ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ : ପୁଅଙ୍କୁ ପଛରେ ପକାଇଲେ ଝିଅ, ମୋଟ ପାସହାର ୮୨.୭୭ ପ୍ରତିଶତ….

The Sakala Picture
Published On

ଭୁବନେଶ୍ବର: ପ୍ରକାଶ ପାଇଲା +୨ ରେଜଲ୍ଟ । ବୁଧବାର ଅପରାହ୍ନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରାଯାଇଛି। ଏକା ସାଙ୍ଗରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ ପାସହାର ୮୨.୭୭ ପ୍ରତିଶତ ରହିଛି। ପୁଅଙ୍କ ତୁଳନାରେ ଝିଅଙ୍କ ପାସହାର ଅଧିକ ରହିଛି। କଳାରେ ପାସହାର ୮୦.୫୧ ପ୍ରତିଶତ ରହିଛି। ସେହିପରି ବିଜ୍ଞାନରେ ପାସହାର ୮୭.୪୯% ରହିଥିବାବେଳେ ବାଣିଜ୍ୟରେ  ୮୩.୦୨% ଓ ଧନ୍ଦାମୂଳକରେ ପାସହାର […]

ଭୁବନେଶ୍ବର: ପ୍ରକାଶ ପାଇଲା +୨ ରେଜଲ୍ଟ । ବୁଧବାର ଅପରାହ୍ନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରାଯାଇଛି। ଏକା ସାଙ୍ଗରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ ପାସହାର ୮୨.୭୭ ପ୍ରତିଶତ ରହିଛି। ପୁଅଙ୍କ ତୁଳନାରେ ଝିଅଙ୍କ ପାସହାର ଅଧିକ ରହିଛି। କଳାରେ ପାସହାର ୮୦.୫୧ ପ୍ରତିଶତ ରହିଛି। ସେହିପରି ବିଜ୍ଞାନରେ ପାସହାର ୮୭.୪୯% ରହିଥିବାବେଳେ ବାଣିଜ୍ୟରେ  ୮୩.୦୨% ଓ ଧନ୍ଦାମୂଳକରେ ପାସହାର ୬୦% ରହିଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ପରୀକ୍ଷା ଫଳ https://results.odisha.gov.in ଏବଂ https://results.digilocker.gov.in‌ ୱେବସାଇଟ୍‌ରେ ଜାଣିପାରିବେ।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ଉଭୟ ରେଗୁଲାର୍‌ ଓ ଏକ୍ସ-ରେଗୁଲାର୍‌ ବର୍ଗରେ ମୋଟ୍‌ ୩ଲକ୍ଷ ୯୩ ହଜାର ୬୧୮ ପିଲା ପରୀକ୍ଷା ଦେଇଥିଲେ। କଳାରେ ସର୍ବାଧିକ ୨ଲକ୍ଷ ୪୭ ହଜାର ୩୯୧ ଜଣ ପିଲା ଥିବା ବେଳେ ବିଜ୍ଞାନରେ ୧ଲକ୍ଷ ୧୪ହଜାର ୯୮୦, ବାଣିଜ୍ୟରେ ୨୫ହଜାର ୫୨୬ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୭୨୧ ଜଣ ପିଲା ରହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ସୂଚନାଯୋଗ୍ୟ, ଚଳିତଥର ୪୨୯ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କପି କରି ଧରାପଡ଼ିଥିଲେ। ବିଶେଷଜ୍ଞଙ୍କ ଦ୍ୱାରା ସମସ୍ତଙ୍କୁ କାଉନସେଲିଂ କରିବା ପରେ ତନ୍ମଧ୍ୟରୁ ୩୭୨ଜଣ କପି କରି ନଥିବା ଜଣାପଡ଼ିଥିଲା। ତେଣୁ ସେମାନଙ୍କ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। ଅବଶିଷ୍ଟ ୫୭ଜଣ କପି କରିଥିବା ସ୍ପଷ୍ଟ ହେବା ପରେ ସେମାନଙ୍କୁ ଆସନ୍ତାବର୍ଷ ପୁଣିଥରେ ପରୀକ୍ଷା ଦେବାକୁ ପଡ଼ିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଥିଲେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର