ଡେଙ୍ଗୁ ମୁକାବିଲା ପାଇଁ ବିଏମ୍‍ସିର ମାର୍ଗଦର୍ଶିକା : ପାଣି ଜମିଥିଲେ ଜରିମାନା

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ବିଶେଷକରି ଲୋକଙ୍କ ଅସାବଧାନତା ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼଼ୁଥିବାରୁ ଏଥିରେ ନିୟନ୍ତ୍ରଣ ଲଗାଇବା ପାଇଁ ବିଏମ୍‍ସି ଅଣ୍ଟା ଭିଡ଼ିଛି। ବୁଧବାର ବସିଥିବା ଉଚ୍ଚସ୍ତରୀୟ ବୈଠକ ପରେ ଗୁରୁବାର ବିଏମ୍‍ସି ପକ୍ଷରୁ ଡେଙ୍ଗୁ ମୁକାବିଲା ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଘର, କିମ୍ବା ଘର ବାହାରେ ତଥା ବିଭିନ୍ନ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନରେ ଯଦି ପାଣି ଜମି ରହିଥାଏ ତେବେ, ସେହି ଅନୁଷ୍ଠାନକୁ ବିଏମ୍‌ସି ପକ୍ଷରୁ ଜରିମାନା […]

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ବିଶେଷକରି ଲୋକଙ୍କ ଅସାବଧାନତା ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼଼ୁଥିବାରୁ ଏଥିରେ ନିୟନ୍ତ୍ରଣ ଲଗାଇବା ପାଇଁ ବିଏମ୍‍ସି ଅଣ୍ଟା ଭିଡ଼ିଛି। ବୁଧବାର ବସିଥିବା ଉଚ୍ଚସ୍ତରୀୟ ବୈଠକ ପରେ ଗୁରୁବାର ବିଏମ୍‍ସି ପକ୍ଷରୁ ଡେଙ୍ଗୁ ମୁକାବିଲା ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଘର, କିମ୍ବା ଘର ବାହାରେ ତଥା ବିଭିନ୍ନ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନରେ ଯଦି ପାଣି ଜମି ରହିଥାଏ ତେବେ, ସେହି ଅନୁଷ୍ଠାନକୁ ବିଏମ୍‌ସି ପକ୍ଷରୁ ଜରିମାନା କରିବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ଏହାସହିତ ବିଭାଗ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ ପାଳନ କରିବାକୁ ସହରବାସୀଙ୍କୁ ବିଏମ୍‍ସି କମିସନର ନିବେଦନ କରିଛନ୍ତି। ମଶା ସାଧାରଣତଃ ସ୍ଥିର ସଫା ପାଣିରେ ଅଣ୍ଡା ଦେଇ ବଂଶ ବିସ୍ତାର କରିଥାନ୍ତି। ଏଥିପାଇଁ ଲୋକମାନେ ନିଜନିଜ ଘର ଓ ଆଖାପାଖରେ ମଶା ଅଣ୍ଡା ଦେବା ଭଳି ପରିବେଶକୁ ନଷ୍ଟ କରିବା, ପାଣି ପାତ୍ର ବା ସ୍ଥିର ପାଣି ଇତ୍ୟାଦି ଜମିବାକୁ ନ ଦେବାକୁ ପଦକ୍ଷେପ ନେବାକୁ ଏଥିରେ କୁହାଯାଇଛି। ଯଦି ଏହି ମାର୍ଗଦର୍ଶିକା ପାଳନ କରା ନ ଯାଏ ବିଏମ୍‍ସି ପକ୍ଷରୁ ଆଇନ୍‍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଭାଗ କହିଛି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଜାରି ହୋଇଥିବା ମାର୍ଗଦର୍ଶିକାରେ ଦର୍ଶାଯାଇଛି ଯେ କୋଭିଡ୍‍ ପାଇଁ ପାର୍କ ବନ୍ଦ ଥିବା କାରଣରୁ ଏଠାରେ ବିଭିନ୍ନ ପାତ୍ର, ଡଷ୍ଟବିନ୍‍, ବସିବା ସ୍ଥାନ, ଛୋଟ ଖାଲ, ଖେଳ ସ୍ଥାନ, ପିଲାଙ୍କ ଖସଡ଼ା ଖେଳର ପଡ଼ିବା ସ୍ଥାନ ଇତ୍ୟାଦିକୁ ଭଲଭାବେ ନିରୀଖି ସେଠାରେ ଯେପରି ପାଣି ଜମୁନାହିଁ ତାହା ନିଶ୍ଚିତ କରାଇବାକୁ କୁହାଯାଇଛି। ଏହାସହିତ ସମସ୍ତ ସରକାରୀ କାର୍ଯ୍ୟାଳୟର ମୁଖ୍ୟମାନେ ନିଜନିଜର କାର୍ଯ୍ୟାଳୟ ପ୍ରାଙ୍ଗଣରେ କୌଣସି ପ୍ରକାର ପାଣି ଜମି ରହୁନାହିଁ, ଛାତ ଉପର, ଝରକା ପାଖ ଇତ୍ୟାଦି ତନଖି ଦେଖିବା ସହିତ ତାହା ନିଶ୍ଚିତ କରାଇବାକୁ ବିଏମ୍‍ସି କହିଛି। ଅନୁରୂପ ଭାବେ ସମସ୍ତ ଶିକ୍ଷାନୁଷ୍ଠାନ ନିଜନିଜ ଅନୁଷ୍ଠାନରେ କୌଣସି ପ୍ରକାର ପାଣି ଜମୁନାହିଁ ବୋଲି ନିଶ୍ଚିତ କରିବେ। ଏଥିପାଇଁ ନିଜ ଅନୁଷ୍ଠାନରେ ଜଣେ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଅନ୍ତୁ ବୋଲି ବିଏମ୍‍ସି ନିର୍ଦ୍ଦେଶ ଦେଇଛି। ସମସ୍ତ ଘରୋଇ କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀମାନେ ସରକାରୀ କାର୍ଯ୍ୟାଳୟ ଭଳି ସମାନ ନିୟମ ମାନି ଉପଯୁକ୍ତ ପଦକ୍ଷେପ ନେବେ। କାରଖାନା ଏବଂ ଶିଳ୍ପାଞ୍ଚଳରେ ରୋଗର ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ନିଜ ପ୍ରାଙ୍ଗଣର ସମସ୍ତ ସ୍ଥାନକୁ ଭଲଭାବେ ଦେଖିବେ। କୌଣସି ସ୍ଥାନରେ କିମ୍ବା ପାତ୍ରରେ ପାଣି ଜମି ରହୁଥିଲେ, ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବେ। ଏହି ଅଭ୍ୟାସ ନିୟମିତ ଚାଲୁ ରଖିବାକୁ ବିଏମ୍‍ସି କହିଛି। ଥାନା ଇତ୍ୟାଦି ଅଞ୍ଚଳରେ ଅନେକ ଗାଡ଼ି ସିଜ୍‍ ହୋଇ ପଡ଼ିରହିଛି। ଏଗୁଡ଼ିକର ବିଭିନ୍ନ ଅଂଶରେ ପାଣି ଜମିବାର ସମ୍ଭାବନା ଅଧିକ ରହିଛି। ତେଣୁ ସମ୍ପୃକ୍ତ ଭାରପ୍ରାପ୍ତ ଅଧିକାରୀ ଏ ଦିଗରେ ସତର୍କତା ଅବଲମ୍ବନ କରି କୌଣସି ସ୍ଥାନରେ ଯେପରି ପାଣି ଜମି ନ ରୁହେ ଆବଶ୍ୟକ ପଦକ୍ଷେପ ନେବାକୁ ବିଏମ୍‍ସି କହିଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ସେହିପରି ଗାଡ଼ି ସଜଡ଼ା ହେଉଥିବା ସ୍ଥାନ କିମ୍ବା ଗ୍ୟାରେଜ୍‍/ଟ୍ୟୁବ୍‍, ଟାୟାର୍‍ ମରାମତି ଇତ୍ୟାଦି ସ୍ଥାନରେ ବର୍ଷାପାଣି ଜମି ରହିବାର ଅନେକ ସମ୍ଭାବନା ରହିଛି। ତେଣୁ ନିୟମିତ ଭାବେ ପାଣି ଜମା ସ୍ଥାନର ଚିହ୍ନଟ କରି ସେଠାରେ କିପରି ପାଣି ଜମିବ ନାହିଁ ତାହାର ତୁରନ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି। ଆବଶ୍ୟକସ୍ଥଳେ କେତେକ ସ୍ଥାନକୁ ଦରକାର ମୁତାବକ ଘୋଡ଼ାଇ ରଖିବାକୁ କୁହାଯାଇଛି। ଆବାସିକ କଲ୍ୟାଣ ସଂଘମାନେ ନିଜ ନିଜ ଆବାସ ପ୍ରାଙ୍ଗଣରେ ପାଣି ଜମା ନ ହେବାପାଇଁ ସଂଘ ମାଧ୍ୟମରେ ନିୟମିତ ପଦକ୍ଷେପ ନେବେ। ତେବେ ବିଏମସିର ଏନ୍‍ଫୋର୍ସମେଣ୍ଟ ଟିମ୍‍ କୌଣସି ସମୟରେ ବି ଯାଇ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଇଛି କି ନାହିଁ ତାହା ଯାଞ୍ଚ କରିବେ। ଯଦି କୌଣସି ସଂସ୍ଥା ଏହାର ଉଲ୍ଲଙ୍ଘନ କରିଥିବା ଦୃଷ୍ଟିକୁ ଆସେ ତେବେ ଆଇନ୍‍ ଅନୁଯାୟୀ ଜରିମାନା ଏବଂ ଆବଶ୍ୟକ ଦଣ୍ଡ ଲାଗୁ କରାଯିବ ବୋଲି ବିଏମ୍‍ସି କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର