଜୈବ ବିବିଧତାକୁ ସଂରକ୍ଷଣ କରିବା ପାଇଁ ବ୍ୟାପକ ରଣନୀତିର ଏକ ଅଂଶ ଅଟେ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନ: ଆଇନ ମାଧ୍ୟମରେ ରାଜ୍ୟର ଅଧିକାର ଛଡାଇ ନିଆଯାଇଛି, ଅର୍ଥନୈତିକ ଅବରୋଧ କରିବ ବିଜେଡି

ଗତ ବର୍ଷର ସଫଳତା ଏବଂ ବେଦାନ୍ତ ଆଲୁମିନିୟମର ଚାଲୁଥିବା ଜୈବ ବିବିଧତା ପଦକ୍ଷେପ ଉପରେ ମତ ଦେଇ, ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ଜୈବ ବିବିଧତା ପ୍ରତି ଆମର ପ୍ରତିବଦ୍ଧତା ଅନୁପାଳନଠାରୁ ଅଧିକ ଏହା ଆମର କାର୍ଯ୍ୟର ସୂତ୍ରରେ ସ୍ଥାନିତ ହୋଇଛି। ଗତ ବର୍ଷ ଧରି, ଆମେ ଆମର ସ୍ଥାନଗୁଡିକର ଚାରିପାଖରେ ଥିବା ଇକୋସିଷ୍ଟମକୁ ସୁରକ୍ଷା ଏବଂ ପୋଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛୁ। ଆମେ ଆଗକୁ ବଢ଼ିବା ସହିତ, ଆମେ ଭବିଷ୍ୟତ ପିଢ଼ି ପାଇଁ ଏକ ସକାରାତ୍ମକ ପରିବେଶଗତ ଐତିହ୍ୟକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେଉଛୁ, ଆମର ଅଂଶୀଦାର ଏବଂ ସମ୍ପ୍ରଦାୟ ସହିତ ଘନିଷ୍ଠ ଭାବରେ କାମ କରି ନିଶ୍ଚିତ କରୁ ଯେ ଜୈବ ବିବିଧତା ଆମର ଅଭିବୃଦ୍ଧି ପଥର କେନ୍ଦ୍ରରେ ରହୁ।”

ଆହୁରି ପଢ଼ନ୍ତୁ: କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିଲେ, ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

  • କମ୍ପାନୀର ମେଗା ଆଲୁମିନିୟମ ପ୍ଲାଂଟ ଓଡ଼ିଶାର ଝାରସୁଗୁଡାରେ, ଦଳ ଅନ୍ତର୍ଜାତୀୟ ଜୈବିକ ବିବିଧତା ଦିବସ ପାଳନର ଅଂଶ ଭାବରେ ୩୦ ଟି ଗାଁରେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟକଳାପ ଆୟୋଜନ କରିଛି। ଏହି ସମ୍ପ୍ରଦାୟ-ଚାଳିତ ପଦକ୍ଷେପର ଲକ୍ଷ୍ୟ ହେଉଛି ଜଳର ଗୁଣବତା ଉନ୍ନତ କରିବା ଏବଂ ସୁସ୍ଥ ଜଳୀୟ ପରିସଂସ୍ଥାକୁ ସମର୍ଥନ କରିବା, ଯାହା ପରିବେଶଗତ ଏବଂ ସମ୍ପ୍ରଦାୟ କଲ୍ୟାଣ ଉଭୟକୁ ଉନ୍ନତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଆହୁରି ମଜବୁତ କରିଛି। ଅଂଚଳର ସବୁଜ ଆବରଣକୁ ଆହୁରି ସମୃଦ୍ଧ କରିବା ପାଇଁ, ରାସ୍ତାର ଉଭୟ ପାର୍ଶ୍ୱରେ ୧.୨ କିଲୋମିଟର ବ୍ୟାପୀ ଏକ ରାସ୍ତା ରୋପଣ ଅଭିଯାନ ଅନୁଷ୍ଠିତ ହେବ। ଏହା ସହିତ, ଝାରସୁଗୁଡ଼ାରେ ଦୁଇଟି ଉଦ୍ୟାନର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା ଚାଲିଛି, ଯାହା ସମ୍ପ୍ରଦାୟର ଉପଭୋଗ ପାଇଁ ସ୍ପନ୍ଦନଶୀଳ, ସବୁଜ ସ୍ଥାନ ସୃଷ୍ଟି କରିବ।
  • ଓଡ଼ିଶାର ସୁନ୍ଦରଗଡ଼ରେ ଏହାର ଜାମଖାଣି କୋଇଲା ଉତୋଳନ ସ୍ଥଳରେ ବେଦାନ୍ତ ଆଲୁମିନିୟମ ବନୀକରଣର ଅଭିନବ ମିୟାୱାକି ପଦ୍ଧତି ଗ୍ରହଣ କରିଛି, ଦ୍ରୁତ ବର୍ଦ୍ଧିତ, ଆତ୍ମନିର୍ଭରଶୀଳ ଜଙ୍ଗଲ ସୃଷ୍ଟି କରିବା ପାଇଁ ଉଚ୍ଚ ଘନତାରେ ଦେଶୀୟ ଗଛ, ଉପ-ଗଛ ଏବଂ ବୁଦାଗୁଡ଼ିକର ବିବିଧ ମିଶ୍ରଣ ରୋପଣ କରିଛି। ଖଣି ପରିଧିରେ ୧୮ ହେକ୍ଟରରେ ୩.୬୫ ଲକ୍ଷ ଚାରା ସହିତ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହି ସବୁଜବଳୟ ଖଣି କ୍ଷେତ୍ରରେ ପୁନରୁତ୍ପାଦନକାରୀ ପରିବେଶଗତ ଅଭ୍ୟାସ ପାଇଁ ଏକ ଜୈବ ବିବିଧତା ହଟସ୍ପଟ୍ ଏବଂ ମଡେଲ୍ ଭାବରେ କାର୍ଯ୍ୟ କରିବ।
  • ଛତିଶଗଡର କୋର୍ବାଠାରେ ଅବସ୍ଥିତ ବେଦାନ୍ତ ଆଲୁମିନିୟମର ଏକ ୟୁନିଟ୍‌, ବାଲକୋରେ, ପ୍ରଶିକ୍ଷିତ ସାପ-ଧରାଳିଙ୍କ ଏକ ଉତ୍ସର୍ଗୀକୃତ ପ୍ରାଣୀ ଉଦ୍ଧାର ଦଳ ସ୍ମେଲ୍ଟର, ଟାଉନସିପ୍ ଏବଂ ନିକଟବର୍ତୀ ଅଂଚଳରେ ଏକ ଦ୍ରୁତ ପ୍ରତିକ୍ରିୟା ୟୁନିଟ୍ ଭାବରେ କାର୍ଯ୍ୟ କରନ୍ତି। ବନ୍ୟପ୍ରାଣୀ ଏବଂ ଲୋକଙ୍କୁ ସୁରକ୍ଷା ଦେବା ଉପରେ ଧ୍ୟାନ ଦେଇ, ଦଳ ଗତ ବର୍ଷ ଏକ ହଜାରରୁ ଅଧିକ ସାପ ଏବଂ ଅନ୍ୟାନ୍ୟ ଛୋଟ ପ୍ରାଣୀଙ୍କୁ ଉଦ୍ଧାର ଏବଂ ସୁରକ୍ଷିତ ଭାବରେ ମୁକ୍ତ କରିଛି। ଏହା ସହିତ, ସିରସ, ଶୀସମ୍‌, କରଞ୍ଜ, ଗୁଲମୋହର ଏବଂ ନିମ ଭଳି ଦେଶୀୟ ପ୍ରଜାତି ବୃକ୍ଷରୋପଣ ମାଧ୍ୟମରେ ୬୦ ହେକ୍ଟରରୁ ଅଧିକ ଅଚଳ ଟେଲିଙ୍ଗ୍ ଡ୍ୟାମ୍ ପୁନରୁଦ୍ଧାର କରାଯାଇଛି।

ବେଦାନ୍ତ ଆଲୁମିନିୟମ ପରିବେଶଗତ ଶିକ୍ଷା ଏବଂ ସମ୍ପ୍ରଦାୟ ସମ୍ପୃକ୍ତି ଉପରେ ମଧ୍ୟ ଗୁରୁତ୍ୱାରୋପ କରେ। ସ୍ଥାନୀୟ ସ୍କୁଲ ପିଲା ଏବଂ କର୍ମଚାରୀଙ୍କ ପରିବାର ପାଇଁ ନିୟମିତ ପ୍ରସାର କାର୍ଯ୍ୟକ୍ରମ ପରିଚାଳନା କରାଯାଏ, ସେମାନଙ୍କୁ ବୃକ୍ଷରୋପଣ ଅଭିଯାନ, ପ୍ରକୃତି ପଦଯାତ୍ରା ଏବଂ ହଗ୍‌-ଏ-ଟ୍ରି ଏବଂ ମାନବ-ଶୃଙ୍ଖଳ କାର୍ଯ୍ୟକ୍ରମରେ ସାମିଲ କରାଯାଏ। ଏହି ପଦକ୍ଷେପଗୁଡ଼ିକ ପରବର୍ତୀ ପିଢ଼ି ମଧ୍ୟରେ ପ୍ରକୃତି ଚେତନାର ଏକ ଗଭୀର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଛି।

ବନ୍ୟପ୍ରାଣୀ ଉଦ୍ଧାର ଏବଂ ବାସସ୍ଥାନ ପୁନରୁଦ୍ଧାର ଠାରୁ ଆରମ୍ଭ କରି ବୈଜ୍ଞାନିକ ବନୀକରଣ ଏବଂ ସାମୁଦାୟିକ ସମ୍ପୃକ୍ତି ପର୍ଯ୍ୟନ୍ତ ଏହି ବ୍ୟାପକ ପଦକ୍ଷେପ ମାଧ୍ୟମରେ, ବେଦାନ୍ତ ଆଲୁମିନିୟମ୍ ସ୍ଥାୟୀ ବିକାଶରେ ଶିଳ୍ପ ମାନଦଣ୍ଡ ସ୍ଥାପନ କରିଚାଲିଛି। କମ୍ପାନୀର ନିରନ୍ତର ପ୍ରୟାସ ଏହାର ବିଶ୍ୱାସକୁ ପ୍ରତିଫଳିତ କରେ ଯେ ଆର୍ôଥକ ପ୍ରଗତି ଏବଂ ପରିବେଶ ସଂରକ୍ଷଣ ସହିତ ହାତ ମିଳାଇ ଯିବା ଉଚିତ, ସମସ୍ତଙ୍କ ପାଇଁ ଏକ ସବୁଜ, ଅଧିକ ସ୍ଥିର ଭବିଷ୍ୟତ ସୁନିଶ୍ଚିତ କରିବା ଉଚିତ, ଏହାର ବ୍ୟାପକ “ପରିବର୍ତନ ପାଇଁ ଭଲ” ଦୃଷ୍ଟିକୋଣ ଅନ୍ତର୍ଗତ ଯାହା “ଗ୍ରହକୁ ପରିବର୍ତିତ କରିବା” ଦିଗରେ କାମ କରିବାକୁ ଚାହୁଁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର