କୋଡିଏ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ ସୁଗର ଜବତ, ବାଇକ ସହ ଜଣେ ଗିରଫ

The Sakala Picture
Published On

ଜଳେଶ୍ବର: ଜଳେଶ୍ଵର ଅବକାରୀ ବିଭାଗ ଚଢ଼ାଉ କରି ଏନ ଏଚ ୬୦ ଚାଲନ୍ତି ଛକରୁ ଜଣେ ବ୍ରାଉନ ସୁଗାର ବେପାରୀ ସହିତ ୨୦୦ଗ୍ରାମ ବ୍ରାଉନ ସୁଗାର ଓ ଏକ ମଟର ସାଇକେଲ ଜବତ କରିଛି। ଗିରଫଯୁବକ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳର ସଞ୍ଜୟ କୁମାର ସିଂ(୩୧)। ଜବତ ବ୍ରାଉନ ସୁଗାରର ମୂଲ୍ୟ କୋଡିଏ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡ଼ିଛି।ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ […]

ଜଳେଶ୍ବର: ଜଳେଶ୍ଵର ଅବକାରୀ ବିଭାଗ ଚଢ଼ାଉ କରି ଏନ ଏଚ ୬୦ ଚାଲନ୍ତି ଛକରୁ ଜଣେ ବ୍ରାଉନ ସୁଗାର ବେପାରୀ ସହିତ ୨୦୦ଗ୍ରାମ ବ୍ରାଉନ ସୁଗାର ଓ ଏକ ମଟର ସାଇକେଲ ଜବତ କରିଛି। ଗିରଫଯୁବକ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳର ସଞ୍ଜୟ କୁମାର ସିଂ(୩୧)। ଜବତ ବ୍ରାଉନ ସୁଗାରର ମୂଲ୍ୟ କୋଡିଏ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡ଼ିଛି।ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳ ୭.୩୦ ମିନିଟ ସମୟରେ ଜଳେଶ୍ୱର ଏନ ଏଚ ୬୦ ଚାଲନ୍ତି ଛକ ଠାରୁ ଚଢ଼ାଉ କରିଥିଲା। ମୟୁରଭଞ୍ଜ ଜିଲ୍ଲା ବାରିପଦା ମୁନ୍ସୀପାଲଟିର ବିଜୟ ରାମଚନ୍ଦ୍ରପୁର ଗ୍ରାମର ଯୁବକ ସଞ୍ଜୟ କୁମାର ସିଂ ଏକ ବାଇକ ଯୋଗେ ବ୍ରାଉନସୁଗାର ନେଇ ଯାଉଥିଲା ବେଳେ ଅବକାରୀ ବିଭାଗ ମାଡି ବସିଥିଲା। ତା ପାଖରୁ ୨୦୦ ଗ୍ରାମ ଓଜନର ବ୍ରାଉନ ସୁଗାର ଓ ଏକ ହୁଣ୍ଡା ସିବିଆର ୨୫୦ଆର ମଟର ସାଇକେଲ ଯାହାର ନମ୍ବର ଓଡି-୧୧ଏଫ-୯୩୮୬ ଜବତ କରିଛି ଅବକାରୀ ବିଭାଗ।ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାରର ମୂଲ୍ୟ ୨୦ ଲକ୍ଷ ଟଙ୍କାର ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଗିରଫ ଆସାମୀକୁ ଜିଲ୍ଲା ଦୌରାଜଜଙ୍କ ଅଦାଲତକୁ ବିଚାର ନିମନ୍ତେ ପଠାଇ ଦିଆଯାଇଛି।ଏହି ଚଢ଼ାଉରେ ଜଳେଶ୍ୱର ଅବକାରୀ ଓଆଇସି ଦେବେନ୍ଦ୍ର କୁମାର ବେହେରା ,ରାମଚନ୍ଦ୍ର ମହାନ୍ତି,ରାଜୀବ କୁମାର ଭଞ୍ଜ,ଜୟମାଧଵ ପଟ୍ଟନାୟକ,ପିଙ୍କି ମାରାଣ୍ଡି ଏହି ଚଢ଼ାଉ ବେଳେ ଉପସ୍ଥିତ ଥିଲେ।ତେବେ ଅବକାରୀ ବିଭାଗ ଏତେ ଦିନ ପରେ ବ୍ରାଉନ ସୁଗାର ଧରିବାରେ ସଫଳ ହୋଇଛି। ତେବେ ବଡ଼ ବଡ଼ ବେପାରୀଙ୍କୁ କେବେ ଧରାଯିବ ତାହା ଦେଖିବାକୁ ବାକି ରହିଲା।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

22 Jul 2021 By The Sakala

କୋଡିଏ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ ସୁଗର ଜବତ, ବାଇକ ସହ ଜଣେ ଗିରଫ

ଜଳେଶ୍ବର: ଜଳେଶ୍ଵର ଅବକାରୀ ବିଭାଗ ଚଢ଼ାଉ କରି ଏନ ଏଚ ୬୦ ଚାଲନ୍ତି ଛକରୁ ଜଣେ ବ୍ରାଉନ ସୁଗାର ବେପାରୀ ସହିତ ୨୦୦ଗ୍ରାମ ବ୍ରାଉନ ସୁଗାର ଓ ଏକ ମଟର ସାଇକେଲ ଜବତ କରିଛି। ଗିରଫଯୁବକ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳର ସଞ୍ଜୟ କୁମାର ସିଂ(୩୧)। ଜବତ ବ୍ରାଉନ ସୁଗାରର ମୂଲ୍ୟ କୋଡିଏ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡ଼ିଛି।ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳ ୭.୩୦ ମିନିଟ ସମୟରେ ଜଳେଶ୍ୱର ଏନ ଏଚ ୬୦ ଚାଲନ୍ତି ଛକ ଠାରୁ ଚଢ଼ାଉ କରିଥିଲା। ମୟୁରଭଞ୍ଜ ଜିଲ୍ଲା ବାରିପଦା ମୁନ୍ସୀପାଲଟିର ବିଜୟ ରାମଚନ୍ଦ୍ରପୁର ଗ୍ରାମର ଯୁବକ ସଞ୍ଜୟ କୁମାର ସିଂ ଏକ ବାଇକ ଯୋଗେ ବ୍ରାଉନସୁଗାର ନେଇ ଯାଉଥିଲା ବେଳେ ଅବକାରୀ ବିଭାଗ ମାଡି ବସିଥିଲା। ତା ପାଖରୁ ୨୦୦ ଗ୍ରାମ ଓଜନର ବ୍ରାଉନ ସୁଗାର ଓ ଏକ ହୁଣ୍ଡା ସିବିଆର ୨୫୦ଆର ମଟର ସାଇକେଲ ଯାହାର ନମ୍ବର ଓଡି-୧୧ଏଫ-୯୩୮୬ ଜବତ କରିଛି ଅବକାରୀ ବିଭାଗ।ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାରର ମୂଲ୍ୟ ୨୦ ଲକ୍ଷ ଟଙ୍କାର ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଗିରଫ ଆସାମୀକୁ ଜିଲ୍ଲା ଦୌରାଜଜଙ୍କ ଅଦାଲତକୁ ବିଚାର ନିମନ୍ତେ ପଠାଇ ଦିଆଯାଇଛି।ଏହି ଚଢ଼ାଉରେ ଜଳେଶ୍ୱର ଅବକାରୀ ଓଆଇସି ଦେବେନ୍ଦ୍ର କୁମାର ବେହେରା ,ରାମଚନ୍ଦ୍ର ମହାନ୍ତି,ରାଜୀବ କୁମାର ଭଞ୍ଜ,ଜୟମାଧଵ ପଟ୍ଟନାୟକ,ପିଙ୍କି ମାରାଣ୍ଡି ଏହି ଚଢ଼ାଉ ବେଳେ ଉପସ୍ଥିତ ଥିଲେ।ତେବେ ଅବକାରୀ ବିଭାଗ ଏତେ ଦିନ ପରେ ବ୍ରାଉନ ସୁଗାର ଧରିବାରେ ସଫଳ ହୋଇଛି। ତେବେ ବଡ଼ ବଡ଼ ବେପାରୀଙ୍କୁ କେବେ ଧରାଯିବ ତାହା ଦେଖିବାକୁ ବାକି ରହିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର